ମୁମ୍ବାଇରେ କିଷାନ ମହାପଞ୍ଚାୟତ: ବିଧାନସଭା ନିର୍ବାଚନରେ ବିଜେପିକୁ ହରାଇବାକୁ ଆହ୍ବାନ

Advertisment

ମୋଦୀ ମୁଖ୍ୟମନ୍ତ୍ରୀ ଥିବା‌ବେଳେ ଏମ୍‌ଏସପି ଆଇନକୁ ସମର୍ଥନ କରୁଥିଲେ: ଟିକାୟତ

ମୋଦୀ ମୁଖ୍ୟମନ୍ତ୍ରୀ ଥିବା‌ବେଳେ ଏମ୍‌ଏସପି ଆଇନକୁ ସମର୍ଥନ କରୁଥିଲେ: ଟିକାୟତ

ମୁମ୍ବାଇରେ କିଷାନ ମହାପଞ୍ଚାୟତ: ବିଧାନସଭା ନିର୍ବାଚନରେ ବିଜେପିକୁ ହରାଇବାକୁ ଆହ୍ବାନ

ନୂଆଦିଲ୍ଲୀ: ଶୀତ ଅଧିବେଶନର ଦିନକ ପୂର୍ବରୁ ଆଜି ସନ୍ଧ୍ୟାରେ ଚାଷୀ ନେତାମାନେ ମୁମ୍ବାଇରେ କିଷାନ ମହାପଞ୍ଚାୟତ କରିଛନ୍ତି। ଏହି ମହାପଞ୍ଚାୟତରେ କୃଷକମାନେ ଆଗାମୀ ରାଜ୍ୟ ବିଧାନସଭା ନିର୍ବାଚନଗୁଡ଼ିକରେ ବିଜେପିକୁ ହରାଇବାକୁ ଆହ୍ବାନ ଦେଇଛନ୍ତି। ସେମାନେ ଶସ୍ୟର ଏମ୍‌ଏସ୍‌ପି ପ୍ରତିଶ୍ରୁତି ଏବଂ ଅନ୍ୟାନ୍ୟ ଦାବି ନେଇ ଲଢ଼େଇ ଜାରି ରଖିବେ ବୋଲି କହିଛନ୍ତି। ଏସଏସକେଏମ୍‌ (ସଂଯୁକ୍ତ ଶେତକରି କାମଗର ମୋର୍ଚ୍ଚା) ନେତୃତ୍ବରେ କୃଷକମାନେ ଆଜି ଦକ୍ଷିଣ ମୁମ୍ବାଇର ଆଜାଦ ମଇଦାନରେ ମହାପଞ୍ଚାୟତ କରିଛନ୍ତି। ଏହି ମହାପଞ୍ଚାୟତରେ ଉଦ୍‌ବୋଧନ ଦେଇ ଚାଷୀ ନେତା ରାକେଶ ଟିକ‌ାୟତ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ଏମ୍‌ଏସ୍‌ପିକୁ ପୂର୍ଣ୍ଣ କରୁଥିଲେ ଏବଂ ଏଥିପାଇଁ ଆଇନ ଆଣିବାକୁ ଚାହିଥିଲେ। କିନ୍ତୁ ଏବେ ଏହି ପ୍ରସଙ୍ଗରେ ମୋଦୀ ଆଲୋଚନାଠାରୁ ଦୂରେଇ ରହୁଛନ୍ତି ବୋଲି ଟିକାୟତ ଅଭିଯୋଗ କରିଛନ୍ତି। ଟିକାୟତ କହିଛନ୍ତି, ଏମ୍‌ଏସପି ପାଇଁ ସରକାର ଆଇନ ଆଣିବା ଉଚିତ।

ସେହିପରି ଆନ୍ଦୋଳନ ସମୟରେ ପ୍ରାଣ ହରାଇଥିବା କୃଷକଙ୍କ ପରିବାର ସଦସ୍ୟଙ୍କ ପାଇଁ ଟିକାୟତ କ୍ଷତିପୂରଣ ଦାବି କରିଛନ୍ତି। ମହାରାଷ୍ଟ୍ର ପୌର ନିର୍ବାଚନ ଏବଂ ସମସ୍ତ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ପାଇଁ ଏହି ମହାପଞ୍ଚାୟତରେ ଡାକରା ଦିଆଯାଇଛି। ଟିକାୟତ ଆଜି ପୁଣିଥରେ ସରକାରଙ୍କୁ ଧମକ ଦେଇଛନ୍ତି। ସରକାର ନରମିବା ସହ ଏମ୍‌ଏସପି ଆଇନ ଆଣିବା ଉଚିତ ବୋଲି ସେ କହିଛନ୍ତି। ନଚେତ ସାଧାରଣତନ୍ତ୍ର ଦିବସରେ ବଡ଼ ଧରଣର ଆନ୍ଦୋଳନ ହେବ ବୋଲି ସେ କହିଛନ୍ତି। ଏଥିପାଇଁ ୪ ଲକ୍ଷ ଟ୍ରାକ୍ଟର ଏବଂ ଚାଷୀ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe