କାନାଡାରେ ଖଲିସ୍ତାନୀଙ୍କ ସ୍ଲୋଗାନ: ‘ଆମେ କାନାଡାର ମାଲିକ’

Advertisment

ଖଲିସ୍ତାନ ସମର୍ଥକମାନେ କାନାଡାବାସୀଙ୍କୁ ବିଦେଶରୁ ଆସିଥିବା ‘ଆକ୍ରମଣକାରୀ’ ବୋଲି କହିବା ସହ ସେମାନଙ୍କୁ ଇଂଲଣ୍ଡ ଓ ୟୁରୋପକୁ ଫେରିଯିବାକୁ ଦାବି କରିଛନ୍ତି। ଏକ ଖଲିସ୍ତାନୀ ସମାବେଶର  ଭିଡିଓ ସେୟାର କରି ଡାନିଏଲ୍

ଖଲିସ୍ତାନ ସମର୍ଥକମାନେ କାନାଡାବାସୀଙ୍କୁ ବିଦେଶରୁ ଆସିଥିବା ‘ଆକ୍ରମଣକାରୀ’ ବୋଲି କହିବା ସହ ସେମାନଙ୍କୁ ଇଂଲଣ୍ଡ ଓ ୟୁରୋପକୁ ଫେରିଯିବାକୁ ଦାବି କରିଛନ୍ତି। ଏକ ଖଲିସ୍ତାନୀ ସମାବେଶର  ଭିଡିଓ ସେୟାର କରି ଡାନିଏଲ୍

fhkfhkhkhhk

ଅଟାୱା: ଖଲିସ୍ତାନ ସମର୍ଥକମାନେ କାନାଡାବାସୀଙ୍କୁ ବିଦେଶରୁ ଆସିଥିବା ‘ଆକ୍ରମଣକାରୀ’ ବୋଲି କହିବା ସହ ସେମାନଙ୍କୁ ଇଂଲଣ୍ଡ ଓ ୟୁରୋପକୁ ଫେରିଯିବାକୁ ଦାବି କରିଛନ୍ତି। ଏକ ଖଲିସ୍ତାନୀ ସମାବେଶର  ଭିଡିଓ ସେୟାର କରି ଡାନିଏଲ୍ ବୋର୍ଡମ୍ୟାନ୍ ନାମକ ଜଣେ ୟୁଜର ଏକ୍ସରେ ଲେଖିଛନ୍ତି, ଖଲିସ୍ତାନୀମାନେ  ପଦଯାତ୍ରା କରି ଦାବି କରୁଛନ୍ତି ଯେ ‘ଆମେ କାନାଡାର ମାଲିକ’ ଏବଂ ‘ଗୋରା ଲୋକମାନେ ୟୁରୋପ ଓ ଇସ୍ରାଏଲକୁ ଫେରିଯିବା ଉଚିତ।’ ଏହି ଭିଡିଓ କ୍ଲିପ୍‌ରେ ବ୍ରିଟିସ କଲମ୍ବିଆର ସରେରେ ଏକ ଶୋଭାଯାତ୍ରା ଦେଖିବାକୁ ମିଳିଛି ଯେଉଁଥିରେ ଖଲିସ୍ତାନୀ ପତାକା ଦୃଶ୍ୟମାନ ହେଉଥିବା ବେଳେ କିଛି ସଦସ୍ୟ ‘ଗୋରା ଲୋକମାନେ ୟୁରୋପ ଓ ଇସ୍ରାଏଲକୁ ଫେରିଯିବା ଉଚିତ’ ବୋଲି ଚିତ୍କାର କରୁଥିବା ଶୁଣିବାକୁ ମିଳୁଛି।

‘ଗୋରାଲୋକ ୟୁରୋପ ଫେରିଯାଆନ୍ତୁ’

ଏହି ଭାଇରାଲ ଭିଡିଓରେ ‘ଗୋରା ଲୋକମାନେ ଆକ୍ରମଣକାରୀ’ ଏବଂ ‘ଆମେ କାନାଡାର ମାଲିକ’ ବୋଲି ମଧ୍ୟ ଖଲିସ୍ତାନୀମାନେ କହୁଥିବା ଶୁଣିବାକୁ ମିଳୁଛି। ଗତବର୍ଷ ଭାରତ ଦ୍ୱାରା ଆତଙ୍କବାଦୀ ଘୋଷିତ ଖଲିସ୍ତାନୀ ସମର୍ଥକ ହରଦୀପ ସିଂହ ନିଜାରକୁ ହତ୍ୟା କରାଯିବା ପରେ ଭାରତ ଓ କାନାଡା ମଧ୍ୟରେ ସମ୍ପର୍କ ଖରାପ ହୋଇଥିଲା। ଆସନ୍ତା ବର୍ଷ ହେବାକୁ ଥିବା ନିର୍ବାଚନରେ ସାଂସଦ ଜଗମିତ୍ ସିଂହଙ୍କ ସମର୍ଥନକୁ ସୁନିଶ୍ଚିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଖାଲିସ୍ତାନୀ ଗୋଷ୍ଠୀକୁ ସମର୍ଥନ କରୁଛନ୍ତି ବୋଲି ଭାରତୀୟ ଗୁଇନ୍ଦା ସଂସ୍ଥା ଓ ଏଜେନ୍ସିଗୁଡ଼ିକ ମତ ରଖିଛନ୍ତି। ଟ୍ରୁଡୋଙ୍କ ଲୋକପ୍ରିୟତା ମାନ୍ୟତାରେ ବ୍ୟାପକ ହ୍ରାସ ଘଟିଛି ଏବଂ ବିଶେଷ କରି ଭାରତ ବିରୋଧରେ ତାଙ୍କ ଅଭିଯୋଗ କେବଳ ଗୁଇନ୍ଦା ସୂଚନା ଉପରେ ଆଧାରିତ ଏବଂ ତାଙ୍କ ପାଖରେ କୌଣସି ଠୋସ୍ ପ୍ରମାଣ ନାହିଁ ବୋଲି ସ୍ୱୀକାର କରିବା ପରେ ସେ ତାଙ୍କ ସରକାରକୁ ବଜାୟ ରଖିବା ପାଇଁ ସଂଘର୍ଷ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe