ଦିଲ୍ଲୀରୁ ଦମ୍ପତ୍ତିଙ୍କୁ ଅପହରଣ, ମଧ୍ୟପ୍ରଦେଶରେ ହତ୍ୟା ପରେ ରାଜସ୍ଥାନରେ ଫୋଫାଡ଼ିଦେଲେ ମୃତଦେହ

ଦିଲ୍ଲୀରୁ ଦମ୍ପତ୍ତିଙ୍କୁ ଅପହରଣ, ମଧ୍ୟପ୍ରଦେଶରେ ହତ୍ୟା ପରେ ରାଜସ୍ଥାନରେ ଫୋଫାଡ଼ିଦେଲେ ମୃତଦେହ

YouTube

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଏକ ଦମ୍ପତିଙ୍କୁ ଦିଲ୍ଲୀରୁ ଅପହରଣ କରି ପରେ ମଧ୍ୟପ୍ରଦେଶକୁ ନିଆଯାଇ ହତ୍ୟା କରାଯାଇଥିଲା। କେବଳ ଏତିକି ନୁହେଁ, ଯୁବତୀଙ୍କ ମୃତଦେହକୁ ରାଜସ୍ଥାନକୁ ନିଆଯାଇ ଫିଙ୍ଗି ଦିଆଯାଇଥିଲା। ପୁଲିସ ଆଜି ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି | ଏହି ଜଘନ୍ୟ ଅପରାଧ ଘଟାଇଥିବାରୁ ପୁଲିସ ଝିଅର ପରିବାର ସଦସ୍ୟଙ୍କୁ ଗିରଫ କରିଛି। ଝିଅର ପରିବାର ସଦସ୍ୟ ଏହି ଅପରାଧ ସ୍ୱୀକାର କରିଥିବାବେଳେ ପୁଲିସ କହିଛି ଯେ ମୃତ ଯୁବତୀ ଜଣକ ନାବାଳିକା ଥିବାବେଳେ ଯୁବକ ଜଣକ ସାବାଳକ ଥିଲେ | ଉଭୟ ମୃତକଙ୍କ ଘର ଉତ୍ତରପ୍ରଦେଶରେ ଫିରୋଜାବାଦ ଅଞ୍ଚଳର ହୋଇଥିବାବେଳେ ସେମାନେ ପଡୋଶୀ ଥିଲେ | ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା, କିନ୍ତୁ ସେମାନଙ୍କ ପରିବାର ସଦସ୍ୟ ଏହି ସମ୍ପର୍କକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ। ଉଭୟ ନିଜ ପରିବାର ସଦସ୍ୟଙ୍କୁ ବିବାହ ପାଇଁ ମନାଇବାକୁ ଅନେକ ଥର ଚେଷ୍ଟା କରିଥିଲେ ବି କିନ୍ତୁ ସେମାନେ ରାଜି ହୋଇନଥିଲେ |

ଏହା ପରେ, ଜୁଲାଇ ୩୧ ରେ, ଉଭୟ ପ୍ରେମୀଯୁଗଳ ଘରୁ ଫେରାର ହୋଇଯାଇଥିଲେ | କିଛି ଦିନ ପରେ ଝିଅର ପରିବାର ଉଭୟ ଦିଲ୍ଲୀରେ ଅଛନ୍ତି ବୋଲି ଜାଣିବାକୁ ପାଇଥିଲେ | ସେଠାରେ ସେମାନେ ବିବାହ କରିସାରିଥିବାବେଳେ ଏହି ଦମ୍ପତିଙ୍କୁ ଜିପ୍‌ରେ ଦିଲ୍ଲୀରୁ ଅପହରଣ କରାଯାଇଥିଲା। ଅପହରଣ ପରେ ଉଭୟଙ୍କୁ ମଧ୍ୟପ୍ରଦେଶର ଭିଣ୍ଡକୁ ନିଆଯାଇଥିଲା। ସେଠାରେ ଉଭୟଙ୍କୁ ହତ୍ୟା କରାଯିବା ପରେ ଯୁବକଙ୍କ ମୃତଦେହକୁ ମଧ୍ୟପ୍ରଦେଶର ଅଟାରି ଫୋଫାଡ଼ି ଚାଲିଯାଇଥିଲେ | ସେହିପରି ପ୍ରମାଣ ଲୁଚାଇବାକୁ ଯୁବତୀଙ୍କ ମୃତଦେହକୁ ରାଜସ୍ଥାନର ଢ଼ୋଲପୁରରେ ଫୋଫାଡ଼ି ଦେଇଥିଲେ | ଅଗଷ୍ଟ ୫ରେ ରାଜସ୍ଥାନ ପୁଲିସକୁ ଯୁବତୀଙ୍କ ମୃତଦେହ ମିଳିଥିବାବେଳେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ତଦନ୍ତ କରିଥିଲା ।

ଏହି ସମୟରେ ପୁଅର ନିଖୋଜ ସମ୍ପର୍କରେ ପୁଅର ପିତା ଅଗଷ୍ଟ ୧୦ ରେ ଏକ ମାମଲା ଦାୟର କରିଥିଲେ। ରାଜସ୍ଥାନରେ ଯୁବତୀଙ୍କ ମୃତଦେହ ମିଳିବା ପରେ ପୁଲିସ ସନ୍ଦେହ କରିଥିଲା ​​ଯେ ଏହି ଦୁଇଙ୍କ ମୃତ୍ୟୁ ମଧ୍ୟରେ କିଛି ସମାନତା ରହିଛି । ଯେତେବେଳେ ଯୁବତୀଙ୍କ ପରିବାର ସଦସ୍ୟଙ୍କ ମୋବାଇଲ୍ ଲୋକେସନ ବିଷୟରେ ପୁଲିସ ତଦନ୍ତ କରିଥିଲା, ସେତେବେଳେ ଏହା ପ୍ରଥମେ ଦିଲ୍ଲୀ, ପରେ ଭିଣ୍ଡ ଏବଂ ପରେ ଗ୍ୱାଲିଅର୍ ଏବଂ ଢ଼ୋଲପୁର ଯାଇଥିବାର ଦେଖିବାକୁ ମିଳିଥିଲା | ଏହା ପରେ ପୁଲିସ ଝିଅର ପରିବାର ସଦସ୍ୟଙ୍କୁ ପଚରାଉଚରା ପାଇଁ ଡାକିଥିଲା। ସନ୍ଦେହରେ ପୋଲିସ ତାଙ୍କୁ ଗିରଫ କରିଥିଲା ​​ଏବଂ ପରେ ସେମାନେ ଏହି ହତ୍ୟାକାଣ୍ଡ କରିଥିବାର ସ୍ୱୀକାର କରିଥିଲେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe