Advertisment

୨ଟି ଭୋଟର ପରିଚୟପତ୍ର ରଖିଛନ୍ତି ପବନ ଖେଡ଼ା ! ନୋଟିସ ପଠାଇଲେ ନିର୍ବାଚନ କମିସନ

Advertisment

ଏକାଧିକ ଭୋଟର ପରିଚୟପତ୍ର ରଖିଥିବା ଅଭିଯୋଗରେ ମଙ୍ଗଳବାର ନିର୍ବାଚନ କମିସନ କଂଗ୍ରେସ ମୁଖପାତ୍ର ପବନ ଖେଡ଼ାଙ୍କୁ ନୋଟିସ ପଠାଇଛନ୍ତି। ତାଙ୍କ ପାଖରେ ଦୁଇଟି ଭିନ୍ନ ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟର ପରିଚୟପତ୍ର ଥିବା ଅଭିଯୋଗ ହୋଇଛି।

ଏକାଧିକ ଭୋଟର ପରିଚୟପତ୍ର ରଖିଥିବା ଅଭିଯୋଗରେ ମଙ୍ଗଳବାର ନିର୍ବାଚନ କମିସନ କଂଗ୍ରେସ ମୁଖପାତ୍ର ପବନ ଖେଡ଼ାଙ୍କୁ ନୋଟିସ ପଠାଇଛନ୍ତି। ତାଙ୍କ ପାଖରେ ଦୁଇଟି ଭିନ୍ନ ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟର ପରିଚୟପତ୍ର ଥିବା ଅଭିଯୋଗ ହୋଇଛି।

kheda

ନୂଆଦିଲ୍ଲୀ : ଏକାଧିକ ଭୋଟର ପରିଚୟପତ୍ର ରଖିଥିବା ଅଭିଯୋଗରେ ମଙ୍ଗଳବାର ନିର୍ବାଚନ କମିସନ କଂଗ୍ରେସ ମୁଖପାତ୍ର ପବନ ଖେଡ଼ାଙ୍କୁ ନୋଟିସ ପଠାଇଛନ୍ତି। ତାଙ୍କ ପାଖରେ ଦୁଇଟି ଭିନ୍ନ ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟର ପରିଚୟପତ୍ର ଥିବା ଅଭିଯୋଗ ହୋଇଛି।

ନୋଟିସରେ କୁହାଯାଇଛି ଯେ ଖେଡ଼ାଙ୍କ ନାମ ନୂଆଦିଲ୍ଲୀ ଏବଂ ଦିଲ୍ଲୀର ଜାଙ୍ଗପୁରା ବିଧାନସଭା ଆସନର ଭୋଟର ତାଲିକାରେ ପଞ୍ଜିକୃତ। ବିଶେଷ କଥା ହେଉଛି ପବନ କଂଗ୍ରେସର ଗଣମାଧ୍ୟମ ଏବଂ ପ୍ରଚାର ବିଭାଗର ମୁଖ୍ୟ ଏବଂ ପ୍ରାୟତଃ ବିଜେପି ଉପରେ ନିର୍ବାଚନୀ ଜାଲିଆତି ଅଭିଯୋଗ ଆଣିଛନ୍ତି।

ଏହାକୁ ନେଇ ବିଜେପି କଂଗ୍ରେସକୁ ଟାର୍ଗେଟ କରିଛି । ବିଜେପି ଆଇଟି ସେଲ ପ୍ରମୁଖ ଅମିତ ମାଲବ୍ୟ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ କଂଗ୍ରେସ ସମସ୍ତଙ୍କୁ ଭୋଟଚୋରି ଆରୋପ ଲଗାଉଛି, କିନ୍ତୁ ଏହାର ନେତା ୨ଟି ଭୋଟର ପରିଚୟପତ୍ର ରଖିଛନ୍ତି।

ଏହାକୁ ନେଇ ବିଜେପି କଂଗ୍ରେସକୁ ଟାର୍ଗେଟ କରିଛି । ବିଜେପି ଆଇଟି ସେଲ ପ୍ରମୁଖ ଅମିତ ମାଲବ୍ୟ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ କଂଗ୍ରେସ ସମସ୍ତଙ୍କୁ ଭୋଟଚୋରି ଆରୋପ ଲଗାଉଛି, କିନ୍ତୁ ଏହାର ନେତା ୨ଟି ଭୋଟର ପରିଚୟପତ୍ର ରଖିଛନ୍ତି।

ତେବେ ପବନ ଖେଡ଼ା ଏହି ଅଭିଯୋଗକୁ ଅସ୍ବୀକାର କରିଛନ୍ତି । ସେ କହିଛନ୍ତି ଅମିତ ମାଲବ୍ୟ ହୁଅନ୍ତୁ କିମ୍ବା ଅନୁରାଗ ଠାକୁର । ଭୋଟର ତାଲିକାରେ ସ୍ବଚ୍ଛତା ରକ୍ଷା ନିର୍ବାଚନ କମିସନଙ୍କ ଦାୟିତ୍ବ । ଏଣୁ କଂଗ୍ରେସ ସବୁବେଳେ ଏହି ସ୍ବଚ୍ଛତା ଦାବି କରିଆସୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe