ପିଲାଙ୍କ ଜନ୍ମଦିନରେ ଶିକ୍ଷୟିତ୍ରୀଙ୍କୁ ମିଳିଥିବା ଚକୋଲେଟ ଭିତରୁ ବାହାରିଲା ନକଲି ଦାନ୍ତ

ପିଲାଙ୍କ ଜନ୍ମଦିନରେ ଶିକ୍ଷୟିତ୍ରୀଙ୍କୁ ମିଳିଥିବା ଚକୋଲେଟ ଭିତରୁ ବାହାରିଲା ନକଲି ଦାନ୍ତ

ନୂଆଦିଲ୍ଲୀ: ଯଦି ଆପଣ ବି ଚକୋଲେଟ ଖାଇବା ପ୍ରତି ରୁଚି ରଖିଛନ୍ତି ତେବେ ସାବଧାନତା ଅବଲମ୍ବନ କରନ୍ତୁ। କାରଣ ଏଯାବତ ଚକୋଲେଟରେ ପୋକ ବାହାରୁଥିବା ଘଟଣା ଆପଣମାନେ ଶୁଣିବାକୁ ପାଇଛନ୍ତି। ନିକଟରେ ମଧ୍ୟପ୍ରଦେଶର ଖରଗୋନରେ ଚକୋଲେଟରୁ ମଣିଷ ଦାନ୍ତ ବାହାରିବା ଘଟଣା ସମସ୍ତଙ୍କୁ ଚକିତ କରି ଦେଇଛି।

ସୂଚନାଯୋଗ୍ୟ, ମଧ୍ୟପ୍ରଦେଶର ଖରଗୋନ ଜିଲ୍ଲାରେ ଘରୋଇ ସଂସ୍ଥା ସାମାଜିକ ଆସ୍ଥା ଗ୍ରାମ ଟ୍ରଷ୍ଟରେ ପଢ଼ୁଥିବା ଜଣେ ଛାତ୍ରର ଜନ୍ମଦିନ ଥିଲା। ତେଣୁ ସାମାଜିକ କର୍ମକର୍ତ୍ତାମାନେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଚକୋଲେଟ ବାଣ୍ଟିବା ସହିତ ପାଠପଢ଼ାଉଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ମଧ୍ୟ ଚକୋଲେଟ ବଣ୍ଟନ କରିଥିଲେ। ଏହି ଚକୋଲେଟ ପାଇଥିବା ଶିକ୍ଷୟିତ୍ରୀ ମାୟାଦେବୀ ଗୁପ୍ତା ଘରେ ଯେତେବେଳେ ଖାଇବାକୁ ଜରି ଖୋଲିଛନ୍ତି ସେଥିରୁ ଦାନ୍ତ ବ‌ାହାରିବା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଏହି ଘଟଣାକୁ ନେଇ ଶିକ୍ଷୟିତ୍ରୀ ମାୟାଦେବୀ ଗୁପ୍ତା କହିଛନ୍ତି, ମୁଁ ଆସ୍ଥା ଗ୍ରାମ ଟ୍ରଷ୍ଟ‌ରେ ପିଲାଙ୍କୁ ନିଶୁଳ୍କ ପାଠପଢ଼ାଉଛି। ଏଠାରେ ପାଠପଢ଼ୁ୍‌ଥିବା ପିଲାଙ୍କ ମଧ୍ୟରୁ ଜଣେ ବାଳକଙ୍କ ଜନ୍ମଦିନ ଥିଲା। ସେଥିପାଇଁ ଚକୋଲେଟ ବଣ୍ଟା ଯାଇଥିଲା। ଏହି ଚକୋଲେଟକୁ ମୁଁ ଯେତେବେଳେ ଖାଇଥିଲି ସେଥିରୁ ଚାରିଟି ନକଲି ଦାନ୍ତର ସେଟ ବ‌ାହାରିଥିଲା। ଏହି ସେଟଟି ଏପରିଥିଲା କି ଯେଉଁ ଲୋକଙ୍କ ଦାନ୍ତ ନଥାଏ  ସେମାନେ ଏହି ନକଲି ଦାନ୍ତ ବ୍ୟବହାର କରିଥାଆନ୍ତି। ମୁଁ ଏନେଇ ଖାଦ୍ୟ ନିରପତ୍ତା ବିଭାଗକୁ ଅଭିଯୋଗ କରିବା ପରେ ସେମାନେ ଯାଞ୍ଚ ଆରମ୍ଭ କରି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe