Image Courtesy of Hindustan Times
ଓ୍ଵାସିଂଟନ୍: କୃଷି ଆଇନ ବିରୋଧରେ ଭାରତରେ ପ୍ରତିବାଦ କରୁଥିବା କୃଷକମାନଙ୍କୁ ସମର୍ଥନ ପ୍ରଦର୍ଶନ କରି ଶନିବାର ଦିନ ଓ୍ଵାସିଂଟନ୍ସ୍ଥିତ ଭାରତୀୟ ଦୂତାବାସ ସମ୍ମୁଖରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀମାନେ ସେମାନଙ୍କ ପତାକାରେ ଆବୃତ କରିଥିଲେ।
‘ସିଖ୍ସ୍ ଫର୍ ଜଷ୍ଟିସ୍’ର ମୁଖ୍ୟ ଆଇନ ପରାମର୍ଶଦାତା ଗୁରପତଓ୍ଵନ୍ତ ସିଂହ ପାନ୍ନୁନ କହିଛନ୍ତି, କୃଷକ ଓ ଖଲିସ୍ତାନ ସମର୍ଥକମାନଙ୍କର ଉଦ୍ଦେଶ୍ୟ ସମାନ। ତାହା ହେଉଛି ଭାରତ ଅଧୀନରୁ ପଞ୍ଜାବକୁ ମୁକ୍ତ କରିବା। ସୂଚନାଯୋଗ୍ୟ, ଜୁଲାଇ ମାସରେ ପାନ୍ନୁନଙ୍କୁ ଭାରତ ଆତଙ୍କବାଦୀ ଆଖ୍ୟା ଦେଇଥିଲା।
Image Courtesy of Fooshyaଏ ସଂକ୍ରାନ୍ତରେ ଭାରତୀୟ ଦୂତାବାସ ଏକ ବିବୃତି ଜାରି କରିଛି। ଏଥିରେ ଉଲ୍ଲେଖ ଅଛି, ସାର୍ବଜନିକ ସମ୍ମାନର ଅଧିକାରୀ ଶାନ୍ତି ଓ ନ୍ୟାୟର ଆଦର୍ଶଙ୍କ (ମହାତ୍ମା ଗାନ୍ଧୀ) ପ୍ରତି ପ୍ରତିବାଦକାରୀ ରୂପରେ ଆସି ଦୁର୍ବୃତ୍ତମାନେ କରିଥିବା ଅପକର୍ମକୁ ତୀବ୍ର ନିନ୍ଦା କରୁଛୁ।
ଯୁକ୍ତରାଷ୍ଟ୍ର ଆମେରିକାର ଆଇନ ପ୍ରଣୟନକାରୀ ସଂସ୍ଥାନରେ ଭାରତୀୟ ଦୂତାବାସ ଏ ସଂକ୍ରାନ୍ତରେ ଦୃଢ଼ ପ୍ରତିବାଦ ଆଗତ କରିଛି। ଏ ପ୍ରସଙ୍ଗରେ ଆମେରିକାର ବୈଦେଶିକ ବିଭାଗକୁ ଅବଗତ କରାଇବା ସହ ତୁରନ୍ତ ତଦନ୍ତ କରି ଦୁର୍ବୃତ୍ତମାନଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରାଯାଇଥିବା କଥା ଏହି ବିବୃତିରେ ଉଲ୍ଲେଖ ଅଛି।
Follow Us