ଯାତ୍ରୀଙ୍କ ଗୁଳିରେ ଅପହରଣକାରୀ ନିହତ: ଆମେରିକୀୟ ନାଗରିକର ବିମାନ ଅପହରଣ ଉଦ୍ୟମ

Advertisment

ଜଣେ ଆମେରିକୀୟ ନାଗରିକ ଗୁରୁବାର ବେଲିଜରେ ଏକ ଛୋଟ ଟ୍ରପିକ୍ ଏୟାର ବିମାନକୁ ଛୁରି ଦେଖାଇ ଅପହରଣ ଉଦ୍ୟମ କରବା ସହ ଅନ୍ୟ ୩ ଜଣ ଯାତ୍ରୀଙ୍କୁ ଆହତ କରିବା ପରେ ଲାଇସେନ୍ସପ୍ରାପ୍ତ ବନ୍ଧୁକ ଧରିଥିବା ଜଣେ ଯାତ୍ରୀଙ୍କ ଗୁଳିରେ ପ୍ରାଣ ହରାଇଛି।

ଜଣେ ଆମେରିକୀୟ ନାଗରିକ ଗୁରୁବାର ବେଲିଜରେ ଏକ ଛୋଟ ଟ୍ରପିକ୍ ଏୟାର ବିମାନକୁ ଛୁରି ଦେଖାଇ ଅପହରଣ ଉଦ୍ୟମ କରବା ସହ ଅନ୍ୟ ୩ ଜଣ ଯାତ୍ରୀଙ୍କୁ ଆହତ କରିବା ପରେ ଲାଇସେନ୍ସପ୍ରାପ୍ତ ବନ୍ଧୁକ ଧରିଥିବା ଜଣେ ଯାତ୍ରୀଙ୍କ ଗୁଳିରେ ପ୍ରାଣ ହରାଇଛି।

dfvc

ବେଲିଜ: ଜଣେ ଆମେରିକୀୟ ନାଗରିକ ଗୁରୁବାର ବେଲିଜରେ ଏକ ଛୋଟ ଟ୍ରପିକ୍ ଏୟାର ବିମାନକୁ ଛୁରି ଦେଖାଇ ଅପହରଣ ଉଦ୍ୟମ କରବା ସହ ଅନ୍ୟ ୩ ଜଣ ଯାତ୍ରୀଙ୍କୁ ଆହତ କରିବା ପରେ ଲାଇସେନ୍ସପ୍ରାପ୍ତ ବନ୍ଧୁକ ଧରିଥିବା ଜଣେ ଯାତ୍ରୀଙ୍କ ଗୁଳିରେ ପ୍ରାଣ ହରାଇଛି। ୧୪ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନରେ ମଝି ଆକାଶରେ ଏହି ଘଟଣା ଘଟିଥିଲା। ଅପହରଣ ସମୟରେ ବିମାନଟି ଚକ୍କର କାଟି ବେଲିଜରେ ଅବତରଣ କରିଥିଲା ଏବଂ ସେତେବେଳକୁ ପାଖାପାଖି ଇନ୍ଧନ ସରିଯାଇଥିଲା ବୋଲି ପୁଲିସ କହିଛି। କାଲିଫର୍ଣ୍ଣିଆର ଜଣେ ୪୯ ବର୍ଷୀୟ ଆକ୍ରମଣକାରୀ ଅକିନେଲା ସାଵା ଟେଲର ନିଜକୁ ଦେଶ ବାହାରକୁ ନେବାକୁ ଚାହୁଥିଲା ଏବଂ ବିମାନ ପାଇଁ ଅଧିକ ଇନ୍ଧନ ମାଗିଥିଲା। 

ସକାଳ ସାଢ଼େ ୮ଟାରେ ସାନ୍ ପେଡ୍ରୋ ଅଭିମୁଖେ ଯାଉଥିବା ବିମାନରେ ଟେଲର ଲୋକଙ୍କୁ ଆକ୍ରମଣ କରିବା ପରେ ଫିଲିପ୍ ଏସ୍ ଡବ୍ଲ୍ୟୁ ଗୋଲ୍ଡସନ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା। ଗୁଳିମାଡ଼ରେ ଆହତ ଟେଲରକୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା କିନ୍ତୁ ସେଠାରେ ତାକୁ  ମୃତ ଘୋଷଣା କରାଯାଇଥିଲା। ଟେଲର ଏହି ସପ୍ତାହ ଆରମ୍ଭରେ ବେଲିଜରେ ପ୍ରବେଶ କରିଥିବା ଜଣାପଡିଛି। କିନ୍ତୁ ସପ୍ତାହାନ୍ତରେ ତାକୁ ଦେଶ ଭିତରକୁ ପ୍ରବେଶ କରିବାକୁ ମନା କରାଯାଇଥିଲା। କେନ୍ଦ୍ରୀୟ ଆମେରିକାର କ୍ଷୁଦ୍ର ରାଷ୍ଟ୍ର ବେଲିଜରେ ପ୍ରାୟ ୪ ଲକ୍ଷ ଲୋକ ବସବାସ କରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe