Image Courtesy of BBC
ନୂଆଦିଲ୍ଲୀ: ଉତ୍ତର କୋରିଆରେ ‘ସର୍ବପ୍ରଥମ’ କୋଭିଡ୍-୧୯ ସଂକ୍ରମଣ ହୋଇଥିବା ସୁନିଶ୍ଚିତ କରାଯିବା ପରେ ସରକାରୀ ଅଧିକାରୀମାନଙ୍କ ସହିତ ସେ ସଂକ୍ରାନ୍ତ ଆଲୋଚନା ସଭାରେ ଯୋଗ ଦେଇଥିବା ନେତା କିମ୍ ଜୋଙ୍ଗ୍-ଉନ୍ ମୁହଁରେ ‘ସର୍ଜିକାଲ୍ ମା’ସ୍କ୍ ପିନ୍ଧିଥିବା ଦେଖାଯାଇଥିଲା।
ଅତୀତରେ ଏଭଳି ଆଲୋଚନା ସଭାରେ କିମ୍ଙ୍କ ବ୍ୟତୀତ ସମସ୍ତେ ମାସ୍କ୍ ପିନ୍ଧୁଥିବା ବିଭିନ୍ନ ଫୁଟେଜ୍ରେ ଦେଖାଯାଉଥିଲା।
୨ ବର୍ଷ ପୂର୍ବେ ସମଗ୍ର ବିଶ୍ବକୁ କୋଭିଡ୍ କବଳିତ କରିଥିବା ବେଳେ ତାଙ୍କ ଦେଶରେ ଆଦୌ କରୋନାଭାଇରସ୍ ସଂକ୍ରମଣ ହୋଇ ନ ଥିବା କଥା ଉତ୍ତର କୋରିଆ ଦାବି କରିଥିଲା। ତେଣୁ, କିମ୍ ସମଗ୍ର ଉତ୍ତର କୋରିଆରେ ‘କଠୋର ଜାତୀୟ ଲକ୍ଡାଉନ୍’ ଘୋଷଣା କରିଛନ୍ତି।
Image Courtesy of BBCକିନ୍ତୁ, କୋଭିଡ୍-୧୯ ପଜିଟିଭ୍ ବାହାରି ଥିବା ଉକ୍ତ ବ୍ୟକ୍ତିଜଣକର ମୃତ୍ୟୁ ହୋଇଯାଇଛି। ଏହାଛଡ଼ା, ଏବେ ଉତ୍ତର କୋରିଆର ବିଭିନ୍ନ ପ୍ରାନ୍ତରେ ଲୋକମାନେ ଏକ ପ୍ରକାର ଅଜ୍ଞାତ ଜ୍ବରରେ ପୀଡ଼ିତ ହେଉଥିବା ରିପୋର୍ଟ ମଧ୍ୟ ମିଳିଛି।
ଉଲ୍ଲେଖଯୋଗ୍ୟ, ଉତ୍ତର କୋରିଆର ୨୫ ନିୟୁତ ଜନତା କୋଭିଡ୍-୧୯ ନିରୋଧୀ ଟିକା ନେଇ ନାହାନ୍ତି ବୋଲି ବିଶେଷଜ୍ଞମାନେ କହିଛନ୍ତି। ଆନ୍ତର୍ଜାତିକ ସମୁଦାୟ ଗତବର୍ଷ ଆଷ୍ଟ୍ରାଜେନିକା ଏବଂ ଚୀନ୍ ନିର୍ମିତ କୋଭିଡ୍ ଟିକା ଯୋଗାଇ ଦେବାକୁ ଆଗ୍ରହୀ ଥିଲେ ମଧ୍ୟ ତାହା ଗ୍ରହଣ କରିବା ଲାଗି ଉତ୍ତର କୋରିଆ ଅଗ୍ରାହ୍ୟ କରି ଦେଇଥିଲା। ବରଂ ସେ କହିଥିଲା ଯେ, ଜାନୁଆରି ୨୦୨୦ରେ ତା’ର ସୀମା ସିଲ୍ କରି ସେ କୋଭିଡ୍ ସଂକ୍ରମଣକୁ ନିୟନ୍ତ୍ରଣ କରିପାରିଛି।
Follow Us