କିମ୍ ଜୋଙ୍ଗ୍‌ ଉନ୍‌ଙ୍କ ମୁଣ୍ଡରେ ରହସ୍ୟମୟ ସବୁଜ ଦାଗ ଓ ବ୍ୟାଣ୍ଡେଜ୍‌

କିମ୍ ଜୋଙ୍ଗ୍‌ ଉନ୍‌ଙ୍କ ମୁଣ୍ଡରେ ରହସ୍ୟମୟ ସବୁଜ ଦାଗ ଓ ବ୍ୟାଣ୍ଡେଜ୍‌

Image Courtesy of Twitter

ନୂଆଦିଲ୍ଲୀ: ନିକଟ ଅତୀତରେ ସର୍ବସାଧାରଣଙ୍କ ଗହଣକୁ ଆସିଥିବା ଉତ୍ତର କ‌ୋରିଆର ଏକଚ୍ଛତ୍ରବାଦୀ ନେତା କିମ୍‌ ଜୋଙ୍ଗ୍ ଉନ୍‌ଙ୍କ ମୁଣ୍ଡ ପଛରେ ଗୋଟାଏ ବଡ଼ ସବୁଜ ଦାଗ ଦେଖି ପୁନଶ୍ଚ ବିଶ୍ବବ୍ୟାପୀ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ ନାନା ପ୍ରକାର କଥା ଉଠିଛି।

କିମ୍‌ଙ୍କର ଅନ୍ୟ ଏକ ଫଟୋରେ ମୁଣ୍ଡର ସେ ଦାଗଥିବା ସ୍ଥାନରେ ଗୋଟାଏ ଆୟତାକାର ବ୍ୟାଣ୍ଡେଜ୍‌ (ଔଷଧ ପଟି) ପଡ଼ିଥିବାର ଦୃଶ୍ୟ ମଧ୍ୟ ଦେଖାଯାଉଛି।

ଗୁପ୍ତ ଦେଶ ଉତ୍ତର କୋରିଆର ସମ୍ବାଦ ନିମିତ୍ତ ଉତ୍ସଗୀକୃତ ସମ୍ବାଦ ସରବରାହ ସଂସ୍ଥାନ ‘କେଏନ୍‌ ନିଉଜ୍‌’ ରିପୋର୍ଟ ଅନୁସାରେ, ଜୁଲାଇ ୨୪ ରୁ ୨୭ ତାରିଖ ମଧ୍ୟରେ ଅନୁଷ୍ଠିତ ଏକ ସମାରିକ ସଭାରେ ୩୭ ବର୍ଷିୟ କିମ୍‌ଙ୍କର ମୁଣ୍ଡର ଡାହଣ ପଟକୁ ଏହି ଜଖମ ଓ ବ୍ୟାଣ୍ଡେଜ୍‌ ପଡ଼ିଥିବା ଜଣାପଡୁଥିଲା। ଏହା ବ୍ୟତିରେକେ, ଜୁଲାଇ ୨୭ ରୁ ୨୯ ମଧ୍ୟରେ ଅନୁଷ୍ଠିତ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା କିମ୍‌ଙ୍କ ମୁଣ୍ଡରେ ମଧ୍ୟ ସେ ଚିହ୍ନ ଦୃଶ୍ୟମାନ ହୋଇଥିଲା।

publive-image Image Courtesy of India Today

୪୦ ବର୍ଷ ବୟସରେ ଉପନୀତ ହୋଇ ନ ଥିଲେ ମଧ୍ୟ କିମ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ରହୁଥିବା କଥା ଚାରିଆଡ଼େ ଆଲୋଚନା ହେଉଛି। ପୃଥୁଳକାୟ ଚେହେରା ଏବଂ ନିରବଚ୍ଛିନ୍ନ ଧୂମପାନ ନିମନ୍ତେ କିମ୍ ବିଶେଷ ପରିଚିତ।

ସ୍ମରଣଯୋଗ୍ୟ, ଉତ୍ତର କୋରିଆ କ୍ୟାଲେଣ୍ଡର୍‌ର ସବୁଠୁ ଗୁରୁତ୍ବପୂର୍ଣ୍ଣ ଦିବସ ୨୦୨୦ ଏପ୍ରିଲ୍‌୧୫ ତାରିଖ‌ରେ ମଧ୍ୟ ସେ ଅନୁପସ୍ଥିତ ଥିଲେ। ‘ସୂର୍ଯ୍ୟ ଦିବସ’ ଭାବେ ପାଳିତ ଏହି ସାର୍ବଜନୀନ ଛୁଟିଦିନଟି କିମ୍‌ଙ୍କ ଜେଜେଙ୍କ ଜନ୍ମଦିନ। ସେଦିନ କିମ୍‌ ଦେଖା ନ ଦେବାରୁ ସେ ଅସୁସ୍ଥ ଅଛନ୍ତି ବୋଲି ଗୁଜବ ତୀବ୍ରତର ହେଲା। କିନ୍ତୁ, ଏହାର କିଛି ମାସ ପରେ ସେ ପୁନର୍ବାର ଏକ ସାର କାରଖାନା ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଇ ଗୁଜବକୁ ମିଥ୍ୟା ସାବ୍ୟସ୍ତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe