ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ବିନା ବିଚାରରେ ହତ୍ୟା କରାଯାଉ, କଂଗ୍ରେସ ସାଂସଦଙ୍କ ବିବାଦୀୟ ବୟାନ

Advertisment
ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ବିନା ବିଚାରରେ ହତ୍ୟା କରାଯାଉ, କଂଗ୍ରେସ ସାଂସଦଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ: ପାଲେଷ୍ଟାଇନ ପ୍ରତି ନିଜ ସମର୍ଥନ ଜଣାଇବାକୁ ଯାଇ ଇସ୍ରାଏଲ ବିରୋଧରେ ବିବାଦୀୟ ବୟାନ ଦେଇଛନ୍ତି କେରଳର କଂଗ୍ରେସ ସାଂସଦ ରାଜମୋହନ ଉନ୍ନୀଥନ । କେରଳର କାସରାଗୋଡଠାରେ ଏକ ରାଲିକୁ ସମ୍ବୋଧନ କରିବା ବେଳେ ସେ କହିଛନ୍ତି ଯେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ବିନା କୌଣସି ବିଚାର ଚଳାଇ ହତ୍ୟା କରିଦେବା ଉଚିତ୍ ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଯୁଦ୍ଧ ଅପରାଧୀଙ୍କ ପାଇଁ ନୁରେମ୍ବର୍ଗ ବିଚାର ଏପରି ଏକ ପଦକ୍ଷେପ ଥିଲା ଯେଉଁଥିରେ ସେମାନଙ୍କୁ ବିନା ଶୁଣାଣିରେ ଗୁଳି କରାଯାଉଥିଲା । ଏବେ ସେୟା କରିବାର ସମୟ ଆସିଛି ବୋଲି ସେ କହିଛନ୍ତି। ବେଞ୍ଜାମିନ ନେତାନ୍ୟାହୁ ବିଶ୍ୱ ସାମ୍ନାରେ ଜଣେ ଯୁଦ୍ଧ ଅପରାଧୀ ଭାବରେ ଉଭା ହୋଇଛନ୍ତି । ସେ ଯୁଦ୍ଧସ୍ତରୀୟ ନିଷ୍ଠୁରତା କରୁଥିବାରୁ ତାଙ୍କୁ ଗୁଳି କରି ହତ୍ୟା କରାଯିବା ଉଚିତ।

ସେ କହିଛନ୍ତି, ଆପଣ ପଚାରିପାରନ୍ତି ଯେ ଯେଉଁମାନେ ଜେନେଭା ଚୁକ୍ତି ଅନୁଯାୟୀ ସମସ୍ତ ଚୁକ୍ତି ଭାଙ୍ଗିବେ ସେମାନଙ୍କ ସହିତ କ'ଣ କରାଯିବ? ଦ୍ବିତୀୟ ବିଶ୍ୱଯୁଦ୍ଧରେ ଯୁଦ୍ଧ ଅପରାଧର ଅଭିଯୁକ୍ତ ନାଜିମାନଙ୍କୁ ବିନା ବିଚାରରେ ଗୁଳିମାଡ଼ କରାଯାଉଥିଲା । ତାହାକୁ ନୁରେମ୍ବର୍ଗ ବିଚାର ବୋଲି କୁହାଯାଉଥିଲା । ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ନ୍ୟୁରେମ୍ବର୍ଗ ମଡେଲ ଲାଗୁ କରିବାର ସମୟ ଆସିଛି । ବେଞ୍ଜାମିନ ନେତାନ୍ୟାହୁ ବିଶ୍ୱ ସାମ୍ନାରେ ଜଣେ ଯୁଦ୍ଧ ଅପରାଧୀ ପାଲଟିଯାଇଛନ୍ତି ।

ମଧ୍ୟପୂର୍ବରେ ଯୁଦ୍ଧ ଆରମ୍ଭ ହେବା ପରେ କେରଳରେ ନିୟମିତଭାବେ ଇସ୍ରାଏଲ ବିରୋଧୀ କାର୍ୟ୍ୟକଳାପ ଦେଖିବାକୁ ମିଳୁଛି । ଏହା ପୂର୍ବରୁ କେରଳରେ ହମାସର ପୂର୍ବ ମୁଖ୍ୟ ଖାଲିଦ ମସାଲ ଭାଷଣ ଦେବାକୁ ନେଇ ବିବାଦ ଦେଖାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe