Advertisment

ରାଜା ଚାର୍ଲସ୍‌ଙ୍କ ରାଜ୍ୟାଭିଷେକ: ଐତିହାସିକ ସମାରୋହରେ ପଦ ଗ୍ରହଣ

Advertisment

୧୯ରେ ରାଣୀଙ୍କ ଶେଷକୃତ୍ୟ

୧୯ରେ ରାଣୀଙ୍କ ଶେଷକୃତ୍ୟ

ରାଜା ଚାର୍ଲସ୍‌ଙ୍କ ରାଜ୍ୟାଭିଷେକ: ଐତିହାସିକ ସମାରୋହରେ ପଦ ଗ୍ରହଣ

ଲଣ୍ଡନ: ଚାର୍ଲସ ତୃତୀୟଙ୍କୁ ଆଜି ଆନୁଷ୍ଠାନିକ ଭାବେ ବ୍ରିଟେନର ନୂଆ ରାଜା ଘୋଷଣା କରାଯାଇଛି। ଏକ ଐତିହାସିକ ସମାରୋହରେ ପଦଗ୍ରହଣ ପରିଷଦ ଦ୍ବାରା ଚାର୍ଲସ ତୃତୀୟଙ୍କ ରାଜ୍ୟାଭିଷେକ ପ୍ରକ୍ରିୟା ସଂପନ୍ନ ହୋଇଛି। ପ୍ରଥମ ଥର ପାଇଁ ଏହି କାର୍ଯ୍ୟକ୍ରମକୁ ସିଧା ପ୍ରସାରଣ କରାଯାଇଛି। ଦୀର୍ଘ ୭ ଦଶନ୍ଧି ଧରି ଉତ୍ତରାଧିକାରୀକ୍ରମରେ ରହିଥିବା ଚାର୍ଲସ ତାଙ୍କ ମା’ ରାଣୀ ଏଲିଜାବେଥ ଦ୍ବିତୀୟଙ୍କ ମୃତ୍ୟୁ ପରେ ସ୍ବାଭାବିକ ଭାବେ ରାଜା ହୋଇଛନ୍ତି। କିନ୍ତୁ ଦେଶ‌ରେ ନୂଆ ରାଜା ଘୋଷଣା କରିବାପାଇଁ ପଦଗ୍ରହଣ ଉତ୍ସବ ହେଉଛି ଏକ ପ୍ରମୁଖ ସାମ୍ବିଧାନିକ ଏବଂ ଔପଚାରିକ ପଦ‌କ୍ଷେପ। ପଦଗ୍ରହଣ ପରିଷଦ ବୈଠକ ପାଇଁ ଆଜି ସେଣ୍ଟ ଜେମ୍ସ ପ୍ୟାଲେସର ଅର୍ନେଟ ଷ୍ଟେଟ୍‌ ଆପାର୍ଟମେଣ୍ଟରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ ଏବଂ ଅନ୍ୟ ୫ ଜଣ ପୂର୍ବ ପ୍ରଧାନମନ୍ତ୍ରୀଙ୍କ ସମେତ ବରିଷ୍ଠ ରାଜନେତାମାନେ ଉପସ୍ଥିତ ଥିଲେ। ୧୯୫୨ ପରେ ପ୍ରଥମ ଥର ପାଇଁ ଏହି ପଦଗ୍ରହଣ ଉତ୍ସବ ହୋଇଛି। ୧୯୫୨ରେ ରାଣୀ ଏଲିଜାବେଥ ଦ୍ବିତୀୟଙ୍କ ପାଇଁ ପଦଗ୍ରହଣ ଉତ୍ସବ ହୋଇଥିଲା।

publive-image

୭୩ ବର୍ଷୀୟ ଚାର୍ଲସ ରାଜା ଘୋଷିତ ହେବାପରେ ତାଙ୍କ ଉଦ୍‌ବୋଧନରେ କହିଥିଲେ ଯେ ତାଙ୍କ ମାତୃ ବିୟୋଗରେ ତାଙ୍କ ନିଜର, ପରିବାରର , ବ୍ରିଟେନର ଏବଂ ସମଗ୍ର ବିଶ୍ବ ପାଇଁ ଅପୂରଣୀୟ କ୍ଷତି ହୋଇଛି। କିଙ୍ଗ ଚାର୍ଲସ ନିଷ୍ଠାପର ଭାବେ ଲୋକଙ୍କ ସେବାରେ ନିୟୋଜିତ ରହିବେ ବୋଲି ଆଜି ବରିଷ୍ଠ ରାଜନେତା ଏବଂ ଧାର୍ମିକ ପରାମର୍ଶଦାତାଙ୍କ ପଦଗ୍ରହଣ ପରିଷଦକୁ ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି। ଉତ୍ତରାଧିକାର ସୂତ୍ରରେ ତାଙ୍କୁ ମିଳିଥିବା ଦାୟିତ୍ବ ଏବଂ କର୍ତ୍ତବ୍ୟକୁ ସେ ଉତ୍ତମ ଢଙ୍ଗରେ ପାଳନ କରିବେ ବୋଲି ଦୃଢ଼ ପ୍ରତିଜ୍ଞ। ରାଜା ଚାର୍ଲସ କହିଛନ୍ତି, ‘ଉତ୍ସର୍ଗୀକୃତ ସେବା ପାଇଁ ମୋ ମା’ଙ୍କ ଶାସନକାଳ ଅତୁଳନୀୟ ଥିଲା। ସେ କହିଛନ୍ତି, ମତେ ବର୍ତ୍ତମାନ ମିଳିଥିବା ମହାନ ଉତ୍ତରାଧିକାର ଏବଂ ସାର୍ବଭୌମତ୍ବର କର୍ତ୍ତବ୍ୟ ଏବଂ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ସଂକ୍ରାନ୍ତରେ ମୁଁ ଗଭୀର ଭାବେ ଅବଗତ। ଏହି ଦାୟିତ୍ବ ପାଳନ ବେଳେ ମୁଁ ପ୍ରେରଣାଦାୟକ ଉଦାହରଣ ଅନୁକରଣ କରିବାକୁ ଚେଷ୍ଟା କରିବି ବୋଲି ରାଜା ଚାର୍ଲସ କହିଥିଲେ ଏବଂ ମା’ଙ୍କ ସେବା ଓ ଶାସନ କଥା ମନେ ପକାଇ ଭାବପ୍ରବଣ ହୋଇଉଠିଥିଲେ। ଆଜି ଚାର୍ଲସଙ୍କୁ ରାଜା ଘୋଷଣା କରିବାପାଇଁ ଆୟୋଜିତ ପାରମ୍ପରିକ ଉତ୍ସବରେ ତାଙ୍କ ପତ୍ନୀ କାମିଲା, ବଡ଼ ପୁଅ ପ୍ରିନ୍ସ ୱିଲିୟମ ଏବଂ ଅନ୍ୟ ଉତ୍ତରାଧିକାରୀମାନେ ଉପସ୍ଥିତ ଥିଲେ। ରାଜା ହେବାପରେ ଚାର୍ଲସ ତୃତୀୟ ଆଜି କିଛି ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ରାଣୀ ଏଲିଜାବେଥ ଦ୍ବିତୀୟଙ୍କର ଅନ୍ତ୍ୟେଷ୍ଟି ସେପ୍ଟେମ୍ବର ୧୯ ତାରିଖରେ ହିଁ ସଂପନ୍ନ ହେବ ବୋଲି ସ୍ଥିର ହୋଇଛି ଏବଂ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe