ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କୁ ଭେଟିଲେ କିମ୍‌ ଜୋଙ୍ଗ୍‌-ଉନ୍‌; ପାରମାଣବିକ ନିରସ୍ତ୍ରିକରଣ ପାଇଁ ପ୍ରତିଶ୍ରୁତିବଦ୍ଧ

Advertisment
ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କୁ ଭେଟିଲେ କିମ୍‌ ଜୋଙ୍ଗ୍‌-ଉନ୍‌; ପାରମାଣବିକ ନିରସ୍ତ୍ରିକରଣ ପାଇଁ ପ୍ରତିଶ୍ରୁତିବଦ୍ଧ

Image Courtesy of South China Morning Post

ବେଜିଙ୍ଗ୍‌: ବୁଧବାର ଦିନ ଚୀନ୍‌ କହିଛି କି, ସେ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କ ସାକ୍ଷାତ୍‌ ଅବସରରେ କୋରୀୟ ଉପଦ୍ୱୀପାଞ୍ଚଳକୁ ପରମାଣୁ ଅସ୍ତ୍ରମୁକ୍ତ କରାଇବା ନିମନ୍ତେ ଉତ୍ତର କୋରୀୟ ନେତା କିମ୍‌ ଜୋଙ୍ଗ୍‌-ଉନ୍‌ଙ୍କ ଠାରୁ ପ୍ରତିଶ୍ରୁତି ହାସଲ କରାଇ ନେଇଛି। ବଦଳରେ ଚୀନ୍‌ ଏକ ଘରକିଆ ହୋଇ ରହିଥିବା ଉତ୍ତରକୋରିଆ ସହ ବନ୍ଧୁତା ବଜାୟ ରଖିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛି।

ଦୁଇ ଦିନର କଳ୍ପନା ଜଳ୍ପନା ପରେ ଚୀନ୍‌ ବୁଧବାର ଦିନ ଘୋଷଣା କରିଛି ଯେ କିମ୍‌ ବେଜିଙ୍ଗ୍‌ ଗସ୍ତ କରି ଜି’ଙ୍କୁ ଭେଟି ଥିଲେ। ରବିବାରରୁ ବୁଧବାର ଯାଏଁ ଏହା ଏକ ବେସରକାରୀ ଗସ୍ତ ଥିଲା ବୋଲି ରାଷ୍ଟ୍ରାୟତ ଖବର ସରବରାହ ସଂସ୍ଥା ଜିନ୍‌ହୁଆ କହିଛି।

୨୦୧୧ରୁ କ୍ଷମତାସୀନ ହେବା ପରେ ଏହା ଥିଲା କିମ୍‌ଙ୍କର ପ୍ରଥମ ବିଦେଶ ଗସ୍ତ। ଚୀନ୍‌ ପାରମ୍ପରିକ ଭାବେ ଗୋପନୀୟ ରାଷ୍ଟ୍ର ଉତ୍ତର କୋରିଆର ଘନିଷ୍ଠ ବନ୍ଧୁ ହୋଇ ଥିଲେ ହେଁ ତା’ର ପାରମାଣବିକ ଅସ୍ତ୍ରଶସ୍ତ୍ର କାର୍ଯ୍ୟକ୍ରମ ଯୋଗୁଁ ବିରୋଧରେ ଜାତିସଂଘ ଆଗତ କରିଥିବା କଟକଣାକୁ ସମର୍ଥନ କରିଥିଲା।

publive-image

ଉତ୍ତେଜନା ପ୍ରଶମିତ କରିବାକୁ ପଦକ୍ଷେପ ନେଇ ଶାନ୍ତି କଥାବାର୍ତ୍ତା ପାଇଁ ଆଗତ ପ୍ରସ୍ତାବକୁ ଆଗେଇ ନେବା ଯୋଗୁଁ କୋରୀୟ ଉପଦ୍ୱୀପରେ ପରିସ୍ଥିତିରେ ଉନ୍ନତି ଦେଖା ଦେଇଛି ବୋଲି କିମ୍‌ ଜି’ଙ୍କୁ କହିଛନ୍ତି ବୋଲି ରାଷ୍ଟ୍ରାୟତ ଗଣମାଧ୍ୟମ କହିଛି।

କିମ୍‌ ଆହୁରି କହିଛନ୍ତି ଯଦି ଦକ୍ଷିଣ କୋରିଆ ଏବଂ ଆମେରିକା ଆମ ଉଦ୍ୟମର ଅନୁକୂଳ ପ୍ରତ୍ୟୁତ୍ତର ଦିଅନ୍ତି ତେବେ ପାରମାଣବିକ ଅସ୍ତ୍ରଶସ୍ତ୍ର ମାମଲାର ସମାଧାନ ହୋଇ ପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe