Advertisment

Khamenei Killing Protest: କାଶ୍ମୀରରେ ପ୍ରତିବାଦର ନିଆଁ: ପଥର ଫିଙ୍ଗାଳିଙ୍କୁ ପୋଲିସର କଠୋର ଚେତାବନୀ

Advertisment

ଇରାନର ସର୍ବୋଚ୍ଚ ନେତା ଆୟୋତୋଲ୍ଲା ଅଲି ଖେମିନିଙ୍କ ହତ୍ୟା ବିରୋଧରେ ଜମ୍ମୁ-କାଶ୍ମୀରରେ ପ୍ରତିବାଦ ହିଂସାର ରୂପ ନେଇଛି। ସୋମବାର ପ୍ରଦର୍ଶନକାରୀମାନେ ସୁରକ୍ଷା ବାହିନୀ ଉପରେ ପଥର ମାଡ଼ କରିଥିଲେ, ଯେଉଁଥିରେ ପାଞ୍ଚ ଜଣ ପୋଲିସ କର୍ମଚାରୀଙ୍କ ସମେତ ୧୨ ଜଣ ଆହତ ହୋଇଛନ୍ତି

ଇରାନର ସର୍ବୋଚ୍ଚ ନେତା ଆୟୋତୋଲ୍ଲା ଅଲି ଖେମିନିଙ୍କ ହତ୍ୟା ବିରୋଧରେ ଜମ୍ମୁ-କାଶ୍ମୀରରେ ପ୍ରତିବାଦ ହିଂସାର ରୂପ ନେଇଛି। ସୋମବାର ପ୍ରଦର୍ଶନକାରୀମାନେ ସୁରକ୍ଷା ବାହିନୀ ଉପରେ ପଥର ମାଡ଼ କରିଥିଲେ, ଯେଉଁଥିରେ ପାଞ୍ଚ ଜଣ ପୋଲିସ କର୍ମଚାରୀଙ୍କ ସମେତ ୧୨ ଜଣ ଆହତ ହୋଇଛନ୍ତି

protest

protest Photograph: (sambad.in)

ଶ୍ରୀନଗର: ଇରାନର ସର୍ବୋଚ୍ଚ ନେତା ଆୟୋତୋଲ୍ଲା ଅଲି ଖେମିନିଙ୍କ ହତ୍ୟା ବିରୋଧରେ ଜମ୍ମୁ-କାଶ୍ମୀରରେ ପ୍ରତିବାଦ ହିଂସାର ରୂପ ନେଇଛି। ସୋମବାର ପ୍ରଦର୍ଶନକାରୀମାନେ ସୁରକ୍ଷା ବାହିନୀ ଉପରେ ପଥର ମାଡ଼ କରିଥିଲେ, ଯେଉଁଥିରେ ପାଞ୍ଚ ଜଣ ପୋଲିସ କର୍ମଚାରୀଙ୍କ ସମେତ ୧୨ ଜଣ ଆହତ ହୋଇଛନ୍ତି। ଏହି ଘଟଣାକୁ ପୋଲିସ ଗୁରୁତର ସହ ନେଇଥିବା ବେଳେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଛି। 

ଆହୁରି ପଢନ୍ତୁ- No Drone Zone: ମୁଣ୍ଡଳୀରେ ରେଜିଙ୍ଗ ଡେ ପରେଡ୍: ୪ଦିନ ପାଇଁ ‘ନୋ ଡ୍ରୋନ୍ ଜୋନ୍’ ଘୋଷିତ

ଶାନ୍ତିପୂର୍ଣ୍ଣ ପ୍ରତିବାଦର ଅଧିକାରକୁ ସମ୍ମାନ କରାଯିବ, କିନ୍ତୁ ଦଙ୍ଗା ଓ ପଥର ଫିଙ୍ଗାଳିଙ୍କୁ ବରଦାସ୍ତ କରାଯିବ ନାହିଁ ବୋଲି ପ୍ରଦର୍ଶନକାରୀଙ୍କୁ ପୋଲିସ ସଫା ସଫା ଚେତାବନୀ ଦେଇଛି। ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ପ୍ରରୋଚନାକାରୀ ଓ ଅପରାଧୀଙ୍କ ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପୋଲିସ। ଜନସାଧାରଣଙ୍କୁ ସଂଯମ ରହିବା ଓ ହିଂସା, ଉତ୍ତେଜନାକୁ ଏଡାଇବାକୁ ମଧ୍ୟ ପୋଲିସ ନିବେଦନ କରିଛନ୍ତି। ସୁରକ୍ଷା ବାହିନୀ ସହିତ ସଂଘର୍ଷ ଫଳରେ ହିଂସା, ସମ୍ପତ୍ତି କ୍ଷତି, ଜୀବନହାନି, ପ୍ରତିବନ୍ଧକ, ଶିକ୍ଷାନୁଷ୍ଠାନ ବନ୍ଦ, ପରିବାର, ବ୍ୟବସାୟୀ, ଛାତ୍ର ଓ ଦୈନିକ ମଜୁରିଆଙ୍କ ପାଇଁ କଷ୍ଟକର ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ପୋଲିସ କହିଛି।

ଆହୁରି ପଢନ୍ତୁ- War Updates: ପାକିସ୍ତାନ, ଭେନେଜୁଏଲା ପରେ ଏବେ ଇରାନ: ଯୁଦ୍ଧରେ ଚୀନ୍ ଅସ୍ତ୍ରଶସ୍ତ୍ର କ୍ରମାଗତ ଫେଲ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe