Africa Business and News World
ନୂଆଦିଲ୍ଲୀ: ଉତ୍ତର କୋରିଆ ଶାସକ କିମ ଜଙ୍ଗ ଉନ ପ୍ରାୟ ଏକ ମାସ ଧରି ଲୋକଙ୍କ ସାମ୍ନାକୁ ଆସିନାହାନ୍ତି । କୋରିଆ ପିପୁଲ୍ସ ସେନାର ୭୫ତମ ପ୍ରତିଷ୍ଠା ଉତ୍ସବ ପାଳନ କରିବା ପାଇଁ ପ୍ୟୋଙ୍ଗୟାଙ୍ଗରେ ବିଶାଳ ପ୍ରସ୍ତୁତି ଚାଲିଥିବାବେଳେ କିମ୍ ଏବେ ଅନ୍ତର୍ଦ୍ଧାନ ହୋଇଯାଇଛନ୍ତି। ଉତ୍ତର କୋରିଆର ସର୍ବୋଚ୍ଚ ନେତାଙ୍କ ସ୍ୱାସ୍ଥ୍ୟକୁ ନେଇ ପୁଣିଥରେ କଳ୍ପନାଜଳ୍ପନା ସୃଷ୍ଟି ହୋଇଛି। ୨୦୧୪ରେ କିମ୍ ୪୦ ଦିନ ନିଖୋଜ ଥିଲେ । ପରମାଣୁ ଅସ୍ତ୍ରଶସ୍ତ୍ର ଏବଂ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ପାଇଁ ସର୍ବଦା ବିବାଦରେ ରହୁଥିବା କିମ୍ଙ୍କ ସଂପର୍କରେ ଉତ୍ତରକୋରିଆ ଗଣମାଧ୍ୟମ ବି ନିରବ ରହିଛି।
Follow Us