ଆଧୁନିକ ହେଲା ‘ଖାପ୍‌’; ଓଢ଼ଣି ପକାଇବାରୁ ନିବୃତ୍ତ ରହିବାକୁ ମହିଳାମାନଙ୍କୁ ଦେଲା ନିର୍ଦ୍ଦେଶ

Advertisment
ଆଧୁନିକ ହେଲା ‘ଖାପ୍‌’; ଓଢ଼ଣି ପକାଇବାରୁ ନିବୃତ୍ତ ରହିବାକୁ ମହିଳାମାନଙ୍କୁ ଦେଲା ନିର୍ଦ୍ଦେଶ

www.indiatimes.com

ହରିୟାଣା : ‘ଖାପ୍‌ ପଞ୍ଚାୟତ’ ନାଁ ଶୁଣିଲେ ମନରେ ଏକ ଅଜଣା ଆତଙ୍କ ସୃଷ୍ଟି ହୁଏ। କାରଣ, ଆଜି ପର୍ଯ୍ୟନ୍ତ ଖାପ୍‌ ପଞ୍ଚାୟତ ପକ୍ଷରୁ ବା ଦ୍ୱାରା କେବଳ ମାତ୍ର ବିଭିନ୍ନ ରକମର ‘ଫତ୍‌ଓ୍ଵା’ ଜାରି କରାଯାଇ ଆସୁଥିଲା। ଯେପରିକି, ମହିଳାମାନେ ମୋବାଇଲ ବ୍ୟବହାର କରିପାରିବେ ନାହିଁ, ଝିଅମାନେ ପ୍ରେମ ବିବାହ କରିପାରିବେ ନାହିଁ, ଇତ୍ୟାଦି, ଇତ୍ୟାଦି।

ଦେଶର ପୁରାତନ ସଂସ୍କୃତି ଓ ମୂଲ୍ୟବୋଧକୁ ଜାବୁଡ଼ି ଧରି ସମସ୍ତ ପ୍ରକାରର ଆଧୁନିକତାକୁ ‘ଫତ୍‌ଓ୍ଵା’ ଜାରି କରି ବିରୋଧ କରୁଥିବା ହରିୟାଣା ଖାପ୍‌ ପଞ୍ଚାୟତର ଏକ ନିଷ୍ପତ୍ତି ଏବେ କିନ୍ତୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି। ଆଉ ସେଇଟି ହେଉଛି, କାହିଁ କେଉଁ ପ୍ରାଚୀନ କାଳରୁ ମହିଳାମାନେ ନିଜର ମୁହଁ ଓ ମୁଣ୍ଡ ଢ଼ାଙ୍କିବାକୁ ବ୍ୟବହାର କରୁଥିବା ଓଢ଼ଣି ବା ଘୁଂଘଟ ବ୍ୟବହାରକୁ ବନ୍ଦ କରିବା ପାଇଁ ମହିଳାମାନଙ୍କୁ ନିର୍ଦ୍ଦେଶ ଦେଇଛି ଖାପ୍‌।

publive-image www.indiatimes.com

ଏବେ ବି ଦେଶର ଗ୍ରମାଞ୍ଚଳମାନଙ୍କରେ ମହିଳାମାନେ କେବଳ ବାହାରକୁ ବାହାରିବା ବେଳେ ନୁହେଁ, ବରଂ ଘର ଭିତରେ ଥିବାବେଳେ ବି ଓଢ଼ଣା ପକାଇ ରହିଥା’ନ୍ତି। କିନ୍ତୁ, ପ୍ରଥମ ଥର ପାଇଁ ସୋମବାର ଦିନ ହରିୟାଣାର ମାଲିକ୍‌ ଗଠଓ୍ଵାଲ ଖାପ୍‌ ମହିଳାମାନଙ୍କୁ ଆହ୍ଵାନ ଦେଇ କହିଛି ଯେ ଏହି ଓଢ଼ଣା ପ୍ରଥା କାହିଁ କେଉଁ ଅନାଦି ଯୁଗର ଏକ ପୁରାତନ ପରମ୍ପରା ଥିଲା। ଏହାକୁ ଏବେ ଆଉ ମାନିବାର ଆଉ କୌଣସି ଆବଶ୍ୟକତା ବା ଯଥାର୍ଥତା ନାହିଁ। ଗୋହାନାର ସୋନ୍‌ପତ୍‌ଠାରେ ଖାପ୍‌ର ଜନୈକ ବରିଷ୍ଠ ନେତାଙ୍କ ଜନ୍ମ ବାର୍ଷିକୀ ପାଳନ ଅବସରରେ ମାଲିକ୍‌ ଗଠଓ୍ଵାଲ ଖାପ୍‌ ପକ୍ଷରୁ ଏହି ଘୋଷଣା କରାଯାଇଛି। ଏହି ଉତ୍ସବରେ କେନ୍ଦ୍ରମନ୍ତ୍ରୀ ବୀରେନ୍ଦ୍ର ସିଂହଙ୍କ ସମେତ ବିହାରର ମନ୍ତ୍ରୀ ସତ୍ୟପାଲ ମଲିକ୍‌ ଉପସ୍ଥିତ ଥିଲେ।

ଏହି ଅବସରରେ ମାଲିକ୍‌ ଗଠଓ୍ଵାଲ ଖାପ୍‌ ମୁଖ୍ୟ ୬୬ ବର୍ଷୀୟ ବଲଜିତ୍‌ ମଲିକ୍‌ ଘୋଷଣା କରି କହିଥିଲେ ଯେ ଏବେ ଏହି ବହୁ ପୁରାତନ ପ୍ରଥାର ଆଉ କୌଣସି ପ୍ରକାରର ଆବଶ୍ୟକତା ନାହିଁ। ଏହି ପ୍ରଥାକୁ ଧରି ରଖିବା ଓ ଏହାର ପାଳନ କରିବା ହେଉଛି ମୂର୍ଖାମିର ପରିଚାୟକ। ଏହି ପ୍ରଥାର ପ୍ରଚଳନ ଦ୍ୱାରା ମହିଳାମାନେ ଠିକ୍‌ ସେ ଦେଖି ପାରୁଛନ୍ତି ନା ଠିକ୍‌ ଭାବେ ନିଃଶ୍ୱାସ ନେଇ ପାରୁଛନ୍ତି! ଏବେ ବି ହରିୟାଣା, ପଞ୍ଜାବ, ଉତ୍ତର ପ୍ରଦେଶ ଓ ରାଜସ୍ଥାନର ପ୍ରାୟ ୭୦୦ ଗ୍ରାମରେ ମହିଳାମାନେ ଓଢ଼ଣା ପ୍ରଥାକୁ କଡ଼ାକଡ଼ି ଭାବେ ପାଳନ କରିଥାଆନ୍ତି। ତେଣୁ, ଏହି ସମସ୍ତ ମହିଳାମାନଙ୍କୁ ଓଢ଼ଣା ପ୍ରଥାକୁ ପରିହାର କରିବା ପାଇଁ ନିର୍ଦ୍ଦେଶ ଦେବା ସହ ମହିଳାମାନେ ଯଦି ଅତି ଆବଶ୍ୟକମନେ କରନ୍ତି ତେବେ ମୁଣ୍ଡ ଉପରେ ଗୋଟିଏ ସ୍କାର୍ଫ ପକାଇ ପାରନ୍ତି ବୋଲି ପରାମର୍ଶ ଦେଇଛନ୍ତି, ଗଠଓ୍ଵାଲ ଖାପ୍‌ ମୁଖ୍ୟ ବଲଜିତ୍‌ ମଲିକ୍‌। ଖାପ୍‌ର ଏ ପ୍ରକାର ଆଭିମୁଖ୍ୟକୁ ଦେଶବ୍ୟାପି ସ୍ୱାଗତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe