କଂଗ୍ରେସ ସଭାପତି ହେବାପରେ ପ୍ରଥମ ଥର ଦଳୀୟ କର୍ମୀଙ୍କୁ ଭେଟିଲେ ଖଡ଼ଗେ

Advertisment

୨୬ରୁ ଗୁଜରାଟରେ ପ୍ରଚାର କରିବେ

୨୬ରୁ ଗୁଜରାଟରେ ପ୍ରଚାର କରିବେ

ଶ୍ରମିକର ସ୍ୱରକୁ ପୁନଃଜୀବିତ କରାଯାଉ

Deccan Herald

ନୂଆଦିଲ୍ଲୀ : କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ସୋମବାର ଦିନ ଦଳୀୟ କର୍ମୀଙ୍କୁ ଭେଟିଛନ୍ତି। କଂଗ୍ରେସ ସଭାପତି ହେବାପରେ ଦଳୀୟ କର୍ମୀଙ୍କ ସହ ଏହା ତାଙ୍କର ପ୍ରଥମ ସାକ୍ଷାତ। ଦଳୀୟ କର୍ମୀମାନେ ଆଜି ସକାଳେ ଏଆଇସିସି ମୁଖ୍ୟାଳୟ ବାହାରେ ରୁଣ୍ଡ ‌ହୋଇ ଖଡ଼ଗେଙ୍କ ସହ କଥା ହୋଇଛନ୍ତି ।

ଉଲ୍ଲେଖଯୋଗ୍ୟ ‌ଯେ ଅକ୍ଟୋବର ୨୬ ତାରିଖରେ ଖଡ଼ଗେ କଂଗ୍ରେସ ସଭାପତି ଭାବେ ଦାୟିତ୍ବ ନେଇଥିଲେ। ଅକ୍ଟୋବର ୧୯ରେ ସେ କଂଗ୍ରେସ ସଭାପତି ନିର୍ବାଚିତ ହୋଇଥିଲେ। କଂଗ୍ରେସ ସଭାପତି ନିର୍ବାଚିତ ହେବାପରେ ଖଡ଼ଗେ କହିଥିଲେ ପ୍ରତି କର୍ମୀ ଏବଂ ପ୍ରତି ନେତା ତାଙ୍କ ପାଇଁ ସମାନ। ଦଳକୁ ସୁଦୃଢ଼ କରିବାପାଇଁ ସେ ପ୍ରତି କର୍ମୀଙ୍କ ନିକଟରେ ପହଞ୍ଚିବେ ବୋଲି କହିଥିଲେ। ଦୀର୍ଘ ୨୪ ବର୍ଷ ମଧ୍ୟରେ ଖଡ଼ଗେ ହେଉଛନ୍ତି ପ୍ରଥମ ଅଣଗାନ୍ଧି ସଭାପତି। ଖଡ଼ଗେ ଆସନ୍ତା ନଭେମ୍ବର ୨୬ ତାରିଖରୁ ଗୁଜରାଟରେ ପ୍ରଚାର କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe