ଉତ୍ତର କୋରିଆରେ ଦ୍ରୁତ କୋଭିଡ୍‌ ସଂକ୍ରମଣ ବେଳେ ସାଙ୍ଘାତିକ ଅସୁସ୍ଥ ହୋଇପଡ଼ିଥିଲେ କିମ୍‌ ଜୋଙ୍ଗ୍‌ ଉନ୍‌

ଉତ୍ତର କୋରିଆରେ ଦ୍ରୁତ କୋଭିଡ୍‌ ସଂକ୍ରମଣ ବେଳେ ସାଙ୍ଘାତିକ ଅସୁସ୍ଥ ହୋଇପଡ଼ିଥିଲେ କିମ୍‌ ଜୋଙ୍ଗ୍‌ ଉନ୍‌

Image Courtesy of Bloomberg

ପିୟୋଙ୍ଗ୍ୟାଙ୍ଗ୍‌: ନିକଟ ଅତୀତରେ ଦ୍ରୁତ କୋଭିଡ୍‌ ସଂକ୍ରମଣ ବ୍ୟାପିଥିବା ବେଳେ ଉତ୍ତର କୋରିଆର ନେତା କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କୁ ଭୀଷଣ ଜ୍ବର ହୋଇଥିବା କଥା ତାଙ୍କ ଭଉଣୀ କହିଛନ୍ତି।

ଦକ୍ଷିଣ କୋରିଆରୁ ଫିଙ୍ଗା ଯାଉଥିବା ପ୍ରଚାର ଲିଫ୍‌ଲେଟ୍‌ ଉତ୍ତର କୋରିଆରେ କୋଭିଡ୍‌ ସଂକ୍ରମଣ ବ୍ୟାପିବାର କାରଣ ବୋଲି କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ଭଉଣୀ କିମ୍ ୟୋ ଜୋଙ୍ଗ୍‌ କହିଥିଲେ।

ଆଜି ରାଷ୍ଟ୍ରାୟତ ’କୋରିଆନ୍‌ ସେଣ୍ଟ୍ରାଲ୍‌ ନିଉଜ୍‌ ଏଜେନ୍‌ସି’ ରିପୋର୍ଟ ଅନୁସାରେ, ପୁଣି କିମ୍ ଜୋଙ୍ଗ୍‌ ଉନ୍‌ ମଧ୍ୟ କହିଛନ୍ତି ଯେ, ‘ପାମ୍ଫ୍‌ଲେଟ୍‌’ ‌ହିଁ ନିକଟ ଅତୀତରେ ବ୍ୟାପିଥିବା କୋଭିଡ୍‌ ସଂକ୍ରମଣ ପାଇଁ ଦାୟୀ। ଦକ୍ଷିଣ କୋରିଆ ନେତାଙ୍କ ଅଧୀନରେ ଥିବା ଲୋକମାନେ ସୀମାନ୍ତରେ ଛାଡୁଥିବା ଲିଫ୍‌ଲେଟ୍‌ ଏବଂ ବେଲୁନ୍‌ ବହନ କରି ଆଣୁଥିବା ଅସ୍ବାସ୍ଥ୍ୟକର ଜିନିଷ ଯୋଗୁଁ ହିଁ ଉତ୍ତର କୋରିଆରେ ସଂକ୍ରମଣ ବ୍ୟାପୁଛି।

publive-image Image Courtesy of Bloomberg

କିମ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ କ୍ବଚିତ୍‌ ମନ୍ତବ୍ୟ ଦିଆଯାଉଥିବା ବେଳେ ଭଉଣୀ ତାଙ୍କ ଅସୁସ୍ଥତା କଥା କହିବା ବଡ଼ ଗୁରୁତ୍ବପୂର୍ଣ୍ଣ କଥା। କୋଭିଡ୍‌ ଯୋଗୁଁ ଉତ୍ତର କୋରିଆବାସୀ ସମ୍ମୁଖୀନ ହୋଇଥିବା ସଙ୍କଟ କଥା ଦର୍ଶାଇବାକୁ ସେ ଭାଇଙ୍କ କଥା କହିଛନ୍ତି ବୋଲି କୁହ‌ାଯାଉଛି।

ଭାଷଣ ଦେବା ବେଳେ କିମ୍‌ ୟୋ ଜୋଙ୍ଗ୍‌ କହିଥିଲେ କି, ଜ୍ବରରେ ପଡ଼ି ଭାଇ କିମ୍‌ ଜୋଙ୍ଗ୍‌ ଉନ୍‌ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ମାତ୍ର ଦେଶବାସୀଙ୍କ ଚିନ୍ତାରେ ଭାଇ ମୁହୂର୍ତ୍ତକ ପାଇଁ ବି ଶୋଇ ପାରି ନ ଥିଲେ। ଉତ୍ତର କୋରିଆରେ କୋଭିଡ୍‌କୁ ‘ଫିବର୍ କେସ୍‌’ କୁହାଯାଉଥିବା ବେଳେ କିମ୍‌ ସେହି ପ୍ରକାର ଜ୍ବରରେ ଆକ୍ରାନ୍ତ ହୋଇଥିଲେ କି, ନାହିଁ ତାହା ସେ ସ୍ପଷ୍ଟ କରିନାହାନ୍ତି। କିମ୍‌ କେବେ ଜ୍ବରରେ ପଡ଼ିଥିଲେ, ସେ କଥା ମଧ୍ୟ ସେ ଜଣାଇ ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe