‘ମାରି ପକାଅ, କାନ୍ଦି କାନ୍ଦି ମୋ ପାଖକୁ ଆସନି’: ଛାତ୍ରଛାତ୍ରୀଙ୍କୁ କହିଲେ ପୂର୍ବାଞ୍ଚଳ ବିଶ୍ୱବିଦ୍ୟାଳୟର କୁଳପତି

Advertisment
‘ମାରି ପକାଅ, କାନ୍ଦି କାନ୍ଦି ମୋ ପାଖକୁ ଆସନି’: ଛାତ୍ରଛାତ୍ରୀଙ୍କୁ କହିଲେ ପୂର୍ବାଞ୍ଚଳ  ବିଶ୍ୱବିଦ୍ୟାଳୟର କୁଳପତି

ବାରାଣସୀ: ଯଦି କୌଣସି ମାଡ଼ପିଟ୍‌ ଘଟନାରେ ପଡୁଛନ୍ତି ତେବେ ସେମାନେ ହତ୍ୟା କରନ୍ତୁ ବୋଲି ଛାତ୍ରଛାତ୍ରୀଙ୍କୁ କହି ଅଡୁଆରେ ପଡ଼ିଯାଇଛନ୍ତି ଜୌନପୁରସ୍ଥିତ ବୀର ବାହାଦୂର ସିଂହ ପୂର୍ବାଞ୍ଚଳ ବିଶ୍ୱବିଦ୍ୟାଳୟର କୁଳପତି।

ଗାଜିପୁର ଠାରେ ଆୟୋଜିତ ଗୋଟିଏ କଲେଜର ଉତ୍ସବରେ ଛାତ୍ରଛାତ୍ରୀଙ୍କୁ ସମ୍ଭାଷଣ ଦେଇ କୁଳପତି ପ୍ରଫେସର୍‌ ରାଜାରାମ ଯାଦବ କହିଲେ, ପଥରକୁ ଲାତଟିଏ ମାରି ଯୁବ ଛାତ୍ରମାନେ ପାଣି କାଢ଼ି ପାରିବେ। ଯେଉଁମାନେ ସଙ୍କଳ୍ପ ନେଇ ତାହା ପୂରଣ କରିପାରନ୍ତି ସେମାନଙ୍କୁ ପୂର୍ବାଞ୍ଚଳ ୟୁନିଭର୍ସିଟି ଛାତ୍ର କୁହାଯାଏ।

ଭାଷଣ ମଧ୍ୟରେ ସେ କହିଲେ ଯଦି କୌଣସି ଛାତ୍ର କେବେ ମାଡ଼ପିଟ ପରିସ୍ଥିତିରେ ପଡ଼ି ଯାଆନ୍ତି, ସେମାନେ ମାଡ଼ ଖାଇ ମୋ ପାଖକୁ ଆସିବା ଅନୁଚିତ। ସେମାନେ ବରଂ ଅପରକୁ ମାରିବା ଉଚିତ। ଯଦି ସମ୍ଭବ ହୁଏ ସେ ବ୍ୟକ୍ତିଙ୍କୁ ହତ୍ୟା କର। ପରେ ଆମେ ବୁଝିବୁ।

ପ୍ରଫେସର ଯାଦବଙ୍କ ଭାଷଣକୁ କେତେକ ରାଜନୈତିକ ଦଳ ସମାଲୋଚନା କରିଛନ୍ତି।

କଂଗ୍ରେସ ନେତା ଶୈଳେନ୍ଦ୍ର ସିଂହ କହିଛନ୍ତି ଯେ କୁଳପତି ପଦବୀ ଗୁରୁତ୍ୱପୂର୍ଣ୍ଣ ଏବଂ ସେ ପଦବୀରେ ଥିବା ବ୍ୟକ୍ତି ଏ ଭଳି ବିବୃତି ଦେବା ଅନୁଚିତ। ଏ ଭଳି ବିବୃତି ଦେଇ ସେ ଛାତ୍ରଛାତ୍ରୀମାନଙ୍କୁ କି ଶିକ୍ଷା ଦେବାକୁ ଚାହୁଁଛନ୍ତି?

ସମାଜବାଦୀ ପାର୍ଟି ମୁଖପାତ୍ର ମନୋଜ ରାୟ ଧୁପଚାନ୍ଦି କହିଛନ୍ତି: ଏହା ଘୋର ଆପତ୍ତିଜନକ ବିବୃତି। ଭଲ ପଢ଼ିବାକୁ କୁଳପତି ଛାତ୍ରଛାତ୍ରୀଙ୍କୁ ପ୍ରବର୍ତ୍ତାନ୍ତି। କିନ୍ତୁ ପୂର୍ବାଞ୍ଚଳ ୟୁନିଭର୍ସିଟି କୁଳପତି ଗୁଣ୍ଡାଗିରି କରିବାକୁ ସେମାନଙ୍କୁ ପ୍ରବର୍ତ୍ତାଉଛନ୍ତି। ଏହା ଖୁବ୍‌ ନୈରାଶ୍ୟଜନକ। କୁଳପତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe