କିଷାନ ମହାପଞ୍ଚାୟତ: କୃଷି ମନ୍ତ୍ରୀଙ୍କ ସହ କୃଷକଙ୍କ ଆଲୋଚନା ବୈଠକ

Advertisment
କିଷାନ ମହାପଞ୍ଚାୟତ: କୃଷି ମନ୍ତ୍ରୀଙ୍କ ସହ କୃଷକଙ୍କ ଆଲୋଚନା ବୈଠକ

ନୂଆଦିଲ୍ଲୀ : ଦିଲ୍ଲୀର ରାମଲିଳା ମଇଦାନରେ ସୋମବାର ଦିନ ‘କିଷାନ ମହାପଞ୍ଚାୟତ’ ହୋଇଛି। ଦେଶବ୍ୟାପୀ ଲକ୍ଷାଧିକ କୃଷକ କିଷାନ ମହାପଞ୍ଚାୟତ ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି। ୧୫ ସଦସ୍ୟ ବିଶିଷ୍ଟ ଏସକେଏମ୍‌ (ସଂଯୁକ୍ତ କିଷାନ ମୋର୍ଚ୍ଚା) ପ୍ରତିନିଧି ଦଳ ସୋମବାର ଅପରାହ୍ନରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ‌ ତୋମରଙ୍କୁ କୃଷି ଭବନ‌ରେ ଭେଟି ଏକ ଦାବି ପତ୍ର ଉପସ୍ଥାନ କରିଥିଲେ। ‌ତେବେ ଏହି ବୈଠକରୁ କୌଣସି ନିଷ୍କର୍ସ ବାହାରି ପାରିଲାନି।

ଏମ୍‌ଏସ୍‌ପି ସଂକ୍ରାନ୍ତରେ ପ୍ରତିଶ୍ରୁତି ମିଳିପାରିଲାନି
‘କିଷାନ ଆନ୍ଦୋଳନ ୨.୦’ ପାଇଁ ପ୍ରସ୍ତୁତି ଆରମ୍ଭ
ଏପ୍ରିଲ ୩୦ରେ ପରବର୍ତ୍ତୀ ବୈଠକ

ଏସକେଏମ୍‌ ପ୍ରତିନିଧି ଦଳ ଦାବି କରିଛନ୍ତି ଯେ କୃଷି ମନ୍ତ୍ରୀ ଚାଷୀ ସଂଗଠନକୁ କହିଛନ୍ତି, ‘ହମ୍‌ ସରକାର ଚଲାତେ ହେଁ, ଆପ୍‌ ଆନ୍ଦୋଳନ ଚଲାଓ’। ଚାଷୀ ନେତା ରାକେଶ ଟିକାୟତ କହିଛନ୍ତି, ଚାଷୀମାନଙ୍କ ସହ ବୈଠକରେ ସରକାର ତାଙ୍କ ମତ ସ୍ପଷ୍ଟ କରିଛନ୍ତି। ସରକାର ବିନା ଆନ୍ଦୋଳନରେ ଏମ୍‌ଏସ୍‌ପି ସଂକ୍ରାନ୍ତରେ କୌଣସି ପ୍ରତିଶ୍ରୁତି ଦେବେନି। ଏସକେଏମ୍‌ ସଂଗଠନ ଏବେ ‘କିଷାନ ଆନ୍ଦୋଳନ ୨.୦’ ପାଇଁ ପ୍ରସ୍ତୁତି ଆରମ୍ଭ କରିବ। ଏପ୍ରିଲ ୩୦ ତାରିଖରେ ଦିଲ୍ଲୀରେ ଆଉ ଏକ ବୈଠକ ହେବ। ଏହା ପୂର୍ବରୁ ସମସ୍ତ କୃଷି ସଂଗଠନ ଗୁଡ଼ିକ ସେମାନଙ୍କ ନିଜ ନିଜ ରାଜ୍ୟରେ ରୢାଲି ଏବଂ ପଞ୍ଚାୟତ କରିବାପାଇଁ କୁହାଯାଇଛି। ଆଗକୁ ଏକ ବଡ଼ ଧରଣର ଆନ୍ଦୋଳନ‌ ହେବ।

ଏସକେଏମ୍‌ ପ୍ରତିନିଧି ଦଳ ସୋମବାର ଦିନ କୃଷି ମନ୍ତ୍ରୀଙ୍କ ସହ କବୈଠକରେ ୬ଟି ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏମ୍‌ଏସପି ଗ୍ୟା‌ରେଣ୍ଟି ଲ, ଏମ୍‌ଏସପି କମିଟି, କୃଷକ ଆନ୍ଦୋଳନରେ ପ୍ରାଣ ହାରିଥିବା କୃଷକଙ୍କ ପାଇଁ କ୍ଷତିପୂରଣ , କୃଷକଙ୍କ ବିରୋଧରେ ଥିବା ମାମଲା ପ୍ରତ୍ୟାହାର କରିବା, ଲଖିମୁପର ଖେରିରେ କୃଷକଙ୍କୁ ହତ୍ୟା ମାମଲାରେ ଅଜୟ ମିଶ୍ର ଟେନିଙ୍କୁ ବହିଷ୍କାର ଏବଂ ଇଲେକ୍ଟ୍ରିସିଟି ଆମେଣ୍ଡମେଣ୍ଟ୍‌ ବିଲ୍‌ ଆଦି ସଂକ୍ରାନ୍ତରେ ଦାବି କରିଛନ୍ତି। କୃଷକ ସଂଗଠନ ମଧ୍ୟ କେନ୍ଦ୍ର ସରକାରଙ୍କ ଦ୍ବାରା ଗଠନ ହୋଇଥିବା ଏମ୍‌ଏସ୍‌ପି କମିଟିକୁ ଭାଙ୍ଗିବାପାଇଁ ଅନୁରୋଧ କରିଛନ୍ତି। ଏହ‌ା ସେମାନଙ୍କ ଦାବିର ବିରୁଦ୍ଧାଚରଣ କରୁଛି ବୋଲି କୃଷକ ସଂଗଠନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe