Ahmedabad Mirror
ମସ୍କୋ : ରୁଷର ସୈନ୍ୟବାହିନୀ କିବ୍ର ଏକ ରିଜର୍ଭ ରେଡିଓ ଏବଂ ଟେଲିଭିଜନ କେନ୍ଦ୍ରକୁ ଅଚଳ କରି ଦେଇଛନ୍ତି ବୋଲି ମସ୍କୋର ପ୍ରତିରକ୍ଷା ମନ୍ତ୍ରଣାଳୟ ମୁଖପାତ୍ର ଇଗୋର କୋନାଶେଙ୍କୋଭ ଦାବି କରିଛନ୍ତି। ୟୁକ୍ରେନବାସୀଙ୍କ ମନୋବଳକୁ ସୁଦୃଢ଼ କରିବା ପାଇଁ ଏହି କେନ୍ଦ୍ରଗୁଡ଼ିକ ସୂଚନା ପ୍ରଦାନ କରୁଥିଲେ। ରିପୋର୍ଟ ଅନୁଯାୟୀ, ଫେବୃଆରି ୨୪ରେ ସାମରିକ ଅଭିଯାନ ଆରମ୍ଭ ହେବା ଦିନଠାରୁ ରୁଷର ସଶସ୍ତ୍ର ବାହିନୀ ୧,୬୧୨ ୟୁକ୍ରେନ ସାମରିକ ଭିତ୍ତିଭୂମିକୁ ଧ୍ବଂସ କରିଦେଇଛି ବୋଲି କୋନାଶେଙ୍କୋଭ କହିଛନ୍ତି। ଏହି ଯୁଦ୍ଧରେ ୨,୦୦୦ରୁ ଅଧିକ ୟୁକ୍ରେନ ନାଗରିକ ପ୍ରାଣ ହରାଇଥିବା ବେଳେ ଶହ ଶହ ପରିବହନ ଭିତ୍ତିଭୂମି ସୁବିଧା, ଆବାସିକ କୋଠା, ଡାକ୍ତରଖାନା ଏବଂ ଶିଶୁ ଉଦ୍ୟାନ ନଷ୍ଟ ହୋଇଯାଇଛି ବୋଲି ଇଣ୍ଟରଫ୍ୟାକ୍ସ-ୟୁକ୍ରେନ ନ୍ୟୁଜ ଏଜେନ୍ସି ସୂତ୍ରରୁ ଜଣାପଡ଼ିଛି।
ଚାଟାର୍ଡ ବିମାନକୁ କାନାଡ଼ା ଅଟକାଇଲା
ମସ୍କୋ : ରୁଷ୍ ନାଗରିକଙ୍କୁ ନେଇ ଉଡ଼ାଣ କରୁଥିବା ଏକ ଚାଟାର୍ଡ ବିମାନକୁ କାନାଡ଼ାର ଉତ୍ତରପଶ୍ଚିମ ଅଞ୍ଚଳ ୟେଲୋନାଇଫ୍ ବିମାନବନ୍ଦରରେ ଅଟକ ରଖାଯାଇଛି। ପରିବହନ ମନ୍ତ୍ରୀ ଓମାର ଅଲଘବରା ଏନେଇ ଏକ ଟ୍ବିଟ୍ କରି ଅବଗତ କରିଛନ୍ତି। ୟୁକ୍ରେନ୍ ଆକ୍ରମଣ ପାଇଁ ଆମେ ରୁଷ୍କୁ ଉତ୍ତରଦାୟୀ କରିବୁ ବୋଲି ସେ କହିଛନ୍ତି। ତେବେ ରୁଷ୍ ଏନେଇ କାନାଡ଼ା ପ୍ରଶାସନ ଠାରୁ ସ୍ପଷ୍ଟୀକରଣ ମାଗିଛି। ଓଟ୍ଟାୱାକୁ ରୁଷ୍ର ରାଷ୍ଟ୍ରଦୂତ ଓଲେଗ ସ୍ପେଟାନଭ କହିଛନ୍ତି, କାନାଡ଼ା ବିଦେଶ ମନ୍ତ୍ରାଳୟକୁ ଆମେ ଏହି ମାମଲାରେ ଜବାବ ମାଗିଛୁ।
Follow Us