Image Courtesy of Zee News
ଚଣ୍ଡୀଗଡ଼: ମୋ ପୁଅକୁ ମୋ ଆଗରେ ହତ୍ୟା କରାଯାଇଛି। ମୁଁ ମୋ ପୁଅ ମୃତ୍ୟୁର ସାକ୍ଷୀ ବୋଲି ରାଜନୈତିକ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆଇଏଏସ୍ ଅଫିସର୍ ସଞ୍ଜୟ ପୋପ୍ଲି କହିଛନ୍ତି।
ଆଇଏଏସ୍ ଅଫିସର୍ ସଞ୍ଜୟ ପୋପ୍ଲିଙ୍କ ୨୭ ବର୍ଷିୟ ପୁଅ କାର୍ତ୍ତିକ ଶନିବାର ଦିନ ଚଣ୍ଡୀଗଡ଼ରେ ଗୁଳି ଚୋଟଜନିତ କ୍ଷତ ଯୋଗୁଁ ମୃତ୍ୟୁ ବରଣ କରିଥିବା ବେଳେ ପୁଲିସ କହୁଛି କି, ସେ ଆତ୍ମହତ୍ୟା କରିଛନ୍ତି। କିନ୍ତୁ, ତାଙ୍କୁ ହତ୍ୟା କରାଯାଇଛି ଓ ପୁଲିସ ଅଧିକାରୀମାନେ ତାଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି ବୋଲି ବାପା ସଞ୍ଜୟ କହୁଛନ୍ତି।
ଜଣେ ପଡ଼ୋଶୀ ଗଣମାଧ୍ୟମକୁ କହିଛନ୍ତି, କୌଣସି ଏକ ଦୁର୍ନୀତି ମାମଲାର ତଦନ୍ତ କରିବା ଲାଗି ‘ଭିଜିଲାନ୍ସ୍ ବ୍ୟୁରୋ ଟିମ୍’ ଆଇଏଏସ୍ ଅଧିକାରୀଙ୍କ ଘରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ସେମାନେ ଘରେ ଥିଲେ।
କିନ୍ତୁ, ଚଣ୍ଡୀଗଡ଼ର ବରିଷ୍ଠ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ କୁଳଦୀପ ଚହଲ୍ କହିଛନ୍ତି, ଭିଜିଲାନ୍ସ୍ ଟିମ୍ ସଞ୍ଜୟ ପୋପ୍ଲିଙ୍କ ଘରେ ଥିବା ବେଳେ ତାଙ୍କ ପୁଅ କାର୍ତ୍ତିକ ତାଙ୍କ ବାପାଙ୍କ ଲାଇସେନ୍ସ୍ପ୍ରାପ୍ତ ବନ୍ଧୁକଦ୍ବାରା ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କରିଥିଲେ।
Image Courtesy of NDTVପଞ୍ଜାବର ନୱାନ୍ଶହର୍ରେ ସ୍ବିରେଜ୍ ପାଇପ୍ଲାଇନ୍ ବିଛାଇବା ପାଇଁ ଟେଣ୍ଡର୍ ଅନୁମୋଦନ କରିବା ବାବଦକୁ ଲାଞ୍ଚ ଦାବି କରିଥିବା ଅଭିଯୋଗରେ ଜୁନ୍ ୨୦ ତାରିଖ ଦିନ ସଞ୍ଜୟ ପୋପ୍ଲିଙ୍କୁ ଗିରଫ କରାଯାଇଥିଲା।
ଶନିବାର ଦିନ ଭିଜିଲାନ୍ସ୍ ଟିମ୍ ତାଙ୍କ ଘରେ ଚଢ଼ାଉ କରି କେତେଗୁଡ଼ିଏ ସୁନା ଓ ରୁପା ମୁଦ୍ରା, ନଗଦ ଟଙ୍କା, ମୋବାଇଲ୍ ଫୋନ୍ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ସାମଗ୍ରୀ ଜବତ କରିଥିଲା।
ଗଣମାଧ୍ୟମକୁ ସଞ୍ଜୟଙ୍କ ପତ୍ନୀ କହିଛନ୍ତି, ଭିଜିଲାନ୍ସ୍ ଅଧିକାରୀମାନେ ଆମ ଉପରେ ଚାପ ପକାଉଥିଲେ। ସେମାନେ ରୁଜୁ କରିଥିବା ମାମଲା ସପକ୍ଷରେ ମିଥ୍ୟା ବିବୃତି ଦେବା ପାଇଁ ଆମ ଘରର ଚାକରବାକରଙ୍କୁ ମଧ୍ୟ ନିର୍ଯାତନା ଦେଇଛନ୍ତି। ମୋ ୨୭ ବର୍ଷିୟ ପୁଅ ମରିଗଲା। ସେ ଥିଲା ଜଣେ ଦକ୍ଷ ଓକିଲ। ମିଥ୍ୟା ମାମଲା ରୁଜୁ କରିବା ଲାଗି ସେମାନେ ମୋ ପୁଅକୁ ଛଡ଼ାଇ ନେଲେ।
Follow Us