ଲୋକପ୍ରିୟ କଣ୍ଠଶିଳ୍ପୀ କେକେଙ୍କ ଜୀବନ ନେଇଛି ହୃଦଘାତ

Advertisment
ଲୋକପ୍ରିୟ କଣ୍ଠଶିଳ୍ପୀ କେକେଙ୍କ ଜୀବନ ନେଇଛି ହୃଦଘାତ

india today

କୋଲକାତା: ଭାରତର ଲୋକପ୍ରିୟ କଣ୍ଠ ଶିଳ୍ପୀ କ୍ରିଷ୍ଣକୁମାର କୁନ୍ନାଥ (କେକେ)ଙ୍କ ହୃତଘାତରେ ଜୀବନ ଯାଇଛି ବୋଲି ମେଡିକାଲ ରିପୋର୍ଟରୁ ସୂଚନା ମିଳିଛି। ମଙ୍ଗଳବାର କୋଲକାତାଠାରେ ଏକ ସଂଗୀତ ସମାରୋହରେ ଯୋଗଦେଇ ସେ ଗ୍ରାଣ୍ଡ ହୋଟେଲକୁ ଆସିଥିଲେ। ସେଠାରେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ତତକ୍ଷଣାତ ଏକ ଘରୋଇ ହସପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

କୋଲକାତା ପୁଲିସ ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ଏସଏସକେଏମ ହସପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପ୍ରାଥମିକ ବ୍ୟବଚ୍ଛେଦ ପରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଛି ବୋଲି ଡାକ୍ତର କହିଛନ୍ତି। ତେବେ ସମ୍ପୂର୍ଣ୍ଣ ବ୍ୟବଚ୍ଛେଦ ରିପୋର୍ଟ ୭୨ ଘଣ୍ଟା ପରେ ମିଳିବ। ସେତେବେଳ ମୃତ୍ୟୁର ସ୍ପଷ୍ଟ କାରଣ ଜଣାପଡିବ ବୋଲି ମେଡିକାଲ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe