ଆଜି କିଷାନ ମହାପଞ୍ଚାୟତ

ଆଜି କିଷାନ ମହାପଞ୍ଚାୟତ

Zee News

ନୂଆଦିଲ୍ଲୀ : ଆଜି ଦିଲ୍ଲୀର ରାମଲୀଳା ମଇଦାନରେ କିଷାନ ମହାପଞ୍ଚାୟତ ହେବ। ଏସ୍‌କେଏମ୍‌ ( ସଂଯୁକ୍ତ କି‌ଷାନ ମୋର୍ଚ୍ଚା) କହିଛି ଦେଶବ୍ୟାପୀ ଲକ୍ଷାଧିକ କୃଷକ ଏବେ ଦିଲ୍ଲୀମୁହାଁ ହୋଇଛନ୍ତି। ଏମ୍‌ଏସ୍‌ପି (ସର୍ବନିମ୍ନ ସହାୟକ ମୂଲ୍ୟ) ଦାବିରେ କୃଷକମାନେ କିଷାନ ମହାପଞ୍ଚାୟତରେ ଯୋଗ ଦେବେ।

ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଏସ୍‌କେଏମ୍‌ ନେତା ଦର୍ଶନ ପାଲ କହିଛନ୍ତି, କେନ୍ଦ୍ର ସରକାର ଆମକୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରନ୍ତୁ । ଏମ୍‌ଏସ୍‌ପି ପ୍ରସଙ୍ଗରେ କେନ୍ଦ୍ର ଦ୍ବାରା ଗଠନ ହୋଇଥିବା କମିଟି ଭାଙ୍ଗିବାପାଇଁ ଏସ୍‌କେଏମ୍‌ ପକ୍ଷରୁ ଅନୁରୋଧ କରାଯାଇଛି। ପେନ୍‌ସନ୍‌, ଋଣ ଛାଡ଼, କୃଷକ ଆନ୍ଦୋଳନ ସମୟରେ ପ୍ରାଣ ହରାଇଥିବା କୃଷକଙ୍କ ପାଇଁ କ୍ଷତିପୂରଣ ଏବଂ ବିଦ୍ୟୁତ ବିଲ୍‌ ଛାଡ଼ ଭଳି ବିଭିନ୍ନ ଦାବି ସଂଘ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe