ପାଟନା: ଖେସାରୀ ଲାଲ୍ ଯାଦବ ଲଢ଼ିବେ ବିହାର ବିଧାନସଭା ନିର୍ବାଚନ। ଚଳଚ୍ଚିତ୍ର ପରେ, ଭୋଜପୁରୀ ସୁପରଷ୍ଟାର ଖେସାରି ଲାଲ ଯାଦବ ଏବେ ରାଜନୀତିରେ ନିଜ ଭଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି। ସେ ବିହାର ବିଧାନସଭା ନିର୍ବାଚନ ଲଢ଼ିବାକୁ ଯାଉଥିବା ନେଇ ନିଜେ ତାଙ୍କ ସୋସିଆଲ ମିଡିଆ ମାଧ୍ୟମରେ ଘୋଷଣା କରିଛନ୍ତି। ଅଭିନେତା ଛପରା ବିଧାନସଭା ଆସନରୁ ଆରଜେଡି ପାଇଁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ିବେ। ଏନେଇ ସେ ଖୁବଶୀଘ୍ର ନାମାଙ୍କନ ଦାଖଲ କରିବେ ବୋଲି ଜଣାପଡ଼ିଛି। ଏହା ପୂର୍ବରୁ ସେ ତାଙ୍କ ପ୍ରଶଂସକଙ୍କଠାରୁ ଆଶୀର୍ବାଦ ଓ ସମର୍ଥନ ମାଗିଛନ୍ତି।
ନାମାଙ୍କନ ସମୟରେ ସାଙ୍ଗରେ ରହିବା ପାଇଁ ପ୍ରଶଂସକଙ୍କୁ ନିମନ୍ତ୍ରଣ କଲେ ଖେସାରୀ
ଖେସାରୀ ଲାଲ ଯାଦବ ଗୁରୁବାର ରାତିରେ ଘୋଷଣା କରିଛନ୍ତି ଯେ, "ମୁଁ କ୍ଷମତା ପାଇଁ ନିର୍ବାଚନ ଲଢ଼ିବି ନାହିଁ। ମୁଁ ଜନତାଙ୍କ ପୁଅ ଏବଂ ରାଜନୀତିକୁ ନିଜର ଦାୟିତ୍ୱ ବୋଲି ଭାବେ।" ଇନଷ୍ଟାରେ ଏକ ଭିଡିଓ ପୋଷ୍ଟ କରି ଖେସାରୀ ଲେଖିଛନ୍ତି ଯେ, "ଆସନ୍ତାକାଲି ମୁଁ ମୋର ନାମାଙ୍କନ ଦାଖଲ କରିବାକୁ ଯାଉଛି, ଏବଂ ଏହି ଅବସରରେ, ଆପଣଙ୍କର ସମର୍ଥନ ଏବଂ ଆଶୀର୍ବାଦ ମୋ ପାଇଁ ବହୁତ ବଡ଼ ସମ୍ବଳ ହେବ। ମୁଁ ଆପଣ ସମସ୍ତଙ୍କୁ ଆସନ୍ତାକାଲି ନାମାଙ୍କନ ଦିନ ଆସି ଆପଣଙ୍କର ଏହି ପୁଅ ଏବଂ ଭାଇକୁ ଆଶୀର୍ବାଦ କରିବାକୁ ଆନ୍ତରିକ ଭାବରେ ଅନୁରୋଧ କରୁଛି, ଯାହା ଦ୍ଵାରା ମୁଁ ଆପଣଙ୍କର ଅଧିକାର ଏବଂ ସମ୍ମାନ ପାଇଁ ଅଧିକ ଶକ୍ତି ସହିତ ଲଢ଼ିପାରିବି।"
ଆହୁରି ପଢ଼ନ୍ତୁ: ମହାନଦୀକୁ ଡେଉଁଲେ ଯୁବକ, ଖୋଜାଖୋଜି ଜାରି
ଖେସାରୀଙ୍କ ପ୍ରାର୍ଥୀତ୍ୱ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ହଇଚଇ ସୃଷ୍ଟି କରିଛି। କାରଣ ତାଙ୍କ ପୂର୍ବରୁ ପବନ ସିଂହ ମଧ୍ୟ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଥିଲେ, କିନ୍ତୁ ପରେ ବ୍ୟକ୍ତିଗତ ବିବାଦ ଯୋଗୁଁ ସେ ବିଧାନସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଥିଲେ।
ଆହୁରି ପଢ଼ନ୍ତୁ: ବିଧାୟକ ଦଳ ବିହାରର CM ବାଛିବେ: ଅମିତ ଶାହ
khesari-lal-yadav | Assembly election
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/10/17/amit-shah-2025-10-17-10-01-18.jpg)