Image Courtesy of NDTV
ଜାତିସଂଘ: ଆତଙ୍କବାଦୀମାନେ କଙ୍ଗୋ ଦେଶର ଜଣେ ମହିଳାଙ୍କୁ ଦୁଇ ଥର ଅପହରଣ କରି ନେଇ ତାଙ୍କ ସହିତ ବାରମ୍ବାର ଦୁଷ୍କର୍ମ କରିବା ସହ ତାଙ୍କୁ ମଣିଷ ମାସଂ ରାନ୍ଧି ଖାଇବାକୁ ବାଧ୍ୟ କରିଥିଲେ ବୋଲି ବୁଧବାର ଦିନ କଙ୍ଗୋର ଏକ ମହିଳା ଅଧିକାର ସଙ୍ଗଠନ ଜାତସଂଘ ନିରାପତ୍ତା ପରିଷଦ୍କୁ କହିଛି।
ଯୁଦ୍ଧ-ବିକ୍ଷତ କଙ୍ଗୋ ଦେଶର ପୂର୍ବାଞ୍ଚଳ ବିଷୟରେ ୧୫ ସଦସ୍ୟବିଶିଷ୍ଟ ପରିଷଦ୍ରେ ଭାଷଣ ଦେଲାବେଳେ ମହିଳା ଅଧିକାର ସଙ୍ଗଠନ ‘ଫିମେଲ୍ ସଲିଡାରିଟି ଫର୍ ଇଣ୍ଟିଗ୍ରେଟେଡ୍ ପିସ୍ ଆଣ୍ଡ୍ ଡେଭ୍ଲପ୍ମେଣ୍ଟ୍’ର (ଏସ୍ଓଏଫ୍ଇପିଏଡିଆଇ) ଅଧ୍ୟକ୍ଷା ଜୁଲିଏନି ଲ୍ୟୁସେଞ୍ଜି ଉପରୋକ୍ତ ମହିଳାଙ୍କ ଦୁର୍ଦ୍ଦଶା କଥା ବଖାଣିଥିଲେ।
ମେ ମାସ ଶେଷଆଡ଼କୁ ସରକାର ଓ ବିଦ୍ରୋହୀ ସଙ୍ଗଠନମାନଙ୍କ ମଧ୍ୟରେ ଚାଲିଥିବା ଘମାଘୋଟ ଲଢ଼େଇ ହିଂସାକାଣ୍ଡ ପାଲଟି ଯିବା ପରେ ‘ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ’ ସଂକ୍ରାନ୍ତରେ ତଥ୍ୟ ସଂଗ୍ରହ ପାଇଁ ଜାତିସଂଘର ନିରାପତ୍ତା ପରିଷଦ୍ ନିୟମିତ ସଂକ୍ଷିପ୍ତ ବୈଠକ କରୁଛି।
ଲ୍ୟୁସେଞ୍ଜି କହିଛନ୍ତି, ଅପହୃତ ହୋଇଥିବା ପରିବାରର ଆଉ ଜଣେ ସଦସ୍ୟଙ୍କୁ ମୁକୁଳାଇବା ପାଇଁ ଦାବି ଅର୍ଥ ପୈଠ କରିବାକୁ ଯାଇଥିବା ବେଳେ ‘ସିଓଡିଇସିଓ’ ଆତଙ୍କବାଦୀମାନେ ଉକ୍ତ ମହିଳାଙ୍କୁ ଅପହରଣ କରିନେଇଥିଲେ। ତାଙ୍କ ସହିତ ଥରକୁ ଥର ଦୁଷ୍କର୍ମ କରାଯିବା ସହ ଶାରୀରିକ ନିର୍ଯାତନା ଦିଆଯାଇଛି ବୋଲି ସେ ମହିଳା ଅଧିକାର ସଙ୍ଗଠନକୁ କହିଛନ୍ତି।
Image Courtesy of Human Rights Watchତା’ପରେ ମହିଳାଜଣକ କହିଲେ କି, ଆତଙ୍କବାଦୀମାନେ ଜଣେ ପୁରୁଷ ଲୋକର ତଣ୍ଟି କାଟି ପକାଇଲେ। ତା’ପରେ ସେମାନେ ତାଙ୍କର ଅନ୍ତଃବୁଜୁଳା (ପୁଟି) କାଢ଼ି ପକାଇ ମତେ ମଲା ମଣିଷର ମାଂସ ରାନ୍ଧିବାକୁ କହିଲେ। ବାକି ଭୋଜନ ରାନ୍ଧିବା ଲାଗି ସେମାନେ ମତେ ଦୁଇଟି ଜଳପାତ୍ର ଦେଲେ। ତା’ପରେ ସେମାନେ ସମସ୍ତ କଏଦୀଙ୍କୁ ମଣିଷ ମାଂସ ଖୁଆଇଲେ।
ଅଳ୍ପ କିଛି ଦିନ ପରେ ଉକ୍ତ ମହିଳାଙ୍କୁ ମୁକ୍ତ କରି ଦିଆଗଲା। କିନ୍ତୁ, ଘରକୁ ଫେରିବା ବାଟରେ ଅନ୍ୟ ଏକ ଆତଙ୍କବାଦୀ ଦଳ ତାଙ୍କୁ ଅପହରଣ କରି ନେଇ ତାଙ୍କ ସହିତ ବାରମ୍ବାର ଦୁଷ୍କର୍ମ କଲେ। ସେମାନେ ମଧ୍ୟ ତାଙ୍କୁ ମଣିଷ ମାଂସ ରାନ୍ଧି ଖାଇବାକୁ କହିଲେ ବୋଲି କୌଣସି ମତେ ତାଙ୍କ କବଳରୁ ଖସି ଆସି ‘ଏସ୍ଓଏଫ୍ଇପିଏଡିଆଇ’କୁ ସେ କହିଥିଲେ ବୋଲି ଲ୍ୟୁସେଞ୍ଜି କହିଛନ୍ତି।
ପରିଷଦ୍ ବୈଠକରେ ଲ୍ୟୁସେଞ୍ଜି ଦ୍ବିତୀୟ ଆତଙ୍କବାଦୀ ସଙ୍ଗଠନର ନାଁ ଉଲ୍ଲେଖ କରି ନ ଥିଲେ। ସେ ଦେଇଥିବା ବିବୃତି ସଂକ୍ରାନ୍ତରେ ବି ‘ସିଓଡିଇସିଓ’ଠାରୁ କୌଣସି ପ୍ରତିକ୍ରିୟା ଆଣିବା ସମ୍ଭବ ହୋଇନାହିଁ।
Follow Us