Image Courtesy of Hindustan Times
ନୂଆଦିଲ୍ଲୀ: କେରଳ ସୁନା ଚୋରା ଚାଲାଣ ମାମଲାର ମୁଖ୍ୟ ଅଭିଯୁକ୍ତ ରବିନ୍ସ୍ କେ. ହମିଦଙ୍କୁ ଦୁବାଇରୁ ଅଣାଯାଇ ଗିରଫ କରାଯାଇଥିବା କଥା ସୋମବାର ଦିନ ‘ନ୍ୟାସ୍ନାଲ୍ ଇନ୍ଭେଷ୍ଟିଗେସନ୍ ଏଜେନ୍ସି’ (ଏନ୍ଆଇଏ) ସୁନିଶ୍ଚିତ କରିଛି। ‘ୟୁନାଇଟେଡ୍ ଆରବ ଏମିରେଟ୍ସ୍’ରୁ ଅଭିଯୁକ୍ତ ହମିଦ ଏହି ଚୋରା ଚାଲାଣ ଅଭିଯାନର ସମ୍ପୂର୍ଣ୍ଣ ପରିଚାଳନା କରୁଥିଲା ବୋଲି ‘ଏନ୍ଆଇଏ’ କହିଛି।
‘ଏନ୍ଆଇଏ’ କହିଛି, ଏହି ମାମଲାର ତଦନ୍ତରୁ ଜଣାପଡ଼ିଛି ଯେ, ‘ଡିପ୍ଲୋମାଟିକ୍ ବ୍ୟାଗେଜ୍’ ମଧ୍ୟରେ ଭାରତକୁ ଚୋରା ଚାଲାଣ କରାଯିବା ନିମନ୍ତେ ଟଙ୍କା ଯୋଗାଡ଼ କରି ଦୁବାଇରୁ ସୁନା କିଣିବା ଛଡ଼ା ‘ୟୁଏଇ’ ଓ ଭାରତରେ ଥିବାବେଳେ ରବିନ୍ସ୍ ହମିଦ (ଏ-୧୦) ଗିରଫ ଅଭିଯୁକ୍ତ ରମିସ କେ. ଟି. (ଏ-୫), ଜଲାଲ ଏ. ଏମ୍ (ଏ-୬) ଏବଂ ଅନ୍ୟମାନଙ୍କ ସହ ଷଡ଼ଯନ୍ତ୍ର କରିଥିଲା। ପଳାତକ ରବିନ୍ସ୍ ହମିଦଙ୍କ (ଏ-୧୦) ନାଁରେ ଏର୍ଣ୍ଣାକୁଲମ୍ସ୍ଥିତ ‘ଏନ୍ଆଇଏ’ର ସ୍ବତନ୍ତ୍ର ଅଦାଲତ ଜାମିନବିହିନ ଗିରଫ ପର୍ୱାନା ଜାରି କରିଥିଲା।
Image Courtesy of Gulf News‘ଡିପ୍ଲୋମାଟିକ୍ ବ୍ୟାଗେଜ୍’ ମଧ୍ୟରେ ତିରୁବନନ୍ତପୁରମକୁ ଚୋରା ଚାଲାଣ ପାଇଁ ସେ ‘ୟୁଏଇ’ରେ ଇଲେକ୍ଟ୍ରୋନିକ୍ କିଂବା ବୈଦ୍ୟୁତିକ ଏବଂ ଘରକରଣା ସାମଗ୍ରୀ ମଧ୍ୟରେ ସୁନା ଲୁଚାଇ ରଖିବା ଲାଗି ବ୍ୟବସ୍ଥା କରୁଥିବା କଥା ମଧ୍ୟ ଜଣାପଡ଼ିଛି।
Follow Us