Image Courtesy of New York Post
ଜେରୁଜେଲମ୍: ସଙ୍ଗୀତ ମହୋତ୍ସବରେ ହମାସ୍ ଆତଙ୍କବାଦୀଙ୍କଦ୍ବାରା ଅପହୃତ ହୋଇଯାଇଥିବା ଜଣେ ଯୁବତୀଙ୍କ ‘ରୁମ୍ମେଟ୍’ ତଥା ‘ବୟଫ୍ରେଣ୍ଡ୍’ଙ୍କୁ ଇସ୍ରାଏଲ୍ର ଜଣେ ଘରମାଲିକ ଭଡ଼ା ମାଗୁଛନ୍ତି ବୋଲି ‘ନ୍ୟୁୟର୍କ ପୋଷ୍ଟ୍’ ରିପୋର୍ଟ କରିଛି।
ଘରଭଡ଼ା ବାବଦକୁ ଅପହୃତା ଯୁବତୀଙ୍କ ଭାଗ ଟଙ୍କା ନ ଦେଲେ ଘରେ ଥିବା ତାଙ୍କ (ଅପହୃତା ଯୁବତୀ) ଜନିଷପତ୍ର ଫିଙ୍ଗି ଦେବେ ବୋଲି ମଧ୍ୟ ସେ ଧମକ ଦେଇଛନ୍ତି।
‘ନ୍ୟୁୟର୍କ ପୋଷ୍ଟ୍’ ରିପୋର୍ଟ ଅନୁସାରେ, ଅକ୍ଟୋବର ୬ ତାରିଖରେ ସଙ୍ଗୀତ ଉତ୍ସବ ‘ସୁପରନୋଭା ରେଭ୍’ରେ ସେ ୨୭ ବର୍ଷୀୟ ଯୁବତୀ ଇନ୍ବାର୍ ହାଇମନ୍ ଯୋଗ ଦେଇଥିଲେ। ସେଠାରେ ଅତର୍କିତ ଆକ୍ରମଣ କରି ହମାସ୍ ଆତଙ୍କବାଦୀମାନେ ୨୫୦ଜଣଙ୍କୁ ହତ୍ୟା କରିବା ସହିତ ଯୁବ ଛାତ୍ରଛାତ୍ରୀଙ୍କ ସମେତ ଅନେକଙ୍କୁ ଅପହରଣ କରି ନେଇଥିଲେ।
Image Courtesy of NDTV୨୭ ବର୍ଷୀୟ ଯୁବତୀ ଇନ୍ବାର୍ ହାଇମନ୍ ଓ ତାଙ୍କ ବୟଫ୍ରେଣ୍ଡ୍ ‘ଭଡ଼ା ଅର୍ଥ ସେୟାର୍’ କରି ଏକ ଆପାର୍ଟମେଣ୍ଟ୍ରେ ରହୁଥିଲେ। ସମ୍ପ୍ରତି ଆପାର୍ଟମେଣ୍ଟ୍ ମାଲିକ ତାଙ୍କ ବୟଫ୍ରେଣ୍ଡ୍ଙ୍କୁ ସମୁଦାୟ ଘରଭାଡ଼ା ମାଗୁଛନ୍ତି। ଯଦି ପୂରା ଭଡ଼ା ନ ଦିଅନ୍ତି ତେବେ ସେ ଇନ୍ବାର୍ଙ୍କ ଜିନିଷପତ୍ର ଫିଙ୍ଗି ଦେଇ ଆଉ ଜଣଙ୍କୁ ସେଠାରେ ଭଡ଼ା ଦେବେ ବୋଲି ଧମକ ଦେଇଛନ୍ତି ବୋଲି ସ୍ଥାନୀୟ ଗଣମାଧ୍ୟମ ‘ୱାଲା ନିଉଜ୍’ ରିପୋର୍ଟ କରିଛି।
ସେ ଆପାର୍ଟମେଣ୍ଟ୍ରେ ରହୁଥିବା ଇନ୍ବାର୍ଙ୍କ ବୟଫ୍ରେଣ୍ଡ୍ ନୋଆମ୍ ଏଲନ୍ କହିଛନ୍ତି ଯେ, ମଙ୍ଗଳବାର ଦିନ ଘରମାଲିକ ତାଙ୍କ ପାଖକୁ ବାକି ଘରଭଡ଼ା ବାବଦ ଟଙ୍କା ପୈଠ କରିବାକୁ କହିଛନ୍ତି। କିନ୍ତୁ, ଇନ୍ବାର୍ ଅପହୃତା ବୋଲି କହିବାରୁ ସେ କହିଲେ, ତାଙ୍କ ବଦଳରେ ଆଉ ଜଣକୁ ରଖ। ତୁମେ ସେଠାରେ ଏକାକୀ ରହିବାଦ୍ବାରା ମୋର କିଛି ଲାଭ ହେଉନାହିଁ।
ସୂଚନାଯୋଗ୍ୟ, ଘରଭଡ଼ା ବାବଦ ଅର୍ଥ ହେଉଛି ପ୍ରାୟ ୬୩୦ ଡଲାର୍। ସେତକ ପୈଠ ନ କଲେ ଘର ଛାଡ଼ିବାକୁ ଘର ମାଲିକ ନିର୍ଦେଶ ଦେଇଛନ୍ତି।
Follow Us