କିରିଟ ସୋମେୟାଙ୍କୁ ବାଦ୍ ଦେଲା ବିଜେପି

Advertisment
କିରିଟ ସୋମେୟାଙ୍କୁ ବାଦ୍ ଦେଲା ବିଜେପି

.hindustantimes.com

ମୁମ୍ବା‌ଇ : ବିଜେପିର ଟାଣୁଆ ନେତା କିରିଟ ସୋମେୟାଙ୍କୁ ଏଥର ଲୋକସଭା ନିର୍ବାଚନ ଲଢ଼ିବାରୁ ବାଦ୍‌ ଦେଇଛି ବିଜେପି। ୨ ଥର ସାଂସଦ ହୋଇଥିବା ସୋମେୟାଙ୍କୁ ବାଦ୍‌ ଦେଇ ବିଜେପି ଏଥର ମୁମ୍ବାଇ ଉତ୍ତର ପୂର୍ବରୁ ମନୋଜ କୋଟାକଙ୍କୁ ପ୍ରାର୍ଥୀ କରିଛି। ଶିବସେନା ଚାପରେ ବିଜେପି ଏଭଳି ନିଷ୍ପତ୍ତି ନେଇଛି ବୋଲି ଚର୍ଚ୍ଚା ହେଉଛି। କୁହାଯାଉଛି ‌ଯେ ବିଜେପି କିରିଟ ସୋମେୟାଙ୍କୁ ପ୍ରାର୍ଥୀ ନକରି ଏକ ବଡ଼ ତ୍ୟାଗ କରିଛି। ୨୦୧୪ ନିର୍ବାଚନରେ ସୋମେୟା ୩ ଲକ୍ଷରୁ ଅଧିକ ଭୋଟ୍‌ରେ ମୁମ୍ବାଇ ଉତ୍ତର ପୂର୍ବରୁ ବିଜୟୀ ହୋଇଥିଲେ। ସୋମେୟା ଗଣମାଧ୍ୟମରେ ନିଜ ମତ ରଖି କହିଛନ୍ତି ‌ଯେ ମନୋଜଙ୍କୁ ଟିକେଟ ମିଳିଥିବାରୁ ସେ ଖୁବ୍‌ ଖୁସି। ମନୋଜଙ୍କୁ ଦୃଢ଼ ସମର୍ଥନ କରାଯିବ ଏବଂ ସେ ବିପୁଳ ଭୋଟ୍‌ରେ ବିଜୟ ହାସଲ କରିବେ ବୋଲି ସୋମେୟା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe