ସିଂହଦ୍ବାର ଗୁମୁଟରୁ ଡେଇଁ କିନ୍ନରଙ୍କ ଆତ୍ମହତ୍ୟା ମାମଲା: କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମାଗିଲେ ଏନ୍‌ଏଚ୍‌ଆର୍‌ସି

Advertisment
୨ ରୁଷିଆ ନାଗରିକଙ୍କ ମୃତ୍ୟୁ ମାମଲା: ତଦନ୍ତରେ ପୂର୍ଣ୍ଣଚ୍ଛେଦ

Image Courtesy of iPleaders Blog

ନୂଆଦିଲ୍ଲୀ : ପୁରୀ ସିଂହଦ୍ବାର ଗୁମୁଟରୁ ଡେଇଁ କିନ୍ନରଙ୍କ ଆତ୍ମହତ୍ୟା ମାମଲାରେ ଜାତୀୟ ମାନବ ଅଧିକାର ଆୟୋଗ (ଏନ୍‌ଏଚ୍‌ଆର୍‌ସି) ମହିଳା, ଶିଶୁ ବିଭାଗ, ମିଶନ ଶକ୍ତି ସଚିବ, ପୁରୀ ଜିଲ୍ଲାପାଳ ଓ ଏସ୍‌ପିଙ୍କ ଠାରୁ ଆକ୍ସନ ଟେକେନ୍‌ ରିପୋର୍ଟ ତଲବ କରିଛନ୍ତି। ଚାରି ସପ୍ତାହ ଭିତରେ ରିପୋର୍ଟ ଦାଖଲ କରିବା ପାଇଁ ଏନ୍‌ଏଚ୍‌ଆରସିଙ୍କ ପକ୍ଷରୁ ସମୟ ସୀମା ଧାର୍ଯ୍ୟ କରାଯାଇଛି। ନିମାପଡ଼ାର ବଳରାମ ରାଉତ(୩୬) ନାମକ କିନ୍ନରଙ୍କ ଆତ୍ମହତ୍ୟା ମାମଲାରେ ମାନବ ଅଧିକାର କର୍ମୀ ତଥା ସୁପ୍ରିମକୋର୍ଟର ଆଇନଜୀବୀ ରାଧାକାନ୍ତ ତ୍ରିପାଠୀଙ୍କ ଦ୍ବାରା ଦାଖଲ କରାଯାଇଥିବା ପିଟିସନକୁ ଗ୍ରହଣ କରି ଏନ୍‌ଏଚ୍‌ଆର୍‌ସି ତିନି ବରିଷ୍ଠ ଅଧିକାରୀଙ୍କ ଠାରୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଲୋଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe