୮୦ ବର୍ଷୀୟ ଖଡ଼ଗେଙ୍କ ଅଦମନୀୟ ଆବେଗ

ସମ୍ବିଧାନ ଦିବସରେ ଦେଶର ଆଇନ ବ୍ୟବସ୍ଥା ଉପରେ କଂଗ୍ରେସର କଡ଼ା ମନ୍ତବ୍ୟ

ନୂଆଦିଲ୍ଲୀ : କଂଗ୍ରେସ ସଭାପତି ନିର୍ବାଚନ ପାଇଁ ଶୁକ୍ରବାର ଥିଲା ମନୋନୟନ ପତ୍ର ଦାଖଲର ଶେଷ ଦିବସ। ଶୁକ୍ରବାର ଦିନ କଂଗ୍ରେସର ବରି‌ଷ୍ଠ ନେତା ମଲ୍ଲିକାର୍ଜୁନ ଖଡ଼ଗେ ପାର୍ଥିପତ୍ର ଦାଖଲ କରିଛନ୍ତି। କର୍ଣ୍ଣାଟକ ପ୍ରଦେଶ କଂଗ୍ରେସର ପୂର୍ବତନ ସଭାପତି ଖଡ଼୍‌ଗେ ଛାତ୍ର ଜୀବନରୁ ରାଜନୀତି କରୁଛନ୍ତି। ସେ ପଢ଼ିବା ସମୟରେ ଗୁଲବର୍ଗା ସରକାରୀ କଲେଜ ଛାତ୍ରସଂଘର ସାଧାରଣ ସଂପାଦକ ରହିଥି‌ଲେ। ଶ୍ରମିକମାନଙ୍କ ଅଧିକାର ପାଇଁ ସେ ଅନେକ ସଂଗ୍ରାମ କରିଛନ୍ତି। ଦଳରେ ତୃଣୂମଳ ସ୍ତରରୁ ଉପରକୁ ଉଠିଛନ୍ତି। ତାଙ୍କୁ ଏବେ ୮୦ ବର୍ଷ ହୋଇଥିବାରୁ ଦଳ ଚଳାଇବାରେ ସେ‌ କେତେମାତ୍ରାରେ ସକ୍ଷମ ହେବେ ତାହାକୁ ନେଇ ପ୍ରଶ୍ନ ଉଠିଛି। ଶୋଇ ପଡ଼ିଥିବା କଂଗ୍ରେସ ‌ଦଳକୁ ସେ ନୂଆ ଅମ୍ଳଜାନ ଦେବାରେ କେତେମାତ୍ରାରେ ସକ୍ଷମ ହେବେ ତାହା ମଧ୍ୟ ଆଉ ଏକ ପ୍ରଶ୍ନ।

ଅସନ୍ତୁଷ୍ଟ ଜି-୨୩ ନେତାଙ୍କ ପ୍ରଥମ ଦାବି ଥିଲା ଜଣେ ପୂର୍ଣ୍ଣକାଳୀନ ସଭାପତିଙ୍କୁ ନିଯୁକ୍ତ କରାଯାଉ ଯିଏକି ବିଜେପିର ‌ମୋଦୀ ଓ ଯୋଗୀଙ୍କ ପରି ଦିନକୁ ୧୬ରୁ ୧୮ ଘଣ୍ଟା ଖଟିପାରିବେ। କିନ୍ତୁ ୨୦୧୭ରେ ଖଡ଼ଗେଙ୍କ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ସେବେଠାରୁ ସେ ଚାଲିବା ଏବଂ ପାହାଚ ଚଢ଼ିବା ସମୟରେ ସହାୟତା ଲୋଡ଼ିଥାନ୍ତି। ଏଥିସହିତ ତାଙ୍କ ପାଦ ଫୁଲୁଥିବାରୁ ସେ ସବୁ ସମୟରେ ସତର୍କତା ଅବଲମ୍ବନ କରି ଚଳନ୍ତି। କେତେକଙ୍କ କହିବାନୁଯାୟୀ ଏହି ନେତାଙ୍କର ବୟସାଧିକ ସମସ୍ୟା ଯଥା ଉଚ୍ଚ ରକ୍ତଚାପ ଏବଂ ହାଇପରଟେସନ ଆଦି ରହିଛି। କିନ୍ତୁ ମଧୁମେହ କିମ୍ବା ଅନ୍ୟ କୌଣସି ଜଟିଳ ରୋଗ ତାଙ୍କ ଠାରେ ନାହିଁ।

ଖଡ଼ଗେ ୮ ଥର ବିଧାୟକ ହୋଇଛନ୍ତି। ଏଥିସହିତ ଲୋକସଭାକୁ ଦୁଇଥର ଏବଂ ରାଜ୍ୟସଭାକୁ ଥରେ ନିର୍ବାଚିତ ହୋଇଛନ୍ତି। ସେ ଜଣେ ଲଢ଼ୁଆ ନେତା ଭାବେ ମଧ୍ୟ ପରିଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe