କାୟାବିସ୍ତାର କରୁଛି ଖଲିସ୍ତାନୀ ସଂଗଠନ: ସ୍ବୀକାର କଲା କାନାଡା

ଏକ ଗୁରୁତ୍ବପୂର୍ଣ୍ଣ  ଘଟଣାକ୍ରମରେ କାନାଡା ଅର୍ଥ ବିଭାଗର ଏକ ନୂଆ ରିପୋର୍ଟ ପ୍ରଥମ ଥର ପାଇଁ ଆନୁଷ୍ଠାନିକ ଭାବେ ସ୍ବୀକାର କରିଛି ଯେ ଖଲିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀମାନେ ଦେଶରେ  କାୟାବିସ୍ତାର କରୁଛନ୍ତି ଓ ବିପୁଳ ଆର୍ଥିକ ସହାୟତା ପାଉଛନ୍ତି।

khalistan

ଟରୋ‌େଣ୍ଟା: ଏକ ଗୁରୁତ୍ବପୂର୍ଣ୍ଣ  ଘଟଣାକ୍ରମରେ କାନାଡା ଅର୍ଥ ବିଭାଗର ଏକ ନୂଆ ରିପୋର୍ଟ ପ୍ରଥମ ଥର ପାଇଁ ଆନୁଷ୍ଠାନିକ ଭାବେ ସ୍ବୀକାର କରିଛି ଯେ ଖଲିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀମାନେ ଦେଶରେ  କାୟାବିସ୍ତାର କରୁଛନ୍ତି ଓ ବିପୁଳ ଆର୍ଥିକ ସହାୟତା ପାଉଛନ୍ତି। ଏହି ‌ରିପୋର୍ଟ ସ୍ପଷ୍ଟ ପ୍ରମାଣ କରିଦେଇଛି ଯେ କାନାଡ଼ା ମାଟିରେ ଭାରତ ବିରୋଧୀ କାର୍ଯ୍ୟକଳାପ ପାଇଁ ଭାରତ ଚିନ୍ତା ପ୍ରକଟ କରିବା ଯୁକ୍ତିଯୁକ୍ତ। ‘କାନାଡା‌ରେ ମନି ଲଣ୍ଡରିଂ ଓ ଆତଙ୍କବାଦୀ ପାଣ୍ଠି ଯୋଗାଣ ବିପଦ’ ଉପରେ  ଏହି ରିପୋର୍ଟରେ ଖଲିସ୍ତାନୀମାନଙ୍କୁ ଆତଙ୍କବାଦୀ ଗୋଷ୍ଠୀ ଭାବରେ ବର୍ଗିକୃତ କରାଯାଇଛି ଯେଉଁମାନେ ରାଜନୈତିକ ଉଦ୍ଦେଶ୍ୟ କିମ୍ବା ଆତ୍ମନିର୍ଣ୍ଣୟ ପାଇଁ ହିଂସାର ବ୍ୟବହାରକୁ ଉତ୍ସାହିତ କରନ୍ତି। କାନାଡାର କ୍ରିମିନାଲ କୋଡ୍ ଅଧୀନରେ ତାଲିକାଭୁକ୍ତ ଅନେକ ଆତଙ୍କବାଦୀ ସଂଗଠନ ଯାହା ପିଏମ୍‌ଭିଇ (ରାଜନୈତିକ ଭାବରେ ପ୍ରେରିତ ହିଂସାତ୍ମକ ଉଗ୍ରବାଦ) ବର୍ଗରେ ଆସୁଛନ୍ତି, ଯେପରିକି ହମାସ, ହିଜବୋଲ୍ଲା ଏବଂ ଖାଲିସ୍ତାନୀ ହିଂସାତ୍ମକ ଉଗ୍ରବାଦୀ ଗୋଷ୍ଠୀ ବବର ଖାଲସା ଇଣ୍ଟରନ୍ୟାସନାଲ ଏବଂ ଇଣ୍ଟରନ୍ୟାସନାଲ ଶିଖ୍ ୟୁଥ୍ ଫେଡେରେସନ ଯେଉଁମ‌ାନେ କାନାଡାରୁ ଆର୍ଥିକ ସହଯୋଗ ଗ୍ରହଣ କରୁଛନ୍ତି ସେମାନଙ୍କୁ ଆଇନ ପ୍ରବର୍ତ୍ତନ ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକ ଦ୍ୱାରା ଲକ୍ଷ୍ୟ କରାଯାଇଛି ବୋଲି ରିପୋର୍ଟରେ କୁହାଯାଇଛି। 

କାନାଡାରେ ମନି ଲଣ୍ଡରିଂ ଏବଂ ଆତଙ୍କବାଦୀ ଆର୍ଥିକ ସହାୟତା ବିପଦର ୨୦୨୫  ମୂଲ୍ୟାଙ୍କନ ଆହୁରି ଦର୍ଶାଉଛି ‌‌ଯେ, ‘ଏହି ଗୋଷ୍ଠୀଗୁଡ଼ିକର ପୂର୍ବରୁ କାନାଡାରେ ଏକ ବ୍ୟାପକ ପାଣ୍ଠି ସଂଗ୍ରହ ନେଟୱର୍କ ଥିଲା। ରିପୋର୍ଟରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ଖଲିସ୍ତାନୀ ଉଗ୍ରବାଦୀ ଗୋଷ୍ଠୀଗୁଡ଼ିକ   ପ୍ରବାସୀ ସମ୍ପ୍ରଦାୟଙ୍କଠାରୁ ଚାନ୍ଦା ମାଗିଛନ୍ତି ଏବଂ ଅଣ-ଲାଭକାରୀ ସଂଗଠନ ମାଧ୍ୟମରେ  ବିପୁଳ ପାଣ୍ଠି ସଂଗ୍ରହ କରିଛନ୍ତି। ସେମାନଙ୍କର ସାମଗ୍ରିକ ବଜେଟର ଆକାର ବଢ଼ିଚାଲିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ଖାଲିସ୍ତାନୀମାନଙ୍କ ସମେତ ରାଜନୈତିକ ଭାବରେ ପ୍ରେରିତ ହିଂସାତ୍ମକ ଉଗ୍ରବାଦରେ ଜଡିତ ଗୋଷ୍ଠୀଗୁଡ଼ିକ ପାଇଁ ଆପରାଧିକ କାର୍ଯ୍ୟକଳାପ ପାଣ୍ଠିର ଏକ ଉତ୍ସ ଭାବରେ ମଧ୍ୟ କାର୍ଯ୍ୟ କରେ। ଏହି ଗୋଷ୍ଠୀଗୁଡ଼ିକ ସେମାନଙ୍କର କାର୍ଯ୍ୟକୁ ବଜାୟ ରଖିବା ପାଇଁ ବିବିଧ ପାଣ୍ଠି ପଦ୍ଧତି ବ୍ୟବହାର କରନ୍ତି, ଯେଉଁଥିରେ   ବ୍ୟାଙ୍କିଙ୍ଗ କ୍ଷେତ୍ରର ଅପବ୍ୟବହାର ହେଉଛି। ଏହା ସହିତ କ୍ରିପ୍ଟୋକରେନ୍ସିର ବ୍ୟବହାର  ଏବଂ ଏନ୍‌ପିଓ କ୍ଷେତ୍ରର ଅପବ୍ୟବହାର ମଧ୍ୟ ଖଲିସ୍ତାନୀୟ ଆପରାଧିକ କାର୍ଯ୍ୟକଳାପରେ ଅନ୍ତର୍ଭୁକ୍ତ। ଏହି ଗୋଷ୍ଠୀଗୁଡ଼ିକ ପ୍ରବଳ ଭାବେ ଭାରତ ବିରୋଧୀ ମାନସିକତା ନେଇ ଆଗକୁ ବଢ଼ୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe