India Today
ନୂଆଦିଲ୍ଲୀ: ସ୍ବିଡେନ୍ର ରାଜା ଓ ରାଣୀ ଭାରତ ଗସ୍ତରେ ଆସିଛନ୍ତି। ଏୟାର ଇଣ୍ଡିଆ ବିମାନରେ ଆସି ସ୍ବିଡେନ୍ର ରାଜା ଓ ରାଣୀ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରିବା ପରେ ସେମାନେ ସାଙ୍ଗରେ ଆଣିଥିବା ଲଗେଜ୍ ଓ ବ୍ୟାଗେଜ୍ ସବୁ ଯେପରି ନିଜ ହାତରେ ବୋହି ବିମାନ ବନ୍ଦର ବାହାରକୁ ବାହାରିଲେ ତାହା ଆଜି ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ୟପକ୍ଷରେ ଏହି ଘଟଣାର ଫଟୋ ଟୁଇଟରରେ ସେୟାର ହେବାପରେ ଏହା ଏବେ ଭାଇରାଲ ହେବାକୁ ଆରମ୍ଭ କରିଛି।
ରିପୋର୍ଟରୁ ପ୍ରକାଶ, ସ୍ବିଡେନ୍ର ରାଜା କାର୍ଲ ଗଷ୍ଟାଫ୍ ଓ ରାଣୀ ସିଲଭିଆ ଆଜି ଠାରୁ ଏକ ପାଞ୍ଚଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଏହି ଗସ୍ତକାଳରେ ସ୍ବିଡେନ୍ର ରାଜ ଦମ୍ପତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ସ୍ବିଡେନ୍ର ରାଜ ଦମ୍ପତି ଜାତୀୟ ଅତିଥି ରୂପେ ଭାରତକୁ ଆସିଥିବା ବେଳେ ତାଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ବାଗତ ଜଣାଇବା ଉଦ୍ଦେଶ୍ୟରେ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତିକ ବିମାନ ବନ୍ଦରରେ ଯାଇ ପହଞ୍ଚିଥିଲେ ବିଜେପି ସାଂସଦ ବାବୁଲ ସୁପ୍ରିେୟା।
ତେବେ, ଏୟାର ଇଣ୍ଡିଆ ବିମାନରେ ଆସି ସ୍ବିଡେନ୍ର ରାଜ ଦମ୍ପତି ପ୍ରତ୍ୟୁଷରେ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରିଥିଲେ। ବିମାନରୁ ଅବତରଣ କରିବା ପରେ ରାଜ ଦମ୍ପତି ସେମାନଙ୍କ ସାଙ୍ଗରେ ଆଣିଥିବା ଲଗେଜ୍ ଓ ବ୍ୟାଗେଜ୍ ସବୁକୁ ନିଜ ହାତରେ ବୋହି ବିମାନ ବନ୍ଦର ବାହାରକୁ ବାହାରିଥିଲେ। ରାଜ ଦମ୍ପତିଙ୍କ ଏ କାର୍ଯ୍ୟର ଫଟୋକୁ ଏୟାର ଇଣ୍ଡିଆ ନିଜ ଟୁଇଟରରେ ସେୟାର କଲାପରେ ସେମାନଙ୍କ ଏତାଦୃଶ କାର୍ଯ୍ୟକୁ ଭାରତୀୟମାନେ ଭୂରିଭୂରି ପ୍ରଶଂସା କରିବା ସହ ଆମର ତଥାକଥିତ ଭିଭିଆଇପିମାନେ ଏଥିରୁ ଶିକ୍ଷାଲାଭ କରିବାର ଆବଶ୍ୟକତା ରହିଛି ବୋଳି କହିଛନ୍ତି।
Follow Us