North Korea: ଝିଅକୁ ସିଂହାସନ ହସ୍ତାନ୍ତର କରିବେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ!

Advertisment

ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ ସର୍ବୋଚ୍ଚ ନେତା କିମ୍ ଜଙ୍ଗ ଉନ୍ ତାଙ୍କ ଝିଅକୁ ସିଂହାସନ ହସ୍ତାନ୍ତର କରିବାକୁ ଯାଉଛନ୍ତି। ଏହା ଏବେ ଆଉ କେବଳ କଳ୍ପନାଜଳ୍ପନାରେ ରହିନି।

ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ ସର୍ବୋଚ୍ଚ ନେତା କିମ୍ ଜଙ୍ଗ ଉନ୍ ତାଙ୍କ ଝିଅକୁ ସିଂହାସନ ହସ୍ତାନ୍ତର କରିବାକୁ ଯାଉଛନ୍ତି। ଏହା ଏବେ ଆଉ କେବଳ କଳ୍ପନାଜଳ୍ପନାରେ ରହିନି।

Untitled-19.jpg

ସିଓଲ୍: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ ସର୍ବୋଚ୍ଚ ନେତା କିମ୍ ଜଙ୍ଗ ଉନ୍ ତାଙ୍କ ଝିଅକୁ ସିଂହାସନ ହସ୍ତାନ୍ତର କରିବାକୁ ଯାଉଛନ୍ତି। ଏହା ଏବେ ଆଉ କେବଳ କଳ୍ପନାଜଳ୍ପନାରେ ରହିନି। ଉତ୍ତର କୋରିଆର ସବୁଠାରୁ ବଡ଼ ପ୍ରତିଦ୍ୱନ୍ଦ୍ୱୀ ତଥା ଶତ୍ରୁ ପଡ଼ୋଶୀ ଦକ୍ଷିଣ କୋରିଆର ଗୁପ୍ତଚର ସଂସ୍ଥା ନିଶ୍ଚିତ କରିଛି ଯେ, କିମ୍ ଜଙ୍ଗ ଉନ୍ ତାଙ୍କ ଝିଅ ଜୁ ଏଙ୍କୁ ଭବିଷ୍ୟତର ସର୍ବୋଚ୍ଚ ନେତା ଭାବରେ ମନୋନୀତ କରିବାକୁ ଯାଉଛନ୍ତି। ରିପୋର୍ଟ ଅନୁଯାୟୀ, ସିଓଲର ମୁଖ୍ୟ ଗୁପ୍ତଚର ସଂସ୍ଥା ଦ୍ୱାରା ଏକ ସୂଚନା ପରେ ଫେବ୍ରୁଆରି ୧୨ ତାରିଖ ଗୁରୁବାର ଦିନ ଦକ୍ଷିଣ କୋରିଆର ଜଣେ ସାଂସଦ ଏସମ୍ପର୍କରେ ଘୋଷଣା କରିଛନ୍ତି।

କିମ୍ ପରିବାର ଦଶନ୍ଧି ଧରି କଠୋର ନିୟନ୍ତ୍ରଣ ସହିତ ଏକଛତ୍ରବାଦୀ ଶାସନ ଦ୍ବାରା ଉତ୍ତର କୋରିଆକୁ ଶାସନ କରିଆସୁଛନ୍ତି। ପାଏକ୍ଟୁ ରାଜବଂଶକୁ ଲୋକଙ୍କର ବଡ଼ ସମର୍ଥନ ରହିଛି। ଏହା ଲୋକଙ୍କ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିଥାଏ। କିମ୍‌ଙ୍କ ଝିଅ ଜୁ ଏଙ୍କୁ ଦୀର୍ଘ ଦିନ ଧରି ପରବର୍ତ୍ତୀ ସର୍ବୋଚ୍ଚ ନେତା ଭାବରେ ବିବେଚନା କରାଯାଉଛି। ଅନେକ ପ୍ରମୁଖ ତଥା ଗୁରୁତ୍ୱପୂର୍ଣ୍ଣ ସାର୍ବଜନୀନ କାର୍ଯ୍ୟକ୍ରମରେ ସମ୍ପ୍ରତି ତାଙ୍କର ଉପସ୍ଥିତି ବୃଦ୍ଧି ପାଉଛି।

ଦକ୍ଷିଣ କୋରିଆର ଜାତୀୟ ଗୁପ୍ତଚର ସେବା କହିଛି, ଜୁ ଏଙ୍କୁ ଉତ୍ତରାଧିକାରୀ ହେବାକୁ ଯାଉଛନ୍ତି। ସାଂସଦ ଲି ସଙ୍ଗ-କ୍ୱନ୍ ଏକ ସଂସଦୀୟ ବୈଠକ ପରେ ଏହି ବିବୃତି ଦେଇଛନ୍ତି। ସେ କହିଛନ୍ତି, ଏହି ମୂଲ୍ୟାଙ୍କନ ଅନେକ କାରଣ ଉପରେ ଆଧାରିତ, ଯେପରିକି ସରକାରୀ କାର୍ଯ୍ୟକ୍ରମରେ ଜୁ ଏଙ୍କ ଉପସ୍ଥିତି ବଢ଼ିବାରେ ଲାଗିଛି। ଦକ୍ଷିଣ କୋରିଆର ଗୁପ୍ତଚର ସଂସ୍ଥା ଗତ ବର୍ଷ କହିଥିଲା ​​ଯେ, ଜୁ ଏ ତାଙ୍କ ପିତାଙ୍କ ସହ ବେଜିଂ ଗସ୍ତ କରିବା ପରଠାରୁ ତାଙ୍କୁ ପରବର୍ତ୍ତୀ ନେତା ଭାବରେ ବିବେଚନା କରାଯାଇଥିଲା

ଚଳିତ ମାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ 

ଚଳିତ ମାସରେ ଏକ ପ୍ରମୁଖ ରାଜନୈତିକ ବୈଠକ ପୂର୍ବରୁ ପ୍ରକାଶିତ ଫଟୋ ଦ୍ୱାରା ଏହି ଅନୁମାନ ଆହୁରି ଦୃଢ଼ ହୋଇଥିଲା। ଜାନୁଆରିରେ ସରକାରୀ ଗଣମାଧ୍ୟମ ଜୁ ଏଙ୍କୁ ତାଙ୍କ ପିତାଙ୍କ ସହିତ କୁମସୁସାନ ପ୍ୟାଲେସ ଅଫ୍ ଦି ସନକୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଯାଉଥିବାର ଦେଖାଇଥିଲା। ଯେଉଁଠାରେ ଉତ୍ତର କୋରିଆର ପ୍ରତିଷ୍ଠାତା କିମ୍ ଇଲ୍ ସୁଙ୍ଗ ଓ ଦ୍ୱିତୀୟ ନେତା କିମ୍ ଜୋଙ୍ଗ ଇଲ୍‌ଙ୍କ ଅସ୍ଥିକୁ ସମାଧି ଦିଆଯାଇଛି।

ଫେବ୍ରୁଆରି ଶେଷ ଭାଗରେ ଉତ୍ତର କୋରିଆରେ ଏକ ପ୍ରମୁଖ ଦଳର ବୈଠକ ହେବାର ଯୋଜନା ରହିଛି। ଏଥିରେ ଆଗାମୀ ପାଞ୍ଚ ବର୍ଷ ପାଇଁ ବୈଦେଶିକ ନୀତି, ଯୁଦ୍ଧ ପ୍ରସ୍ତୁତି ଓ ପରମାଣୁ ଯୋଜନା ଉପରେ ଆଲୋଚନା ହେବ। ଦକ୍ଷିଣ କୋରିଆର ଗୁଇନ୍ଦା ସଂସ୍ଥା କହିଛି, ବୈଠକରେ ଜୁ ଏଙ୍କ ଉପସ୍ଥିତି ଓ ତାଙ୍କୁ ମିଳୁଥିବା ସମ୍ମାନ ଉପରେ କଡ଼ା ନଜର ରଖାଯିବ। ବିଶେଷଜ୍ଞମାନଙ୍କ ଅନୁସାରେ ଜୁ ଏଙ୍କୁ ଦେଶର ଦ୍ୱିତୀୟ ସବୁଠାରୁ ଶକ୍ତିଶାଳୀ ପଦବୀ ଶାସକ ୱାର୍କର୍ସ ପାର୍ଟିର କେନ୍ଦ୍ରୀୟ କମିଟିର ପ୍ରଥମ ସଚିବ ଭାବରେ ନିଯୁକ୍ତ କରାଯାଇପାରେ। ଜୁ ଏ ପ୍ରଥମ ଥର ପାଇଁ ୨୦୨୨ ମସିହାରେ ଲୋକଲୋଚନକୁ ଆସିଥିଲେ ଯେତେବେଳେ ସେ ତାଙ୍କ ବାପାଙ୍କ ସହିତ ଏକ ଦୂରଗାମୀ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ ସମୟରେ ଦେଖା ଦେଇଥିଲେ।

ସେବେଠାରୁ ରାଷ୍ଟ୍ରାୟତ୍ତ ଗଣମାଧ୍ୟମ ତାଙ୍କୁ ପ୍ରିୟ ସନ୍ତାନ ତଥା ପଥଦର୍ଶକ ବ୍ୟକ୍ତିତ୍ୱ ଭାବରେ ସମ୍ବୋଧିତ କରୁଛି। ଯାହା ସାଧାରଣତଃ ଉଚ୍ଚପଦସ୍ଥ ନେତା ଓ ସେମାନଙ୍କ ଉତ୍ତରାଧିକାରୀଙ୍କୁ ବର୍ଣ୍ଣନା କରିବା ପାଇଁ ବ୍ୟବହୃତ ହୋଇଥାଏ। ୨୦୨୨ ପୂର୍ବରୁ, ତାଙ୍କର ଉପସ୍ଥିତି କେବଳ ଥରେ ନିଶ୍ଚିତ ହୋଇଥିଲା, ଯେତେବେଳେ ପୂର୍ବତନ ଏନ୍‌ବିଏ ଖେଳାଳି ଡେନିସ୍ ରୋଡମ୍ୟାନ୍ ୨୦୧୩ରେ ଉତ୍ତର କୋରିଆ ଗସ୍ତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe