ବିହାର: ମଦ ପରେ ଏବେ ଖୈନୀ ନିଷିଦ୍ଧ କରିବାକୁ ପ୍ରସ୍ତୁତି, ରାଜ୍ୟ ସରକାର କେନ୍ଦ୍ରକୁ ଲେଖିଲେ ଚିଠି

ବିହାର: ମଦ ପରେ ଏବେ ଖୈନୀ ନିଷିଦ୍ଧ କରିବାକୁ ପ୍ରସ୍ତୁତି, ରାଜ୍ୟ ସରକାର କେନ୍ଦ୍ରକୁ ଲେଖିଲେ ଚିଠି

ପାଟନା: ବିହାରରେ ମଦକୁ ନିଷିଦ୍ଧ କରାଯିବାର ୨ ବର୍ଷ ପରେ ରାଜ୍ୟ ସରକାର ଆଉ ଏକ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି। ଯଦି ସରକାରଙ୍କ ଯୋଜନା ଠିକ୍‌ଠାକ୍‌ ଚାଲେ, ତା’ହେଲେ ନୀତିଶ ସରକାର ଖୈନୀକୁ ମଧ୍ୟ ନିଷିଦ୍ଧ କରିପାରନ୍ତି। ରାଜ୍ୟ ସରକାର କେନ୍ଦ୍ର ସରକାରକୁ ଏକ ଚିଠି ଲେଖିଛନ୍ତି, ଯଦି ଖୈନୀକୁ ଖାଦ୍ୟ ଉତ୍ପାଦ ରୂପରେ ସୂଚିତ କରାଯାଉ। କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ମଞ୍ଜୁରୀ ଦେଲେ, ରାଜ୍ୟ ସରକାର ଖୈନୀ ନିଷିଦ୍ଧ କରିବାକୁ ସହଜ ହେବ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବିହାରର ମୁଖ୍ୟ ସଚିବ(ସ୍ୱାସ୍ଥ୍ୟ) ସଞ୍ଜୟ କୁମାର ପୃଷ୍ଟି କହିଛନ୍ତି, ସେ କେନ୍ଦ୍ର ସରକାରଙ୍କୁ ଏକ ଚିଠି ଲେଖିଛନ୍ତି। ସେ କହିଛନ୍ତି, ଯେ ବିହାରରେ ପ୍ରତି ୫ଜଣରେ ଜଣେ ଖୈନୀ ଖାଇଥାଏ। ସେ କହିଛନ୍ତି, ଆମ ପାଖରେ ନିୟମ ଅଛି ଯେ, ସିଗାରେଟ ଭଳି ତମ୍ବାଖୁ ବ୍ୟବହାରକୁ ନିୟନ୍ତ୍ରଣ କରାଯାଇ ପାରିବ କିନ୍ତୁ ଖୈନୀର ବ୍ୟବହାର ଅଧିକ ହେଉଥିବାରୁ ଏହାରି ଉପରେ ଜୋର ଦେବାର ଆବଶ୍ୟକତା ଅଛି। ସେ କହିଛନ୍ତି, ବିହାରରେ ତମ୍ବାଖୁର ବ୍ୟବହାର କମିଛି। ଏଠାରେ ୫୩ ପ୍ରତିଶତରୁ ତମ୍ବାଖୁ ବ୍ୟବହାରୀଙ୍କ ସଂଖ୍ୟା ୨୫ ପ୍ରତିଶତରେ ପହଞ୍ଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe