ଅବୈଧ ସମ୍ପର୍କର ଅଭିଯୋଗ କରି ମହିଳାଙ୍କୁ ଉଲଗ୍ନ କରି ଗାଧୋଇଲା ଖାପ୍‌ ପଞ୍ଚାୟତ

Advertisment
ଅବୈଧ ସମ୍ପର୍କର ଅଭିଯୋଗ କରି ମହିଳାଙ୍କୁ ଉଲଗ୍ନ କରି ଗାଧୋଇଲା ଖାପ୍‌ ପଞ୍ଚାୟତ

www.indiatimes.com

ଜୟପୁର: ରାଜସ୍ଥାନର ଶେଖୱାଟୀ ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଖାପ ପଞ୍ଚାୟତ, ସମସ୍ତ ସୀମା ଅତିକ୍ରମ କରି ଜଣେ ମହିଳାଙ୍କୁ ନିଜ ପରିବାରର ଜଣେ ଯୁବକଙ୍କ ସହ ଅନୈତିକ ସମ୍ପର୍କ ଥିବାର ଅଭିଯୋଗ କରି ଶାସ୍ତି ଦେଇଛି।  ଏହି ମହିଳାଙ୍କୁ ଖାପ ପଂଚାୟତ ଏପରି ଏକ ଦଣ୍ଡାଦେଶ ଶୁଣାଇଛି, ଯାହାକି ସମସ୍ତ ମାନବିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଦେଇଛି | ଅଭିଯୋଗ ହୋଇଛି ଯେ ମହିଳା ଜଣଙ୍କୁ ଖାପ ପଞ୍ଚାୟତ ଦ୍ୱାରା ଦିଆଯାଇଥିବା ଶାସ୍ତି ମୁତାବକ ଶହ ଶହ ଲୋକଙ୍କ ସାମ୍ନାରେ ଉଲଗ୍ନ ହୋଇ ସ୍ନାନ କରିବାକୁ ପଡିଥିଲା ।

ଏ ନେଇ ଅଖିଳ ରାଜସ୍ଥାନ ସାନସି ସମାଜ ସୁଧାରକ ପୁଲିସ ଅଧୀକ୍ଷକଙ୍କ ନିକଟରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି | ମିଳିଥିବା ସୂଚନା ମୁତାବକ ଅଗଷ୍ଟ ୨୧ ରେ ରାଜସ୍ଥାନର ଶେଖୱାଟୀର ସୋଲା ଗ୍ରାମରେ ଏହି ଘଟଣା ଘଟିଥିଲା। ସେଠାରେ ସାନସି ସମାଜର ଜଣେ ମହିଳା ଏବଂ ତାଙ୍କ ପୁତୁରା (ଦେଢଶୁରଙ୍କ ପୁଅ)ଙ୍କୁ ଉଲଗ୍ନ କରାଯାଇ ସର୍ବସାଧାରଣଙ୍କ ସମ୍ମୁଖରେ ଗାଧୋଇବାକୁ କୁହାଯାଇଥିଲା |

ଖାପ ପଞ୍ଚାୟତ ଉକ୍ତ ମହିଳାଙ୍କୁ ନେଇ ଅଭିଯୋଗ କରିଥିଲା ଯେ ଉକ୍ତ ଯୁବକଙ୍କ ସହ ମହିଳାଙ୍କର ଅନୈତିକ ସମ୍ପର୍କ ରହିଛି। ଆଉ ଏଥିପାଇଁ ଏହି ଦଣ୍ଡ ଦିଆଯାଇଥିଲା | ସେହି ସମୟରେ ସେଠାରେ ପ୍ରାୟ ୪୦୦ ଲୋକ ରୁଣ୍ଡ ହୋଇଥିବାବେଳେ କେହି ଏହାକୁ ବିରୋଧ କରି ନଥିଲେ। ଖାପ ପଞ୍ଚାୟତ ମହିଳା ଏବଂ ଯୁବକଙ୍କୁ ୫୧ ହଜାର ଟଙ୍କାର ଜରିମାନା ଦେବାକୁ ମଧ୍ୟ କହିଥିଲା |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe