ନୂଆଦିଲ୍ଲୀ: ଶ୍ରୀଦେବୀ ଏବଂ ବୋନି କାପୁରଙ୍କ ବଡ ଝିଅ ଜାହ୍ନବୀଙ୍କ ପରେ ଏବେ ସାନ ଝିଅ ଖୁସି ମଧ୍ୟ ବଲିଉଡ୍ ସିନେମାରେ ନିଜ କ୍ୟରିଅର ଆରମ୍ଭ କରିବେ। ଅନାଇତା ସ୍ରଫ୍ଙ୍କ ଅଦ୍ଜାନିଆ ଚାଟ୍ ସୋ’ରେ ଏହି ସୂଚନା ଦେଇଛନ୍ତି ଖୁସି। କରନ୍ ଜୋହରଙ୍କ ଫିଲ୍ମରୁ ତାଙ୍କର ଡେବ୍ୟୁ କରିବେ ବୋଲି ଖୁସି ସୂଚନା ଦେବା ସହ ତାଙ୍କ ଫିଲ୍ମରେ କିଏ ଅଭିନେତା ହେବେ ତାଙ୍କ ବାପା ସ୍ଥିର କରିବେ ବୋଲି କହିଛନ୍ତି। ତେବେ ସେ ନ୍ୟୁୟର୍କ ଫିଲ୍ମ ଏକାଡେମୀରେ ପଢା ସାରିବା ପରେ ଅଭିନୟ କରିବେ। ସୂଚନା ଥାଉକି, ଶ୍ରୀଦେବୀଙ୍କ ବଡ ଝିଅ ଜାହ୍ନବୀ ମଧ୍ୟ କରନ୍ଙ୍କ ଫିଲ୍ମରୁ କ୍ୟରିଅର ଆରମ୍ଭ କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us