ଜନମାନବ ଶୂନ୍ୟ ଦ୍ବୀପକୁ କ୍ଷେପଣାସ୍ତ୍ର ଛାଡୁଛନ୍ତି କିମ୍ ଜୋଙ୍ଗ୍‌ ଉନ୍‌

ଜନମାନବ ଶୂନ୍ୟ ଦ୍ବୀପକୁ କ୍ଷେପଣାସ୍ତ୍ର ଛାଡୁଛନ୍ତି କିମ୍ ଜୋଙ୍ଗ୍‌ ଉନ୍‌

Image Courtesy of Japan Times

ନୂଆଦିଲ୍ଲୀ: କିମ୍‌ ଜୋଙ୍ଗ୍‌ ଉନ୍‌ ନିକ୍ଷେପ କରୁଥିବା କ୍ଷେପଣାସ୍ତ୍ରଗୁଡ଼ିକ ଯୋଗୁଁ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହେଉଥିବା ସ୍ଥାନଟି ହେଉଛି ଗୋଟାଏ ଜନମାନବ ଶୂନ୍ୟ ଟାଙ୍ଗରା ପଥର ଦ୍ବୀପ।

ଉତ୍ତର‌ କୋରିଆର ଉତ୍ତରପୂର୍ବ ଉପକୂଳ ଠାରୁ ୧୮ କିଲୋମିଟର୍‌ ଦୂର ଆଲ୍‌ସୋମ୍‌ ଦ୍ବୀପରେ ସେହି ଛୋଟ ପାହାଡ଼ଟି ଅବସ୍ଥିତ। ୨୦୧୯ରୁ ଏଯାବତ୍‌ ସେହି ଟାଙ୍ଗରା ପାହାଡ଼କୁ ଲକ୍ଷ୍ୟ କରି ୨୫ଟି କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଛି। ସେଥିରୁ କେବଳ ଗତ ଜାନୁଆରି ମାସରେ ୮ଟି ରକେଟ୍‌ ନିକ୍ଷେପ କରାଯାଇଛି।

ସେହି ଗୋଟିଏ ସ୍ଥାନକୁ ଏତେଗୁଡ଼ିଏ କ୍ଷେପଣାସ୍ତ୍ର ନିକ୍ଷେପ କରାଯିବା ଘଟଣା ଯୋଗୁଁ ଅନେକ ଅସ୍ତ୍ରଶସ୍ତ୍ର ବିଶେଷଜ୍ଞ ହାସ୍ୟୋଦ୍ଦୀପକ କଥାମାନ କହୁଛନ୍ତି। ଜୋସେଫ୍‌ ଡେମ୍ପ୍‌ସେ ନାମରେ ଜଣେ ଅସ୍ତ୍ରଶସ୍ତ୍ର ବିଶେଷଜ୍ଞ ଟୁଇଟ୍‌ କରି ଲେଖିଛନ୍ତି, କିମ୍‌ ସେ ଜାଗା ଉପରେ ରାଗ ରଖିଛନ୍ତି। ତେଣୁ, ଆଲ୍‌ସୋମ୍‌ ହେଉଛି ଉତ୍ତର କୋରିଆର ସବୁଠୁ ଘୃଣ୍ୟ ସ୍ଥାନ।

publive-image Image Courtesy of Japan Times

ସେ ଆହୁରି ମଧ୍ୟ କହିଛନ୍ତି, ଏହି ଅପେକ୍ଷାକୃତ କ୍ଷୁଦ୍ର ଏବଂ ସୁନିର୍ଦ୍ଦିଷ୍ଟ ଲକ୍ଷ୍ୟସ୍ଥଳ ବିଶେଷ କରି, ପ୍ରଚାର ଉଦ୍ଦେଶ୍ୟରେ ପରୀକ୍ଷା ହେଉଥିବା କ୍ଷେପଣାସ୍ତ୍ର ସବୁର ଲକ୍ଷ୍ୟଭେଦୀ କ୍ଷମତା ପାଇଁ ଉତ୍ତମ ସ୍ଥାନ ହୋଇପାରିଛି।

ସୂଚନାଯୋଗ୍ୟ, ଏହି ଦ୍ବୀପଟି ଉତ୍ତର କୋରିଆ ଉପକୂଳ ଠାରୁ ଖୁବ୍‌ ଦୂରରେ ଅବସ୍ଥିତ ହୋଇଥିବାରୁ କୌଣସି କ୍ଷେପଣାସ୍ତ୍ର ଲକ୍ଷ୍ୟଚ୍ୟୁତ ହେଲେ ମଧ୍ୟ ଦେଶ ପ୍ରତି ବିପଦ ହୁଏ ନାହିଁ। ଏହାଛଡ଼ା, ସେ ସ୍ଥାନଟି ଉତ୍ତର କୋରିଆ ଜଳରାଶି ମଧ୍ୟରେ ଥିବାରୁ ଅନ୍ୟ ରାଷ୍ଟ୍ରମାନଙ୍କର ଜାହାଜ ସେ ପଟେ ଯାତାୟାତ କରେନାହିଁ।

ଏ ସଂକ୍ରାନ୍ତରେ ଦକ୍ଷିଣ କୋରିଆର ରାଷ୍ଟ୍ରପତି ଭବନ ବ୍ଲୁ ହାଉସ୍‌ର ପୂର୍ବତନ ନିରାପତ୍ତା ସଚିବ ସେଓନ୍‌ ସେଓଙ୍ଗ୍‌-ହୁନ୍‌ କହନ୍ତି, ବିଭିନ୍ନ ଆକ୍ରମଣ ସ୍ଥଳରୁ ସେହି ଗୋଟିଏ ସ୍ଥାନକୁ ଲକ୍ଷ୍ୟ କରି ଉତ୍ତର କୋରିଆ କ୍ଷେପଣାସ୍ତ୍ର ନିକ୍ଷେପଣ କ୍ଷମତା ଉନ୍ନତ କରିବାକୁ ଉଦ୍ୟମ କରୁଥାଇ ପାରେ। ବିଭିନ୍ନ ସ୍ଥାନରୁ ନିକ୍ଷେପ ହେଉଥିବା ଅସ୍ତ୍ରଗୁଡ଼ିକ ବାସ୍ତବରେ କାମ କରୁଛି କି, ନାହିଁ ପାୟୋଙ୍ଗ୍ୟାଙ୍ଗ୍‌ ଏହି ପରୀକ୍ଷା ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe