ଖଡ଼ଗେ ନାମକୁମାତ୍ର କଂଗ୍ରେସର ସଭାପତି: ମୋଦୀ

Advertisment
ଖଡ଼ଗେ ନାମକୁମାତ୍ର କଂଗ୍ରେସର ସଭାପତି: ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ବେଲଗାଭିରେ ଏକ ରୢାଲିରେ ଉଦ୍‌ବୋଧନ ଦେବା ସମୟରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ କଡ଼ା କଟାକ୍ଷ କରିଛନ୍ତି। ମୋଦୀ କହିଛନ୍ତି, ଖଡ଼ଗେ ହେଉଛନ୍ତି କେବଳ ନାମକୁ ମାତ୍ର ସଭାପତି। କିନ୍ତୁ ରିମୋଟ କଣ୍ଟ୍ରୋଲ କାହା ହାତରେ ତାହା ସମସ୍ତେ ଜାଣନ୍ତି। ମୋଦୀ କହିଛନ୍ତି, କର୍ଣ୍ଣାଟକର ସନ୍ତାନ ଭାବେ ଖଡ଼ଗେଙ୍କ ପ୍ରତି ମୋର ଗଭୀର ସମ୍ମାନ ରହିଛି। ଲୋକଙ୍କ ସେବା ପାଇଁ ସେ ଯାହା କରିବା କଥା କରିଛନ୍ତି। କିନ୍ତୁ ଛତିଶଗଡ଼ରେ କଂଗ୍ରେସର ପୂର୍ଣ୍ଣାଙ୍ଗ ଅଧିବେଶନରେ ଖଡ଼ଗେଙ୍କୁ ଯେଭଳି ଅପମାନ କରାଯାଇଛି ତାହା ଦେଖି ମତେ ଖୁବ୍‌ ଦୁଃଖ ଲାଗୁଛି।

ଛତିଶଗଡ଼ ପୂର୍ଣ୍ଣାଙ୍ଗ ଅଧିବେଶନ ଅବସରରେ ଖଡ଼ଗେଙ୍କୁ ଛତା ଛାଇ ଟିକେ ମିଳିନଥିଲା। ତାଙ୍କ ନିକଟରେ ଛିଡ଼ା ହୋଇଥିବା ବ୍ୟକ୍ତିଙ୍କୁ ଛତା ଛାଇ ମିଳିଥିଲା। ଉଲ୍ଲେଖଯୋଗ୍ୟ ଯେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ୍‌ ହୋଇଛି। ଏହି ଫଟୋରେ କଂଗ୍ରେସ ନେତ୍ରୀ ସୋନିଆଙ୍କ ମୁଣ୍ଡ ଉପରେ ଛତା ଥିବା ଦେଖିବାକୁ ମିଳିଛି। କିନ୍ତୁ ଖଡ଼ଗେ ଖରାରେ ଠିଆ ହୋଇଛନ୍ତି। ଏହି ପ୍ରସଙ୍ଗରେ ମୋଦୀ ଖଡ଼ଗେଙ୍କୁ କଟାକ୍ଷ କରିଛନ୍ତି। ତେବେ ମୋଦୀଙ୍କ ଟିପ୍ପଣୀର କଡ଼ା ଜବାବ ଦେଇ ଖଡ଼ଗେ କହିଛନ୍ତି, ନ‌ରେନ୍ଦ୍ର ମୋଦୀଜୀ କାହାର ଛତା ତଳେ ରହି ଆପଣଙ୍କ ବେଷ୍ଟଫ୍ରେଣ୍ଡ୍‌ ଦେଶରୁ ସବୁକିଛି ଲୁଟି ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe