The Sentinel Assam
ନୁହ (ହରିୟାଣା) : ବୁଧବାର ହରିୟାଣାର ନୁହରେ ଜଣେ ତିନି ବର୍ଷୀୟା ଶିଶୁ କନ୍ୟାକୁ ଅପହରଣ କରି ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।
ପୁଲିସ ସୂଚନାନୁସାରେ, ପୀଡ଼ିତାଙ୍କ ପିତା ଅଭିଯୋଗ କରିଛନ୍ତି ଯେ ମଙ୍ଗଳବାର ସକାଳେ ତାଙ୍କ ପତ୍ନୀ କ୍ଷେତକୁ ଯାଉଥିବାବେଳେ ସେମାନଙ୍କର ଶିଶୁକନ୍ୟା ତାଙ୍କୁ ଅନୁସରଣ କରିଥିଲା। ଝିଅ ପଛରେ ଆସୁଥିବା ତାଙ୍କ ପତ୍ନୀ ଜାଣି ନଥିଲେ। ଜଣେ ୧୪ ବର୍ଷୀୟ ବାଳକ ତାଙ୍କ ଝିଅକୁ ଅପହରଣ କରି ନେଇଥିଲା। କିଛି ସମୟ ପରେ ସେ କ୍ଷେତକୁ ଯାଉଥିବା ବେଳେ ଝିଅର କାନ୍ଦ ଶୁଣିଥିଲେ। ଗୁରୁତର ଅବସ୍ଥାରେ ଝିଅକୁ ସେ ଡାକ୍ତରଖାନା ନେଇ ଯାଇଥିଲେ। ବରିଷ୍ଠ ପୋଲିସ ଅଧୀକ୍ଷକ (ନୁହ) ବରୁଣ ସିଙ୍ଗଲା କହିଛନ୍ତି, ପୁଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଘଟଣାର ପାଞ୍ଚ ଘଣ୍ଟା ମଧ୍ୟରେ ବାଳକକୁ ଗିରଫ କରି ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଇଛି। ଶିଶୁକନ୍ୟାର ଅବସ୍ଥା ଗୁରୁତର ଥିବାରୁ ତାକୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଥିବା ପୁଲିସ କହିଛି।
Follow Us