ଖାର୍‌କିଭ ଏବେ ଭୂତ ସହର: ଡୋନେସ୍କ, ଲୁହାଂସ୍କରେ ଜୋରଦାର ଲଢ଼େଇ

Advertisment

ଏକ ଦେଶର ହତ୍ୟା: ମେୟର

ଏକ ଦେଶର ହତ୍ୟା: ମେୟର

ଖାର୍‌କିଭ ଏବେ ଭୂତ ସହର: ଡୋନେସ୍କ, ଲୁହାଂସ୍କରେ ଜୋରଦାର ଲଢ଼େଇ

Time News

କିବ୍‌ : ପୂର୍ବ ୟୁକ୍ରେନ୍‌ର ଖାର୍‌କିଭରରେ ରୁଷ୍‌ ସେନା ପ୍ରତିଦିନ ଗୋଳା, ବୋମା ଓ ରକେଟ୍‌ ମାଡ଼ ଜାରି ରଖିଛି। ସହରର ସମସ୍ତ ପ୍ରମୁଖ ଅଂଚଳ ଧ୍ବଂସ ହୋଇସାରିଥିବା ବେଳେ ସ୍ଥାନୀୟ ବାସିନ୍ଦା ପ୍ରାଣ ବିକଳରେ ସହର ଛାଡ଼ିଛନ୍ତି। ରୁଷ୍‌ର ବୋମାବର୍ଷା ଯୋଗୁଁ ଖାର୍‌କିଭରେ ୧୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି ଏବଂ ପ୍ରାୟ ୩୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଖାର୍‌କିଭର ସଲ୍ଟିବକା ରୁଷ୍‌ର ମୁଖ୍ୟ ଟାର୍ଗେଟ୍‌ ହୋଇଛି। ସଲ୍ଟିବକାରେ ରୁଷ୍‌ ଭୟଙ୍କର ‌ବୋମାବର୍ଷା କରୁଛି। ସହରର ୮୦ ପ୍ରତିଶତ ଖାଲି ହୋଇ ସାରିଛି। ଜଳନ୍ତା ଘର ସହ ଚାରିଆଡ଼େ କେବଳ ବିପର୍ଯ୍ୟୟ ଏବଂ ନିରବତା ଦେଖିବାକୁ ମିଳିଛି। ଘର, ଚର୍ଚ୍ଚ ଏବଂ ହସ୍ପିଟାଲ୍‌ ସବୁକିଛି ମାଟିରେ ମିଶିଯାଇଛି। ଗୋଟିଏ ବି ପ୍ରଶାସନିକ ଭବନ ସୁରକ୍ଷିତ ନାହିଁ। ସହରରେ ଲଗାତାର ‌ଗୋଳାବର୍ଷା ହେଉଥିବାରୁ ଲୋକଙ୍କୁ ଆଉ ରାସ୍ତାଘାଟରେ ଦେଖିବାକୁ ମିଳୁନାହିଁ। ପୂର୍ବ ୟୁକ୍ରେନ୍‌ରେ ରୁଷ୍‌ ଜନବସତି ଅଞ୍ଚଳକୁ ଟାର୍ଗେଟ୍‌ କରି ଗୁଳିମାଡ଼ କରୁଛି।

ଖାର୍‌କିଭ ମେୟର ଇହୋର ତେରେଖୋଭ କହିଛନ୍ତି, ସହର ଛାଡ଼ିନଥିବା ଲୋକେ ଅତ୍ୟନ୍ତ ଆତଙ୍କିତ ଜୀବନ ଜିଇଁବାକୁ ବାଧ୍ୟ ହୋଇଛନ୍ତି। ଏହା ସୈନିକଙ୍କ ବିରୋଧରେ ସୈନିକଙ୍କ ଲଢ଼େଇ ନୁହେଁ, ବରଂ ଏହା ଏକ ଦେଶର ହତ୍ୟା ବୋଲି ସେ କହିଛନ୍ତି। ଡୋନେସ୍କ ଏବଂ ଲୁହାଂସ୍କ ଅଞ୍ଚଳରେ ରୁଷ୍‌ ଭୟଙ୍କର ଆକ୍ରମଣ ଜାରି ରଖିଛି । ଗତ ୨୪ ଘଣ୍ଟାରେ ରୁଷ୍‌ ଡୋନେସ୍କ ଅଞ୍ଚଳରେ ୪୨ଟି ପ୍ରତିଷ୍ଠାନକୁ ନିଜ ନିୟନ୍ତ୍ରଣକୁ ନେଇ ସାରିଛି। ରୁଷ୍‌ ଦକ୍ଷିଣ ୟୁକ୍ରେନ୍‌ ଏବଂ ଡୋନ୍‌ବାସକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନେବାପାଇଁ ଚାହୁଛି ବୋଲି ରୁଷ୍‌ ଜେନେରାଲ କହିଛନ୍ତି। ଅନ୍ୟପ‌କ୍ଷେ ରୁଷ୍‌ ଗୋଟିଏ ରାତିରେ ୟୁକ୍ରେନ୍‌ର ୫୮ଟି ସାମରିକ ପ୍ରତିଷ୍ଠାନ ଧ୍ବଂସ କରିଛି ବୋଲି ରୁଷ୍‌ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe