ନୂଆଦିଲ୍ଲୀ: ଶନିବାର ଇସ୍ରାଏଲ ଇରାନ ଉପରେ ସିଧାସଳଖ ଆକ୍ରମଣ କରିଛି। ରବିବାର ଏହି ଆକ୍ରମଣର ଦିନକ ପରେ ଇରାନର ସର୍ବୋଚ୍ଚ ନେତା ଆୟୋତୋଲ୍ଲା ଅଲ୍ଲୀ ଖାମେନି ସାମନାକୁ ଆସିଛନ୍ତି। ସେ କହିଛନ୍ତି ଯେ ଇସ୍ରାଏଲ ଆକ୍ରମଣକୁ ଅତିରଂଜିତ କରି ବଢେଇ ଚଢେଇ ଦେଖାଯିବା କିମ୍ବା କମ୍ ଆକଳନ କରାଯିବା ଉଚିତ ନୁହେଁ । ତେବେ ଇସ୍ରାଏଲ ସରକାରଙ୍କ ଭୁଲ ବୁଝାମଣା ଦୂର ହେବା ଦରକାର ବୋଲି ସେ କହିଛନ୍ତି।
ଇସ୍ରାଏଲର ଆକ୍ରମଣର ଜବାବ ଦେବାର ଅଧିକାର ଇରାନର ଅଛି । ଇରାନ ରାଷ୍ଟ୍ର ଏବଂ ଏହାର ଯୁବଗୋଷ୍ଠୀଙ୍କ ଶକ୍ତି, ଇଚ୍ଛାଶକ୍ତିକୁ ଇସ୍ରାଏଲକୁ ବୁଝାଇଦିଆଯିବା ଉଚିତ୍ ବୋଲି ସେ କହିଛନ୍ତି ।
ଇସ୍ରାଏଲର ଆକ୍ରମଣର ଜବାବ ଦେବାର ଅଧିକାର ଇରାନର ଅଛି । ଇରାନ ରାଷ୍ଟ୍ର ଏବଂ ଏହାର ଯୁବଗୋଷ୍ଠୀଙ୍କ ଶକ୍ତି, ଇଚ୍ଛାଶକ୍ତିକୁ ଇସ୍ରାଏଲକୁ ବୁଝାଇଦିଆଯିବା ଉଚିତ୍ ବୋଲି ଆୟୋତୋଲ୍ଲା ଅଲ୍ଲୀ ଖାମେନି କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଇରାନର ଜନସାଧାରଣଙ୍କ କ୍ଷମତା ଓ ଇଚ୍ଛାକୁ ଇସ୍ରାଏଲ ଶାସନ ପର୍ଯ୍ୟନ୍ତ କିପରି ପହଞ୍ଚାଇଦିଆଯିବ ଓ ଦେଶର ସ୍ବାର୍ଥ କିପରି ରକ୍ଷା କରାଯିବ ତାହା କର୍ତ୍ତୃପକ୍ଷଙ୍କ ଉପରେ ନିର୍ଭର କରେ ।
ଇରାନ ଗତକାଲି ଇସ୍ରାଏଲକୁ ଚେତାବନୀ ଦେଇ କହିଛି ଯେ ସେ ନିଜକୁ ରକ୍ଷା କରିବ। ଏହାର ଜବାବ ଦେଲେ ତେହେରାନକୁ ବହୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ଇସ୍ରାଏଲ କହିଛି। ଆମେରିକା, ଜର୍ମାନୀ ଏବଂ ବ୍ରିଟେନ ତେହେରାନକୁ ଏହି ସଂଘର୍ଷକୁ ଆଉ ନବଢ଼ାଇବାକୁ ଆହ୍ୱାନ ଦେଇଛନ୍ତି।
Follow Us