ଆମେରିକା ଜାଣିଥାଉ ଯେ ମୋ ଟେବୁଲ୍‌ ଉପରେ ସବୁବେଳେ ‘ଆଣବିକ ବଟନ୍‌’ ରହିଛି: କିମ୍‌ ଜୋଙ୍ଗ୍‌-ଉନ୍‌

Advertisment
ଆମେରିକା ଜାଣିଥାଉ ଯେ ମୋ ଟେବୁଲ୍‌ ଉପରେ ସବୁବେଳେ ‘ଆଣବିକ ବଟନ୍‌’ ରହିଛି: କିମ୍‌ ଜୋଙ୍ଗ୍‌-ଉନ୍‌

Image Courtesy of TOI

ସିଓଲ: ସୋମବାର ଦିନ କିମ୍‌ ଜୋନ୍‌-ଉନ୍‌ ଆମେରିକାକୁ ସତର୍କ କରାଇ କହିଛନ୍ତି, ଯଦି ଉତ୍ତର କୋରିଆକୁ ଧମକ ଦିଆଯାଏ, ତେବେ କାମରେ ଲାଗିବା ପାଇଁ ତାଙ୍କ ଟେବୁଲ୍‌ ଉପରେ ରହିଛି ଗୋଟାଏ ‘ଆଣବିକ ବଟନ୍‌’। କିନ୍ତୁ, ସିଓଲ ପ୍ରସଙ୍ଗରେ କଥାବାର୍ତ୍ତା କରିବାକୁ ଦକ୍ଷିଣ କୋରିଆକୁ ସେ ସମ୍ମତି ଦେଇଛନ୍ତି।

ଗତ ବର୍ଷଯାକ ଆଣବିକ ଅସ୍ତ୍ରଶସ୍ତ୍ର ପରୀକ୍ଷା କାର୍ଯ୍ୟକ୍ରମରେ ବ୍ୟସ୍ତ ରହି ବିଶ୍ୱରେ ଉତ୍ତେଜନା ସୃଷ୍ଟି କରାଇଥିବା କିମ୍‌ ଟେଲିଭିଜନ୍‌ରେ ନବବର୍ଷ ଭାଷଣରେ କହିଛନ୍ତି କି, କୋରୀୟ ଉପଦ୍ୱୀପରେ ସାମରିକ ଉତ୍ତେଜନା ହ୍ରାସ କରିବା ସହ ଦକ୍ଷିଣ କୋରିଆ ସହ ସମ୍ପର୍କ ବଢ଼ାଇବାକୁ ସେ ଆଗ୍ରହୀ।

କିମ୍‌ କହିଛନ୍ତି: ଉତ୍ତର-ଦକ୍ଷିଣ ସମ୍ପର୍କ କଥା ଉଠିଲେ ଆମେ କୋରୀୟ ଉପଦ୍ୱୀପରେ ଶାନ୍ତିପୂର୍ଣ୍ଣ ବାତାବରଣ ପାଇଁ ସାମରିକ ଉତ୍ତେଜନା ହ୍ରାସ କରିବା ଉଚିତ। ଏଥିପାଇଁ ଉଭୟ ଉତ୍ତର ଏବଂ ଦକ୍ଷିଣ ଉଦ୍ୟମ କରିବା ଉଚିତ।

ଫେବ୍ରୁଆରି ମାସରେ ଦକ୍ଷିଣ କୋରିଆର ପିୟୋଙ୍ଗଚାଙ୍ଗ୍‌ରେ ଅନୁଷ୍ଠିତ ହେବାକୁ ଯାଉଥିବା ଶୀତକାଳୀନ ଅଲିମ୍ପିକ୍‌ କ୍ରୀଡ଼ାକୁ ସେ ପ୍ରତିନିଧି ଦଳ ପଠାଇବାକୁ ଚିନ୍ତା କରୁଛନ୍ତି।

publive-image Image Courtesy of WHTC

ଶୀତ କ୍ରୀଡ଼ାରେ ଉତ୍ତର କୋରିଆର ଅଂଶ ଗ୍ରହଣ ଲୋକମାନଙ୍କର ଐକ୍ୟ ପ୍ରଦର୍ଶନ ପାଇଁ ଗୋଟାଏ ଉତ୍ତମ ସୁଯୋଗ ପ୍ରଦର୍ଶନ କରିବ। ଆମର ଆଶା ଏହି ଖେଳ ସଫଳ ହେବ। ଦୁଇ କୋରିଆର ଅଧିକାରୀମାନେ ଏ ସମ୍ପର୍କରେ ଆଲୋଚନା ପାଇଁ ତୁରନ୍ତ ବୈଠକ ଡାକିବା ଉଚିତ।

ଦକ୍ଷିଣ କୋରିଆର ରାଷ୍ଟ୍ରପତି ମୁନ୍‌ ଜେ-ଇନ୍‌ କହିଥିଲେ, ଉତ୍ତର କୋରିଆର ଅଂଶ ଗ୍ରହଣ ପିୟୋଙ୍ଗଚାଙ୍ଗ୍‌ ଅଲିମ୍ପିକ୍‌ର ନିରାପତ୍ତାକୁ ନିଶ୍ଚିତ କରିବ। ତେଣୁ ସେ ଗତ ମାସରେ ପ୍ରସ୍ତାବ ଦେଇଥିଲେ କି, ଖେଳ ଶେଷ ହେବା ଯାଏଁ ସିଓଲ ଓ ଓ୍ଵାସିଂଟନ୍‌ ବଡ଼ ଧରଣର ସାମରିକ ଅଭ୍ୟାସ ସ୍ଥଗିତ ରଖିବା ଉଚିତ। ଉତ୍ତର ମଧ୍ୟ ଯୁଦ୍ଧ୍ୟାଭ୍ୟାସ ପରିହାର କରିବା ଉଚିତ।

ମୁନ୍‌ଙ୍କ ଅଫିସ୍‌ର ଜଣେ ମୁଖପାତ୍ର କହିଛନ୍ତି, ସେମାନେ କିମ୍‌ଙ୍କର ନବ ବର୍ଷ ଦିବସ ଭାଷଣକୁ ସମୀକ୍ଷା କରୁଛନ୍ତି।

କିମ୍‌ଙ୍କ ଭାଷଣ ଉପରେ ମନ୍ତବ୍ୟ ଦେବାକୁ ସାମ୍ବାଦିକମାନେ କହିବାରୁ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଖାଲି କହିଲେ, ‘‘ହଉ ଦେଖିବା, ଦେଖିବା।’’ ଏମିତି କହି କହି ସେ ଫ୍ଲୋରିଡ଼ାସ୍ଥିତ ତାଙ୍କ ଇଲାଇଟ୍‌ ଇମେଜ୍‌ ମାର୍‌-ଆ-ଲାଗୋକୁ ନବ ବର୍ଷ ପୂର୍ବ ସନ୍ଧ୍ୟା ପାଳନ ଉତ୍ସବକୁ ପଶିଗଲେ।
ଯୁକ୍ତରାଷ୍ଟ୍ର ଆମେରିକାର ଷ୍ଟେଟ୍‌ ଡିପାର୍ଟମେଣ୍ଟ୍‌ ମଧ୍ୟ ତୁରନ୍ତ କିମ୍‌ଙ୍କର ନୂଆବର୍ଷ ଦିବସ ଅଭିଭାଷଣ ଉପରେ କୌଣସି ମନ୍ତବ୍ୟ ଦେଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe