ଅନ୍‌ଲାଇନ୍‌ ଗେମ୍‌ରେ ବାରମ୍ବାର ହାରିବାରୁ ହତ୍ୟା, ୯ ବର୍ଷର ଝିଅକୁ ହତ୍ୟା କଲା ୧୧ ବର୍ଷର ପୁଅ

Advertisment
୪ ଝିଅଙ୍କୁ ଗଳା କାଟି ହତ୍ୟା ପରେ ମା’ର ଆତ୍ମହତ୍ୟା ଉଦ୍ୟମ

Kashmir Observer

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରେ ଅନ୍‌ଲାଇନ୍‌ ଗେମ୍‌ ପାଇଁ ଜଣେ ୯ ବର୍ଷୀୟ ନାବାଳିକାର ଜୀବନ ଯାଇଛି। ନାବାଳିକା ଜଣଙ୍କ ପଞ୍ଚମ ଶ୍ରେଣୀରେ ପଢ଼ନ୍ତି। ତେବେ ସେ ତାଙ୍କ ପଡ଼ିଶାରେ ରହୁଥିବା ଜଣେ ୧୧ ବର୍ଷର ନାବଳକଙ୍କ ସହ ଅନ୍‌ଲାଇନ୍‌ ଗେମ୍‌ ଖେଳନ୍ତି। ନାବାଳିକା ଜଣଙ୍କ ସବୁବେଳେ ତାଙ୍କ ପ୍ରତିଦ୍ବନ୍ଦ୍ବୀଙ୍କୁ ହରାନ୍ତି। ଖେଳରେ ହାରୁଥିବା ନାବାଳକ ଜଣଙ୍କ ଅତ୍ୟନ୍ତ ରାଗି ଯାଇ ଉକ୍ତ ନାବାଳିକାଙ୍କ ମୁଣ୍ଡକୁ ପଥରରେ ଛେଚି ମାରିଦେଇଛନ୍ତି। ଅଭିଯୁକ୍ତ ନାବାଳକ ମଧ୍ୟ ପୁଲିସ ଆଗରେ ନିଜ ଦୋଷ ସ୍ବୀକାର କରିଛି। ନାବାଳିକାକୁ ହତ୍ୟା କରିବାପରେ ସେ ନିଜକୁ ବାଥରୁମ୍‌ରେ ଅନେକ ସମୟ ପର୍ଯ୍ୟନ୍ତ ବନ୍ଦ କରି ରଖିଥିଲା। ଉଭୟଙ୍କ ଘର ଇନ୍ଦୋର୍‌ର ଲାସୁଡ଼ିଆରେ। ଏହି ଅନ୍‌ଲାଇନ୍‌ ଗେମ୍‌ରେ ପ୍ରତିଦ୍ବନ୍ଦ୍ବୀମାନେ ନିଜେ ଏକ ଦ୍ବୀପରେ ରହିବାପାଇଁ ପରସ୍ପରକୁ ମାରିଥାନ୍ତି। ତେବେ ନାବାଳିକା ଜଣଙ୍କ ବାରମ୍ବାର ଏହି ଗେମ୍‌ରେ ନାବାଳକଙ୍କୁ ମାରିବାରେ ସକ୍ଷମ ହେଉଥିଲେ। ତେବେ ବାରମ୍ବାର ଏହି ନାବାଳିକାଙ୍କଠାରୁ ଅନ୍‌ଲାଇନ୍‌ ଗେମ୍‌ରେ ହାରିବାପରେ ନାବାଳକ ଜଣଙ୍କ ଅତ୍ୟନ୍ତ ରାଗି ଯାଇ ଏଭଳି କାଣ୍ଡ ଘଟାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe