ଖଡ଼ଗେଙ୍କ ଅଶାଳୀନ ଟିପ୍ପଣୀ: ରାଜ୍ୟସଭାରେ ହଟ୍ଟଗୋଳ

Advertisment

ରାଜ୍ୟସଭାରେ ବିରୋଧୀ ଦଳ ନେତା ତଥା କଂ‌ଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଆଜି  ଏନ୍‌ଇପି (ଜାତୀୟ ଶିକ୍ଷା ନୀତି) ଉପରେ ବିତର୍କରେ ଭାଗ ନେବା ସମୟରେ ଏକ ଅଶାଳୀନ ଟିପ୍ପଣୀ ଦେଇଛନ୍ତି ଏବଂ ଏହାକୁ ନେଇ ରାଜ୍ୟସଭାରେ ପ୍ରବଳ ‌ହଟ୍ଟଗୋଳ ହୋଇଛି।

ରାଜ୍ୟସଭାରେ ବିରୋଧୀ ଦଳ ନେତା ତଥା କଂ‌ଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଆଜି  ଏନ୍‌ଇପି (ଜାତୀୟ ଶିକ୍ଷା ନୀତି) ଉପରେ ବିତର୍କରେ ଭାଗ ନେବା ସମୟରେ ଏକ ଅଶାଳୀନ ଟିପ୍ପଣୀ ଦେଇଛନ୍ତି ଏବଂ ଏହାକୁ ନେଇ ରାଜ୍ୟସଭାରେ ପ୍ରବଳ ‌ହଟ୍ଟଗୋଳ ହୋଇଛି।

sffssf

ନୂଆଦିଲ୍ଲୀ: ରାଜ୍ୟସଭାରେ ବିରୋଧୀ ଦଳ ନେତା ତଥା କଂ‌ଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଆଜି  ଏନ୍‌ଇପି (ଜାତୀୟ ଶିକ୍ଷା ନୀତି) ଉପରେ ବିତର୍କରେ ଭାଗ ନେବା ସମୟରେ ଏକ ଅଶାଳୀନ ଟିପ୍ପଣୀ ଦେଇଛନ୍ତି ଏବଂ ଏହାକୁ ନେଇ ରାଜ୍ୟସଭାରେ ପ୍ରବଳ ‌ହଟ୍ଟଗୋଳ ହୋଇଛି। ଖଡ଼ଗେଙ୍କ ଟିପ୍ପଣୀ ପାଇଁ ବିଜେପି ସାଂସଦମାନେ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଗୃହର ଅଧ୍ୟକ୍ଷଙ୍କ ପାଇଁ ଖଡ଼ଗେ ଅସଂସଦୀୟ ଭାଷା ବ୍ୟବହାର କରିଛନ୍ତି ବୋଲି ବିଜେପି ସାଂସଦମାନେ ଅଭି‌ଯୋଗ କରି ହୋହଲ୍ଲା କରିଥିବା ବେଳେ ତାଙ୍କ ବୟାନକୁ ରାଜ୍ୟସଭା ରେକର୍ଡରୁ ହଟାଇ ଦିଆଯାଇଛି। 

ସୂଚନାଯୋଗ୍ୟ, ଖଡ଼ଗେ ଲଗାତାର କଟୁ ମନ୍ତବ୍ୟ ଦେବାରୁ ଉପାଧ୍ୟକ୍ଷଙ୍କ ତରଫରୁ ତାଙ୍କୁ କହିବାରୁ ବାରଣ କରାଯାଇଥିଲା ଏବଂ ଏହାକୁ ନେଇ ସେ କଡ଼ା ପ୍ରତିକ୍ରିୟା ରଖିଥିଲେ ଏବଂ ଗୃହରେ ଏକଛତ୍ରବାଦ ଚାଲିଛି ବୋଲି କହିଥିଲେ। ଏଭଳି ବୟାନ ପରେ  ଯେତେବେଳେ ଅଧ୍ୟକ୍ଷ ତାଙ୍କୁ ପୁଣି ଅଟକାଇଥିଲେ, ସେତେବେଳେ ଖଡ଼ଗେ କହିଥିଲେ ‘ହମ୍ ତୈୟାରୀ ସେ ଆଏ ହେଁ ଔର୍‌ ଆପ୍‌କୋ କାହାଁ ଠୋକ୍‌ନା ହୈ ଠିକ୍ ସେ ଠୋକେଙ୍ଗେ, ସରକାର କୋ ଭି ଠୋକେଙ୍ଗେ’ (ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛୁ, ଆପଣଙ୍କୁ କେଉଁଠି ମାଡ଼ ଦେବାକୁ ହେବ ସେଠାରେ ମାଡ଼ ଦେବୁ ଏବଂ ସରକାରଙ୍କୁ ବି ମାଡ଼ ଦେବୁ)। ଏଭଳି ବୟାନକୁ ନେଇ ଏନ୍‌ଡିଏ ସଦସ୍ୟମାନେ କଡ଼ା ପ୍ରତିକ୍ରିୟା ରଖିଥିଲେ। ଏହାପରେ କଂଗ୍ରେସ ମୁଖ୍ୟ ସ୍ପଷ୍ଟୀକରଣ ଦେଇ କହିଥିଲେ ଯେ ତାଙ୍କ ଟିପ୍ପଣୀ ସରକାରଙ୍କ ନୀତି ବିରୋଧରେ ଉଦ୍ଦିଷ୍ଟ ଥିଲା।

ଖଡ଼ଗେ ମଧ୍ୟ ତାଙ୍କ ଟିପ୍ପଣୀ ପାଇଁ କ୍ଷମା ମାଗିଛନ୍ତି।  ଉଲ୍ଲେଖଯୋଗ୍ୟ, ଆଜି ରାଜ୍ୟସଭାରେ ଶିକ୍ଷା ମନ୍ତ୍ରାଳୟର କାର୍ଯ୍ୟ ଉପରେ ଆଲୋଚନା‌ ଆରମ୍ଭ ହେବା ସମୟରେ ବିରୋଧୀ ଦଳ ନେତାମାନେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଡିଏମ୍‌କେ ସାଂସଦଙ୍କ ବିରୋଧରେ ଦେଇଥିବା ଟିପ୍ପଣୀ ପାଇଁ ତାଙ୍କଠାରୁ କ୍ଷମା ଦାବି କରିଥିଲେ। ଏହି ସମୟରେ ଉପାଧ୍ୟକ୍ଷ ହରିବଂଶ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କୁ ଆଲୋଚନା ଆରମ୍ଭ କରିବାପାଇଁ କହିଥିଲେ। ତେବେ ଖଡ଼ଗେ ମଝିରେ ହସ୍ତକ୍ଷେପ କରିଥିଲେ। ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ଖଡ଼ଗେଙ୍କୁ ବସିବାପାଇଁ କହିଥିଲେ ସୁଦ୍ଧା କଂଗ୍ରେସ ମୁଖ୍ୟ  ବିବାଦୀୟ ଟିପ୍ପଣୀ ଦେଇ ଚାଲିଥିଲେ। ଏନ୍‌ଇପି ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ଘେରିବେ ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe