କରୋନା ଡ଼ରରେ ଚୀନରୁ ଫେରିଥିବା ଅଫିସରଙ୍କୁ ଗୁଳି କରି ମାରିଦେଲେ କିମ ଜଙ୍ଗ ଉନ !

ଅପରେସନ ପରେ ଗୁରୁତର ହୋଇପଡିଛନ୍ତି କିମ ଜଙ୍ଗ ଉନ!

Image Source: Zee News

ନୂଆଦିଲ୍ଲୀ: ଉତ୍ତର କୋରିଆ ଶାସକ କିମ ଜଙ୍ଗ ଉନଙ୍କ ଶାସନ ଶୈଳୀ ବାବଦରେ ସାରା ବିଶ୍ୱ ଜାଣିଛି | ଏବେ ପୁଣି ଥରେ କିମଙ୍କ ବର୍ବରତାର ଆଉ ଏକ ଖବର ସାମ୍ନାକୁ ଆସିଛି | କରୋନା ଭାଇରସରେ ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ସବୁ ଦେଶ ଲାଗିପଡିଥିବାବେଳେ ଉତ୍ତର କୋରିଆରେ କିନ୍ତୁ ଏହାର ସମ୍ପୂର୍ଣ୍ଣ ବିପରୀତ ଦୃଶ୍ୟ ଦେଖିବାକୁ ମିଳିଛି | ରିପୋର୍ଟ ମୁତାବକ ଚୀନରୁ ଫେରିଥିବା ଉତ୍ତର କୋରିଆର ଜଣେ ଅଧିକାରୀଙ୍କୁ କରୋନା ଭାଇରସ ଥିବା ସନ୍ଦେହରେ ହତ୍ୟା କରାଯାଇଛି | ଏହି ଅଧିକାରୀଙ୍କୁ ଗୁଳିମାରି ହତ୍ୟା କରାଯାଇଥିବାର ଜଣାପଡିଛି | ଚୀନରୁ ଫେରିବା ପରେ ଏହି ଅଧିକାରୀଙ୍କୁ ଅଲଗା କକ୍ଷରେ ରଖାଯାଇଥିଲା |

publive-image Sky News

କିନ୍ତୁ ଭୁଲ ବଶତଃ ସେ ସର୍ବସାଧାରଣ ପାଇଁ ବ୍ୟବହାର ହେଉଥିବା ଶୌଚାଳୟ ବ୍ୟବହାର କରିଥିଲେ | ଏହି କାରଣରୁ କରୋନା ଭାଇରସ ସଂକ୍ରମଣ କରାଇବା ଓ ନିୟମ ନ ମାନିବା ଦର୍ଶାଇ ତାଙ୍କୁ ଦୋଷୀ ଘୋଷଣା କରାଯାଇଥିଲା | ଏହା ପରେ ତାଙ୍କୁ ଗୁଳି ମାରି ଦଣ୍ଡ ଦିଆଯାଇଛି | ଦକ୍ଷିଣ କୋରିଆର ଗଣମାଧ୍ୟମ ପକ୍ଷରୁ କୁହାଯାଇଛି ଯେ ଉତ୍ତର କୋରିଆର ସର୍ବେସର୍ବା କୁହାଯାଉଥିବା କିମ ଜଙ୍ଗ ଉନ କରୋନା ସଂକ୍ରମିତ ରୋଗୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି |

ଏଠାରେ ସୂଚନା ଥାଉ କି କରୋନା ଭାଇରସ୍‌ ଏବେ ଚୀନ୍‌ରେ ଅତି ଭୟଙ୍କର ରୂପ ଧାରଣ କରିଛି। ଭାଇରସ୍‌ ଯୋଗୁଁ କେବଳ ଫେବ୍ରୁଆରି ୧୨ ତାରିଖରେ ଗୋଟିଏ ଦିନରେ ଚୀନ୍‌ରେ ୨୫୪ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୫୧୫୨ ଜଣ ଭାଇରସ୍‌ ଆକ୍ରାନ୍ତ ‌ହୋଇଥିବା ସ୍ପ‌ଷ୍ଟ ହୋଇଛି। କେବଳ ହୁୱେଇ ପ୍ରଦେଶରେ ‌ଗୋଟିଏ ଦିନରେ ୨୪୨ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୪,୮୪୦ ଜଣଙ୍କ ଶରୀରରେ ଭାଇରସ୍‌ ଚିହ୍ନଟ ହୋଇଛି। ଚୀନ୍‌ରେ ୬୦,୦୦୦ ଲୋକ ଭାଇରସ୍‌ ଆକ୍ରାନ୍ତ ଥିବା ସରକାରୀ ଭାବେ କୁହାଯାଇଛି। ଏଥିସହ ଚୀନ୍‌ରେ କରୋନା ଭାଇରସ୍‌ ଯୋଗୁଁ ମୃତ୍ୟୁସଂଖ୍ୟା ୧୩୦୦ ଟପିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe