ଆମେରିକା ଯୁଦ୍ଧପୋତ ଦକ୍ଷିଣ କୋରିଆରେ ପହଞ୍ଚିବାରୁ ‘ନୂଆ କ୍ଷେପଣାସ୍ତ୍ର ଆଣବିକ ବୋମା’ ଉଦ୍‌ଘାଟନ୍‌ କଲେ କିମ୍‌ ଜୋଙ୍ଗ୍‌ ଉନ୍‌

Advertisment
ଆମେରିକା ଯୁଦ୍ଧପୋତ ଦକ୍ଷିଣ କୋରିଆରେ ପହଞ୍ଚିବାରୁ ‘ନୂଆ କ୍ଷେପଣାସ୍ତ୍ର ଆଣବିକ ବୋମା’ ଉଦ୍‌ଘାଟନ୍‌ କଲେ କିମ୍‌ ଜୋଙ୍ଗ୍‌ ଉନ୍‌

Image Courtesy of Reuters

ସିଓଲ୍‌: ସମରାଭ୍ୟାସ ନିମନ୍ତେ ଆମେରିକାର ବିମାନବାହୀ ଯୁଦ୍ଧପୋତ ଦକ୍ଷିଣ କୋରିଆରେ ପହଞ୍ଚିବାରୁ ଉତ୍ତର କୋରିଆ କ୍ଷେପଣାସ୍ତ୍ରରେ ବ୍ୟବହୃତ ଛୋଟଧରଣର ନୂଆ ପରମାଣୁ ବୋମା ଉନ୍ମୋଚନ କରିଥିବା କଥା ମଙ୍ଗଳବାର ଦିନ ରାଷ୍ଟ୍ରାୟତ ଗଣମାଧ୍ୟମ ରିପୋର୍ଟ କରିଛି।

‘ହ୍ବାସାନ୍‌-୩୧ଏସ୍‌’ ନାମକ ଏହି କ୍ଷେପଣାସ୍ତ୍ର ଆଣବିକ ବୋମା ବା ‘ୱାର୍‌ହେଡ୍‌ସ୍‌’ର କିଛି ଫଟୋ ଉତ୍ତର କୋରିଆର ‘କୋରିଆନ୍‌ ସେଣ୍ଟ୍ରାଲ୍‌ ନିଉଜ୍‌ ‌ଏଜେନ୍‌ସି’ (କେସିଏନ୍‌ଏ) ରିଲିଜ୍‌ କରିଛି। ଉତ୍ତର କୋରିଆର ନେତା କିମ୍‌ ଜୋଙ୍ଗ୍‌ ଉନ୍‌ ଆଣବିକ ଅସ୍ତ୍ର ପ୍ରତିଷ୍ଠାନ ପରିଦର୍ଶନ କରି ନୂଆ ‘ଟ୍ୟାକ୍ଟିକାଲ୍‌’ ଆଣବିକ ଅସ୍ତ୍ରଶସ୍ତ୍ର ଦେଖିବା ସହିତ ସେଗୁଡ଼ିକୁ ବାଲିଷ୍ଟିକ୍‌ ‌କ୍ଷେପଣାସ୍ତ୍ରରେ ଖଞ୍ଜାଯିବାର କୌଶଳ ଦେଖି‌ଥିଲେ। ଏହାଛଡ଼ା, ସେ ଆଣବିକ ପ୍ରତିଆକ୍ରମଣ ଅଭିଯାନର ଯୋଜନା ମଧ୍ୟ ଯାଞ୍ଚ କରିଥିଲେ ବୋଲି ‘କେସିଏନ୍‌ଏ’ କହିଛି।

publive-image Image Courtesy of Reuters

୨୦୧୬ର ଆଣବିକ ଅସ୍ତ୍ର ସହିତ ନୂଆ ଅସ୍ତ୍ରକୁ ତୁଳନା କରି ସିଓଲ୍‌ ନ୍ୟାସ୍‌ନାଲ୍‌ ୟୁନିଭର୍ସିଟିର ଆଣବିକ ଇଞ୍ଜିନିୟରିଙ୍ଗ୍‌ର ପ୍ରଫେସର୍‌ କୁନେ ୱାଇ ସୁ କହିଛନ୍ତି, ଛୋଟ କଳେବର ମଧ୍ୟରେ ଅଧିକ ଶକ୍ତି ନିହିତ ଅଛି। ତାହାହିଁ ଚିନ୍ତାର କାରଣ।

ଭବିଷ୍ୟତ ପ୍ରତି ଦୃଷ୍ଟି ଦେଇ ଆଣବିକ ଅସ୍ତ୍ରଶସ୍ତ୍ର ସଂଖ୍ୟା ବୃଦ୍ଧି କରିବା ସହିତ ଅଧିକ ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ର ଉତ୍ପାଦନ କରିବା ଲାଗି କିମ୍‌ ଜୋଙ୍ଗ୍‌ ଉନ୍‌ ଆଦେଶ ଦେଇଛନ୍ତି ବୋଲି ‘କେସିଏନ୍‌ସି’ ରିପୋର୍ଟ କରିଛି।

ସୂଚନାଯୋଗ୍ୟ, ମିଳିତ ସମରାଭ୍ୟାସ ପରେ ମଙ୍ଗଳବାର ଦିନ ଆମେରିକାର ଲଢୁଆ ବିମାନବାହୀ ଯୁଦ୍ଧପୋତ ‘ନିମିଜ୍‌’ ନେତୃତ୍ବରେ ଆଉ କେତେକ ଯୁଦ୍ଧପୋତ ଦକ୍ଷିଣ କୋରିଆର ବୁସାନ୍‌ ନୌସେନା ଘାଟିରେ ଲଙ୍ଗର୍‌ ପକାଇଛନ୍ତି। ପ୍ରାୟ ୬ ବର୍ଷ ପରେ ଏହି ଯୁଦ୍ଧପୋତ ଦକ୍ଷିଣ ‌କୋରିଆକୁ ଆସିଥିବା ବେଳେ ସଂଯୋଗବଶତଃ ଚଳିତ ବର୍ଷ ଆମେରିକା-ଦକ୍ଷିଣ କୋରିଆ ସମ୍ପର୍କର ୭୦ତମ ବାର୍ଷିକୀ ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe