ନୂଆଦିଲ୍ଲୀ: ମଧ୍ୟ-ପ୍ରାଚ୍ୟର ଆତଙ୍କବାଦୀ ସଙ୍ଗଠନକୁ ଅସ୍ତ୍ରଶସ୍ତ୍ର ବିକ୍ରୟ କରିବା କଥା ଉତ୍ତର କୋରିଆର ନେତା କିମ୍ ଜଙ୍ଗ୍ ଉନ୍ ବିଚାର କରୁଛନ୍ତି ବୋଲି ଦକ୍ଷିଣ କୋରିଆ ଗୁଇନ୍ଦା ଏଜେନ୍ସିସୂତ୍ରରୁ ଉଦ୍ଧାର କରି ‘ଦି ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍’ ରିପୋର୍ଟ କରିଛି।
ଇସ୍ରାଏଲ୍-ହମାସ୍ ଯୁଦ୍ଧ ଚାଲିଥିବା ବେଳେ ପାଲେଷ୍ଟିନୀୟମାନଙ୍କୁ ସମର୍ଥନ କରିବା ଲାଗି ମଧ୍ୟ ସେ ତାଙ୍କ ଅଧିକାରୀମାନଙ୍କୁ ଆଦେଶ ଦେଇଛନ୍ତି। ଆଣବିକ ଅସ୍ତ୍ରଶସ୍ତ୍ର କାର୍ଯ୍ୟକ୍ରମ ପାଇଁ ଜାତିସଂଘର କଟକଣା ସମ୍ମୁଖୀନ ହୋଇଥିବା ଉତ୍ତର କୋରିଆ ଅତୀତରେ ହମାସ୍କୁ ‘ଆଣ୍ଟି-ଟ୍ୟାଙ୍କ୍ ରକେଟ୍ ଲଞ୍ଚର୍’ ବିକ୍ରୟ କରିଛି ବୋଲି ଗୁଇନ୍ଦାମାନଙ୍କ ସହିତ ସଂକ୍ଷିପ୍ତ ଆଲୋଚନା କରିଥିବା କୋରୀୟ ସାଂସଦମାନେ କହିଛନ୍ତି। ଗାଜାରେ ଯୁଦ୍ଧ ଚାଲିଥିବାରୁ ଉତ୍ତର କୋରିଆ ଅଧିକ ଅସ୍ତ୍ରଶସ୍ତ୍ର ରପ୍ତାନି କରିବା ଲାଗି ଉଦ୍ୟମ କରୁଛି।
‘କୋରିଆ ହେରାଲ୍ଡ୍’ ରିପୋର୍ଟ ଅନୁସାରେ, ସାଂସଦମାନଙ୍କୁ ଦକ୍ଷିଣ କୋରିଆର ‘ନ୍ୟାସ୍ନାଲ୍ ଇଣ୍ଟେଲିଜେନ୍ସ୍ ଏଜେନ୍ସି’ର ନିର୍ଦେଶକ କିମ୍ କିୟୋ-ହ୍ୟୁଁ କହିଛନ୍ତି ଯେ, ଯୁଦ୍ଧଦ୍ବାରା ଉପକୃତ ହେବାକୁ ଆଶାକରି ପାଲେଷ୍ଟାଇନ୍କୁ ବ୍ୟାପକ ସମର୍ଥନ କରିବା ପାଇଁ କିମ୍ ଜଙ୍ଗ୍ ଉନ୍ ଆହ୍ବାନ ଦେଇଥିବା ବିଶ୍ବାସ କରାଯାଉଛି।
ଅକ୍ଟୋବର୍ ୭ ତାରିଖରେ ଇସ୍ରାଏଲ୍ ଉପରେ ଅତର୍କିତ ଆକ୍ରମଣ କରିବା ବେଳେ ଆତଙ୍କବାଦୀମାନେ ଉତ୍ତର କୋରିଆରେ ନିର୍ମିତ ଅସ୍ତ୍ରଶସ୍ତ୍ର ବ୍ୟବହାର କରିଥିଲେ ବୋଲି ହମାସ୍ ପୋଷ୍ଟ୍ କରିଥିବା ଫଟୋ ଓ ଭିଡିଓରୁ ପ୍ରମାଣ ମିଳୁଛୁ।
Image Courtesy of India Todayଦକ୍ଷିଣ କୋରିଆର ସରକାରୀ ଅଧିକାରୀ ଓ ଉତ୍ତର କୋରିଆର ଅସ୍ତ୍ରଶସ୍ତ୍ର ଉପରେ ବିଶେଷ ଜ୍ଞାନ ଥିବା ୨ଜଣ ପ୍ରତିରକ୍ଷା ଅଧିକାରୀଙ୍କ କହିବା ଅନୁସାରେ, ହମାସ୍ ଉତ୍ତରକୋରୀୟ ଏଫ୍-୧ ରକେଟ୍ଦ୍ବାରା ନିକ୍ଷେପ କରାଯାଉଥିବା ଗ୍ରେନେଡ୍ ଓ ଯୁଦ୍ଧଯାନକୁ ନଷ୍ଟ କରିବା ଲାଗି କାନ୍ଧରେ ରଖି ନିକ୍ଷେପ କରାଯାଉଥିବା ଅସ୍ତ୍ର ବ୍ୟବହାର କରିଥିବା କରିଥାଇ ପାରେ।
Follow Us