ସ୍ବର୍ଣ୍ଣ ମନ୍ଦିର ପରିସରରେ ଖଲିସ୍ତାନୀ ପତାକା, ଅପରେସନ ବ୍ଲୁ ‌ଷ୍ଟାର୍‌ର ୩୭ତମ ବାର୍ଷିକୀ

Advertisment
ସ୍ବର୍ଣ୍ଣ ମନ୍ଦିର ପରିସରରେ ଖଲିସ୍ତାନୀ ପତାକା, ଅପରେସନ ବ୍ଲୁ ‌ଷ୍ଟାର୍‌ର ୩୭ତମ ବାର୍ଷିକୀ

ଚଣ୍ଡିଗଡ଼: ସ୍ବର୍ଣ୍ଣ ମନ୍ଦିରରେ ଅପରେସନ ବ୍ଲୁ ଷ୍ଟାରର ୩୭ତମ ବାର୍ଷିକୀ ଆଜି ଶିଖ୍‌ ସଂଗଠନଗୁଡ଼ିକ ପାଳନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସ୍ବର୍ଣ୍ଣ ମନ୍ଦିର ପରିସରରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ଜର୍ଣ୍ଣେଲ ଭିନ୍ଦ୍ରନୱାଲେଙ୍କ ଫଟୋ ଏବଂ ଖଲିସ୍ତାନୀ ପତାକା ଦେଖିବାକୁ ମିଳିଥିଲା। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ପଞ୍ଜାବରେ ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆ ଯାଇଛି। ବିଶେଷକରି ଅମୃତସରରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଏଠାରେ ୬୦୦୦ ପୁଲିସ ମୁତୟନ ହୋଇଛନ୍ତି। ଶିଖ୍‌ ସଂଗଠନଗୁଡ଼ିକ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏସପିଜିସି ସଭାପତି ବିବି ଜାଗିର କୌର କହିଛନ୍ତି ତାଙ୍କ ସଂପ୍ରଦାୟ ୧୯୮୪ ମସିହାର ଏହି ଘଟଣାକୁ କେବେ ଭୁଲିପାରିବ ନାହିଁ।

ଉଲ୍ଲେଖଯୋଗ୍ୟ, ୧୯୮୪ ଜୁନ ୧ ତାରିଖରୁ ୧୦ ତାରିଖ ମଧ୍ୟରେ ଅପରେସନ ବ୍ଲୁ ଷ୍ଟାର ହୋଇଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସ୍ବର୍ଣ୍ଣ ମନ୍ଦିରରେ ସେନାକୁ ପୂରାଇ ଜର୍ଣ୍ଣେଲ ସିଂହ ଭିନ୍ଦ୍ରନୱାଲେ ଓ ଅନ୍ୟମାନଙ୍କୁ ଧରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାର ନାମ ଅପରେସନ ବ୍ଲୁ ଷ୍ଟାର ରଖାଯାଇଥିଲା। ଏହି ଘଟଣା ପରେ ଇନ୍ଦିରାଙ୍କୁ ତାଙ୍କ ସୁରକ୍ଷା କର୍ମୀ ଗୁଳି କରି ହତ୍ୟା କରିଦେଇଥିଲେ। ଯାହାଫଳରେ ଶିଖ ବିରୋଧୀ ଦଙ୍ଗା ‌ହୋଇ ଦେଶରେ ପାଖାପାଖି ୩୦୦୦ ବ୍ୟକ୍ତି ପ୍ରାଣ ହରାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe