ଖାଦ୍ୟ କମ୍ ହେବାରୁ କିମ୍ ଜଙ୍ଗ୍ ଲୋକଙ୍କଠାରୁ ମାଗିଲେ ମାନବ ମଳ, ନଦେଲେ ଦେବାକୁ ପଡ଼ିବ ଜରିମାନା

Advertisment
ଖାଦ୍ୟ କମ୍ ହେବାରୁ କିମ୍ ଜଙ୍ଗ୍ ଲୋକଙ୍କଠାରୁ ମାଗିଲେ ମାନବ ମଳ, ନଦେଲେ ଦେବାକୁ ପଡ଼ିବ ଜରିମାନା

Image Courtesy of NDTV

ପ୍ୟଙ୍ଗ୍ୟାଙ୍ଗ୍: ଉତ୍ତର କୋରିଆରେ ଏବେ ଖାଦ୍ୟ ଅଭାବ ଦେଖା ଦେଇଛି। ତେଣୁ ଉତ୍ତର କୋରିଆର ଏକଛତ୍ରବାଦୀ ରାଷ୍ଟ୍ରପତି କିମ୍ ଜଙ୍ଗ୍ ଉନ୍ ଦେଶରେ ଏକ ଅଜବ ନିର୍ଦ୍ଦେଶ ଜାରି କରିଛନ୍ତି। ସେ କହିଛନ୍ତି ଦେଶର ପ୍ରତ୍ୟେକ ସକ୍ଷମ ନାଗରିକ ଖତ ପାଇଁ ୨୦୦ କିଲୋ ମାନବ ମଳ ଯୋଗାଇବେ। ଏପରି ନକଲେ ପ୍ରତି କିଲୋ ମଳ ବଦଳରେ ୮୨ ଟଙ୍କା ଫାଇନ୍ ଦେବାକୁ ପଡିବ ।

ଗତବର୍ଷ ଉତ୍ତର କୋରିଆ ସରକାର ପ୍ରତ୍ୟେକ ନାଗରିକଙ୍କୁ ୧୦୦ କିଲୋ ମଳ ଯୋଗାଇବାକୁ କହିଥିଲେ। ଏହାକୁ ଏ ବର୍ଷ ଦୁଇଗୁଣା କରି ଦିଆଯାଇଛି। ମିଡିଆ ରିପୋର୍ଟ ଅନୁସାରେ ସରକାରୀ କମ୍ପାନୀମାନଙ୍କୁ ମଧ୍ୟ ୫୦୦ କିଲୋ ମଳ ଯୋଗାଇବାକୁ କୁହାଯାଇଛି। ଏହି ଖବର ସେହି ସିଟିଜେନ୍ସ ରିପୋର୍ଟରୁ ସାମନାକୁ ଆସିଛି ଯାହା ଉତ୍ତର କୋରିଆ ଓ ଚୀନ ସୀମାରେ ମୋବାଇଲ ଫୋନ ଦ୍ଵାରା ପରସ୍ପର ମଧ୍ୟରେ ଖବରର ଆଦାନପ୍ରଦାନ କରନ୍ତି ।

ଉତ୍ତର କୋରିଆ ସରକାର ବିଲରେ ସାର ଭାବରେ ମାନବ ମଳର ବ୍ୟବହାରକୁ ବଢାଇବାକୁ ଯାଉଛି। ଉତ୍ତର କୋରିଆ ଏପରି କରିବାର ସବୁଠୁ ବଡ କାରଣ ଚୀନ ଅଟେ। ଉ.କୋରିଆ ରାସାୟନିକ ସାର ଓ ୟୁରିଆ ପାଇଁ ଚୀନ ଉପରେ ନିର୍ଭର କରିଥାଏ। ଉ.କୋରିଆ ପାଖରେ ଚାଷ ପାଇଁ ଜରୁରୀ ଯନ୍ତ୍ରପାତି ମଧ୍ୟ ନାହିଁ। କୋରନା ଯୋଗୁଁ ଗତ ୨ ବର୍ଷ ହେଲା ଦେଶର ସୀମାରେଖା ମଧ୍ୟ ସିଲ୍ ଅଛି। ଏହା ଦ୍ଵାରା ୟୁରିଆ ଦେଶକୁ ଆସିପାରୁ ନାହିଁ । ଏହାଛଡା ଅସମୟରେ ବନ୍ୟା ଓ ବାତ୍ୟା ଯୋଗୁଁ ମଧ୍ୟ ଫସଲ ଉତ୍ପାଦନ ହ୍ରାସ ପାଇଛି। ଏହା ଦ୍ଵାରା ଉତ୍ତର କୋରିଆର ୨ କୋଟି ୫୮ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଦେଶର ଏକ ବଡ ଅଂଶରେ ଲୋକେ ଭୋକ ଉପାସରେ ରହୁଛନ୍ତି ।

୨୦୦ କିଲୋ ମଳ ନଦେଲେ ଜରିମାନା ଦେବାକୁ ମଧ୍ୟ କୁହାଯାଇଛି । ଏହା ଦ୍ଵାରା ଲୋକମାନଙ୍କର ସମସ୍ୟା ବଢିପାରେ କାରଣ ୨୦୧୯ର ତଥ୍ୟ ଅନୁଯାୟୀ ଦେଶରେ ପ୍ରତ୍ୟେକ ବ୍ୟକ୍ତିଙ୍କ ବାର୍ଷିକ ଆୟ ୯୫ ହଜାର ଟଙ୍କା । ଗତବର୍ଷ ଉତ୍ତର କୋରିଆରେ ଅନାହାରର ରିପୋର୍ଟ ମିଳିଥିଲା । ଏହାପରେ ଶାସକ କିମ୍ ଜଙ୍ଗ୍ ଲୋକମାନଙ୍କୁ କମ ଖାଦ୍ୟ ଖାଇବାକୁ ଆଦେଶ ଦେଇଥିଲେ। ଏଠାରେ ଗତବର୍ଷ ୪୦ ଲକ୍ଷ ଟନ୍ ଫସଲ ଉତ୍ପାଦନ ହୋଇଥିଲା । ବିଶେଷଜ୍ଞଙ୍କ ଅନୁସାରେ ଉତ୍ତର କୋରିଆର ଲୋକଙ୍କ ପେଟ ଭରିବା ପାଇଁ ୫୨ ଲକ୍ଷ ଟନ ଫସଲ ଦରକାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe