କୋଲକାତା: ବିଶିଷ୍ଟ କଣ୍ଠଶିଳ୍ପୀ ତଥା ଅଭିନେତା କିଶୋର କୁମାରଙ୍କ ପ୍ରଥମ ପତ୍ନୀ ରୁମା ଗୁହା ଠାକୁର୍ତାଙ୍କ ପରଲୋକ ସୋମବାର ସକାଳେ ହୋଇଯାଇଛି। ଅଭିନେତ୍ରୀ ତଥା କଣ୍ଠଶିଳ୍ପୀ ରୁମାଙ୍କୁ ମୃତ୍ୟୁବଳକୁ ୮୪ ବର୍ଷ ହୋଇଥିଲା। ସେ ଦୀର୍ଘଦିନ ହେଲା ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। କୋଲକାତା ସହରରେ ଜନ୍ମିତ ରୁମା ଜଣେ ନର୍ତ୍ତକୀ ଭାବେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ମୁମ୍ବାଇ ଯାଇ ସେଠାରେ ସିନେମା କ୍ୟାରିୟରକୁ ଆଗକୁ ବଢ଼ାଇଥିଲେ। କିଶୋର କୁମାରଙ୍କୁ ସେ ଗତ ଶତାବ୍ଦୀର ୫ମ ଦଶକରେ ବିବାହ କରିଥିଲେ। ବାହାଘରର ଅଳ୍ପ କିଛି ବର୍ଷପରେ ୧୯୫୮ ମସିହାରେ ସେମାନଙ୍କ ବିବାହ ବିଚ୍ଛେଦ ହୋଇଥିଲା। ଏହାପରେ ରୁମା ଲେଖକ-ନିର୍ଦେଶକ ଅରୂପ ଗୁହା ଠାକୁର୍ତାଙ୍କୁ ବିଭା ହୋଇଥିଲେ। ୬୦ରୁ ଅଧିକ ସିନେମାରେ ରୁମା ଅଭିନୟ କରିବା ସହିତ ଅନେକ ସିନେମାରେ କଣ୍ଠଦାନ କରିଛନ୍ତି।
କିଶୋର କୁମାରଙ୍କ ପ୍ରଥମ ପତ୍ନୀ ରୁମାଙ୍କ ପରଲୋକ
Advertisment
Follow Us